ବ୍ରହ୍ମପୁର କୋର୍ଟ ପରିସରରେ ସଂଘବଦ୍ଧ କୁକୁରଙ୍କ ଆକ୍ରମଣରେ ମାଙ୍କଡଟିର ମୃତ୍ୟୁ ସୂଚନା (!) ଆଜି ସକାଳ ପ୍ରାୟ ସାଢ଼େ 6ଟା ସମୟରେ ଘଟିଛି ଘଟଣା।

ରିପୋର୍ଟ : ଶକ୍ତିଧର ରାଜଗୁରୁ

ବ୍ରହ୍ମପୁର ,17/05/23:ପ୍ରାତଃ ଭ୍ରମଣ ସମୟରେ ଖୋଦ କିଛି ଓକିଲ ଘଟଣାର ପ୍ରତ୍ୟକ୍ଷଦର୍ଶୀ ଥିଲେକୋର୍ଟ ପରିସରକୁ ପସି ଆସିଯାଇଥିବା ଗୋଟିଏ ମାଙ୍କଡକୁ ସ୍ଥାନୀୟ କୁକୁରମାନେ ସଂଘବଦ୍ଧ ଆକ୍ରମଣ କରିଥିଲେକୁକୁରଙ୍କ ଅମାନୁଷିକ କାମୁଡ଼ାରେ ଗୁରୁତର ଆହତ ହୋଇଥିବା ମାଙ୍କଡଟିର ପରବର୍ତ୍ତି ସମୟରେ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡିଛିଖବର ଲେଖାହେବା ପର୍ଯ୍ୟନ୍ତ ପୋଲିସ, ବ୍ରହ୍ମପୁର ମହାନଗର ନିଗମ ଏପରିକି ଭେଟିନାରୀ ବିଭାଗର କେହି କର୍ମଚାରୀ ପହଞ୍ଚିନଥିବାରୁ ପଶୁପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି

ମାଙ୍କଡଟିର ହତ୍ୟାକାଣ୍ଡ ଏକ ସମ୍ବେଦନଶୀଳ ପ୍ରସଙ୍ଗ, ସେ ପୁଣି ଯଦି ସ୍ପଷ୍ଟ ଦିବାଲୋକରେ ହୋଇଥାଏ ତେବେ ଚିନ୍ତା ଆହୁରି ବଢିଯାଏପଶୁ ହେଉ ଅଥବା ମନୁଷ୍ୟ ଯାହାର ହତ୍ୟାକାଣ୍ଡ ହେଲେ ମଧ୍ୟ ଜଣେ କ୍ରାଇମ ରିପୋର୍ଟରଙ୍କ ମନରେ ଏସବୁ ଦିଗକୁ ଧ୍ୟାନ ଦେବାକୁ ହୋଇଥାଏ

କୋର୍ଟ ପରିସରରେ ହତ୍ୟାକାଣ୍ଡ ଘଟଣାର ଫଲୋଅପ…. ବଢ଼ିଲାଣିବୁଲା କୁକୁରଙ୍କ ଦୌରାତ୍ମ୍ୟହତ୍ୟାକାଣ୍ଡ ଭିଆଇ ଫେରାର ହୋଇଯାଇଥିବା ଅଭିଯୁକ୍ତ ବୁଲା କୁକୁରଙ୍କୁ

ସ୍ପଷ୍ଟ ଦିବାଲୋକରେ ଏଭଳି ଅପରାଧକୁ ଆଦୌ ବରଦାସ୍ତ ନକରିବାକୁ ଉପରୁ ଆସିଛି ନିର୍ଦେଶସେପଟେ ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ ତଥା ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସହର, ଗ୍ରାମାଞ୍ଚଳ ଜଙ୍ଗଲୀ ହନୁ ପାତି ମିଳିତ ବାନର ମହାସଂଘ ପକ୍ଷରୁ ଦାବି ହୋଇଛିଘଟଣାକୁ ଗୁରୁତ୍ବର ସହ ନିଆନଗଲେ ଆଗକୁ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ସଙ୍ଘଘଟଣା ପରେ ବିଭିନ୍ନ ସ୍ଥାନରୁ ଶୋକ ବାର୍ତ୍ତାର ସୁଅ ଛୁଟି ଥିବା ବେଳେ ବୁଲା କୁକୁରଙ୍କ ଉପରେ ପ୍ରତିଶୋଧ ନେବାକୁ ଏକାଠି ହେଉଛନ୍ତି ବାନର ଗୋଷ୍ଠୀପରିସ୍ଥିତି ପାଇଁ ସଙ୍ଘ ନୁହେଁ ବରଂ ପ୍ରଶାସନ ଦାୟୀ ରହିବ ବୋଲି ସ୍ପଷ୍ଟ ଚେତାବନୀ ଦେଇଛି।…

ସ୍ପଷ୍ଟ ଦିବାଲୋକରେ ତଥା ସର୍ବସମ୍ମୁଖରେ ହୋଇଥିବା ଲୋମହର୍ଷକ ହତ୍ୟାକାଣ୍ଡ ଘଟଣାକୁ ନିନ୍ଦା ସହରର ବିଭିନ୍ନ ସ୍ଥାନରେ ଉଭୟ ବୁଲା କୁକୁର ବାନର ଦଳ ମଧ୍ୟରେ ଛକାପଞ୍ଝା ଲାଗିରହିଥିବାରୁ କେତେବେଳେ ଯେ କିଛି ଅଘଟଣ ଏପରିକି ମାନବ ସମାଜ ଆଡକୁ ହିଂସା ମୁହାଁଇବା ଆହତ ହେବା ଆଶଙ୍କା.ଘଟଣାର ତୁରନ୍ତ ସମାଧାନ ସହ ସହରରେ ଶାନ୍ତି ଫେରାଇ ଆଣିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି