ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରେ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି

health

ମମତା ଜେନା, ଓଡିଶାବାର୍ତ୍ତା, ଜିଲ୍ଲାପ୍ରତିନିଧି

 ମାଲକାନଗିରି, ଖଇରପୁଟ ବ୍ଲକ 14 ଅଗଷ୍ଟ 2026 : ମାଲକାନଗିରି ଜିଲ୍ଲା, ଖଇରପୁଟ ବ୍ଲକର ବଣ୍ଡାଘାଟିରେ ହୋଇଥିବା ସ୍ଵାସ୍ଥ୍ୟ   ଶିବିର ରେ ପାଖାପାଖି 150 ଜଣ ବଣ୍ଡା ଜନଜାତି ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l ବଣ୍ଡା ଘାଟି ରେ ମ୍ୟାଲେରିଆ ଉପରେ ଫୋକସ  ରଖାଯାଇଛି l ଏହି ଶିବିରରେ 85 ଜଣଙ୍କ ମ୍ୟାଲେରିଆ ପରୀକ୍ଷା କରାଯାଇଥିଲା ମାତ୍ର ଜଣଙ୍କ ନିକଟରେ ମ୍ୟାଲେରିଆ ପଜିଟିଭ ଦେଖିବାକୁ ମିଳିଥିଲା l ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଆଖି ଜଳାପୋଡ଼ା ହୋଇଥିବାର ଦର୍ଶାଇଥିଲେ ଏହି ଶିବିର ରେ ଜିଲ୍ଲା ମୁଖ୍ୟ ଅଧିକାରୀଙ୍କ ସମେତ  ତମାମ C. H. C. ଡାକ୍ତର ଉପସ୍ଥିତ ଥିଲେ l ମାଲକାନଗିରି ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଡାକ୍ତର ଟିମ ବଣ୍ଡାଘାଟିରେ ବାରମ୍ବାର ସ୍ଵାସ୍ଥ୍ୟ ଶିବିର କରି ବଣ୍ଡାଜନଜାତିର ସ୍ଵାସ୍ଥ୍ୟ ପରୀକ୍ଷା ସଚେତନ କରିଥିବାରୁ  ଏକ ସ୍ଵାସ୍ଥ୍ୟକର ପରିବେଶ ଉପଲବ୍ଧି ହୋଇପାରିଛି l