ଶେରଗଡ଼ ଅନ୍ତର୍ଗତ ସୁନାଥର ଗ୍ରାମରେ ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ମାଁ ଠାକୁରାଣୀ ଙ୍କ ଯାତ୍ରା ଅନୁଷ୍ଠିତ

yatra

K ସନ୍ତୋଷ ପାତ୍ର, ଓଡିଶା ବାର୍ତ୍ତା

ଜ଼ିଲ୍ଲା ପ୍ରତିନିଧି

 ଶେରଗଡ଼ ତହସିଲ ଅନ୍ତର୍ଗତ ସୁନାନ୍ତର  ଅରଫ ସୁନାଥର ଗ୍ରାମରେ ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ମାଁ ଠାକୁରାଣୀ ଙ୍କ ଯାତ୍ରା ଅନୁଷ୍ଠିତ ହୋଇଅଛି ତାହା ତା ୧୨.୧୧.୨୦୨୬ ଠାରୁ ୧୬.୧୧.୨୦୨୬ ପର୍ଯ୍ୟନ୍ତ ମହାଆଡମ୍ବରରେ ପାଳନ କରାଯାଉଅଛି, ଉକ୍ତ ଯାତ୍ରା ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ସାଙ୍ଗକୁ ଉଚ୍ଚକୋଟୀର ସ୍ତରରେ “ରାମାୟଣ” ଏବଂ “ମହାଭାରତ” ଭଳି ନାଟକ ପ୍ରତିଦିନ ମଞ୍ଚସ୍ଥ କରିବା ନିମନ୍ତେ ଆୟୋଜନ କରାଯାଇଥିବା କହନ୍ତି ସ୍ଥାନୀୟ ବିଶିଷ୍ଟ ସମାଜସେବୀ ତଥା ଆୟୋଜକ ଶ୍ରୀ ନିରଞ୍ଜନ ଜେନା ଅରଫ କାଳିଆ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥାଏ।

  ଉକ୍ତ କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଈଁ ଆଖପାଖ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ବହୁ ଦୂରଦୂରାନ୍ତରୁ ଆସୁଥିବା ଦର୍ଶକ ମାନଙ୍କ ହୃଦୟ କୁ ସ୍ପର୍ଶ କଲାଭଳି ବିଭିନ୍ନ ସ୍ଥାନରେ ମାଁ ଠାକୁରାଣୀ ଙ୍କ ମଣ୍ଡପ ଠାରୁ ଆରମ୍ଭ କରି ଗ୍ରାମର ପ୍ରତ୍ୟେକ ସାହି ଏବଂ ଗଳି  ମାନଙ୍କ ରେ ସୁସଜ୍ଜିତ ହୋଇଥିବା ଆଲୋକ ମାଳାରେ ଝଲସୁ ଥିବା ଦୃଶ୍ୟ କୁ ଛୋଟ ଶିଶୁ ଠାରୁ ବୟସ୍କ ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ଉପଭୋଗ କରିବା ସହ ବିଭିନ୍ନ ପ୍ରକାରର ଖେଳଣା ସାଙ୍ଗକୁ ସୁସ୍ବାଦୁ ଭୋଜନ ଓ ନା ନା ପ୍ରକାରର ମିଠା ଖାଇବାକୁ ନେଇ ମଜ୍ଜା ନିଅନ୍ତି ।

  ଉକ୍ତ ମାଁ ଠାକୁରାଣୀ ଙ୍କ ଯାତ୍ରା ବହୁ  ଆବାହନ କାଳରୁ ହୋଇ ଆସୁଅଛି, ଏହି ଯାତ୍ରା କୁ ସଫଳ ରୂପାୟନ  କରିବା ପାଈଁ ସ୍ଥାନୀୟ ବୁଦ୍ଧିଜୀବୀ ଓ ପୋଲିସ୍ ବାହିନୀ ଙ୍କ ଅତୁଟ ସାହାଯ୍ୟ ଓ ସହଯୋଗ ରହିଥିବା ଦେଖିବାକୁ ମିଳେ।