ଜିଲ୍ଲା ପ୍ରଶାସନ ତରଫରୁ ଆରମ୍ଭ ହୋଇଥିବା ଗୋ ସୁରକ୍ଷା ଅଭିଯାନ ମାଲକାନଗିରିଜିଲ୍ଲାର ବାଲିମେଳା ଠାରେପଶୁ ଡାକ୍ତରଖାନାରେଶୁଭାରମ୍ଭ

VET

ମମତା ଜେନା,ଓଡିଶା ବାର୍ତ୍ତା, ଜିଲ୍ଲା ପ୍ରତିନିଧି

ମାଲକାନଗିରି ) ତା 5/8/2026 ରିଖ  ସଡ଼କ ଦୁର୍ଘଟଣା ରୋକିବା ବୁଲା ଗୋମାତା ମାନଙ୍କ ଜୀବନ ରକ୍ଷା ପାଇଁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶର୍କଙ୍କ ଦୂର ଦୃଷ୍ଟି  ସମ୍ପନ୍ନ ପ୍ରଶଂସନୀୟ ନେତୃତ୍ୱ ରେ ଗୋମାତା ସୁରକ୍ଷା ଯୋଜନା ଅଧୀନରେ ହୋଇଥିବା ଅଭିଯାନ ରେ   ମାଲକାନଗିରି ଜିଲ୍ଲାର  ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ  ଡ଼କ୍ଟର ତରୁଣ କୁମାର ମଲ୍ଲିକ ବିଜ୍ଞାପିତ ଅଂଚଳ ବାଲିମେଳା ଠାରେ ଥିବା ପଶୁଡାକ୍ତରଖାନାକୁ ଆସି ପରିଦର୍ଶନ କରିବା ସହ ବୁଲୁଥିବା ଗୋମାତାର ସୁରକ୍ଷା ପାଇଁ ରେଡିୟମ ବେଲ୍ଟର ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲେ l ଆଲୋଚନା ରେ ବାଲିମେଳାର ପଶୁଡାକ୍ତରଖାନାର ଡ଼କ୍ଟର ସୁମିତ ସୌରଭ ସ୍ୱାଇଁ ଏବଂ ସହ କର୍ମଚାରୀବୃନ୍ଦ ତଥା ଦେବାଶିଷ ପଡିଆମି, ବିଷ୍ଣୁ ପ୍ରସାଦ ବରାଡ଼, ଭୀମସେନ ମାଝୀ ଅର୍ଜୁନ ପୋଡାଲ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ଜୟ ଭବାନୀ ଗୋରକ୍ଷକଦଳ   ନାରାୟଣ ସେଠି, ବିଶ୍ୱଜିତ ବରାଡ଼, ରବିବେହେରା ବିକ୍ରମ ବେହେରା ପ୍ରମୁଖ ବିଜ୍ଞାପିତ ଅଂଚଳ ରେ ଥିବା ପ୍ରତ୍ୟେକ ଛକ କୁ ଛକକୁ ବୁଲି ବୁଲୁଥିବା ଗୋମାତାମାନଙ୍କ ଗୋଳାରେ ରେଡିୟମ ବେଲ୍ଟ ପିନ୍ଧାଇ ଥିଲେ l ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷ ରୁ ଏକ ଅଭିନଵ ପ୍ରୟାସ କୁ ବିଜ୍ଞପିତ ଅଂଚଳ ନଗରବାସୀ ପ୍ରଶଂସା କରିଛନ୍ତି