ଅଖିଳ ଭାରତ ହିନ୍ଦୁ ମହାସଭାର ବାଲିମେଳା ନଗର ସଭାପତି ରୁପେ ଦାୟିତ୍ଵ ଗ୍ରହଣ କଲେ ଶିବ ନାଗ
ବାବୁଲା ଜେନା, ବ୍ଲକ ପ୍ରତିନିଧି, ଓଡିଶା ବାର୍ତ୍ତ।
କୋରୁକୋଣ୍ଡା, ୨୫/୮/୨୬ : ଅଖିଳ ଭାରତ ହିନ୍ଦୁ ମହାସଭାର ବାଲିମେଳା ନଗର ଶାଖା ପୁନର୍ଗଠିତ ହୋଇଛି। ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବାଲିମେଳା ସହରର ନଗର ସଭାପତି ଭାବେ ଶ୍ରୀଯୁକ୍ତ ଶିବ ନାଗଙ୍କୁ ମନୋନୀତ କରାଯାଇଛି।
ରାଜ୍ୟ ସଭାପତି ଗୀତା ଚଇନି, ରାଜ୍ୟ ସଙ୍ଗଠନ ମନ୍ତ୍ରୀ ଡ଼. ବିଶ୍ୱଜିତ ମୁଦୁଲି ଏବଂ ମହାସଚିବ ସଞ୍ଜୟ ବିଶୋଇଙ୍କ ମିଳିତ ସ୍ୱାକ୍ଷରିତ ପତ୍ର ମାଧ୍ୟମରେ ଏହି ନିଯୁକ୍ତିକୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି।
ଶ୍ରୀ ନାଗ ବାଲିମେଳା ସହରର ଜଣେ ପରିଚିତ ସମାଜସେବୀ ତଥା ଦୀର୍ଘ ବର୍ଷ ଧରି ସଙ୍ଗଠନ ସହ ସକ୍ରିୟ ଭାବେ ଜଡ଼ିତ। ସେ ୱାର୍ଡ ନଂ. ୧୨ ସ୍ଥିତ ସାତ ଭଉଣୀ ମନ୍ଦିରର ସଭାପତି ଭାବେ ସେବା ନିଭାଇବା ସହିତ ଐତିହାସିକ ବାଲିମେଳା ବଡ଼ଯାତ୍ରା ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଆସିଛନ୍ତି। ହିନ୍ଦୁ ଧର୍ମ, ସଂସ୍କୃତି ଓ ସାମାଜିକ ଏକତା ସୁରକ୍ଷା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଯୋଗଦାନକୁ ଦୃଷ୍ଟିରେ ରଖି ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ବୋଲି ଜିଲ୍ଲା ସଭାପତି ପଦୀଆ ପଡ଼ିଆମି ପ୍ରକାଶ କରିଛନ୍ତି।
