ସିନ୍ଧୁଉର୍ମି ସାହିତ୍ୟ ସାଂସଦର ବିଷୁବମିଳନ
ଖଲ୍ଲିକୋଟ ର ଅଗ୍ରଣୀ ଅନୁଷ୍ଠାନ ସିନ୍ଧୁ ସାହିତ୍ୟ ସଂସଦର ସଭାପତି ଶ୍ରୀଯୁକ୍ତ ସୁଧାଂଶୁ ଶେଖର ସାହୁଙ୍କ ଅଧ୍ୟକ୍ଷତାରେ ଖଲ୍ଲିକୋଟ ଅଫିସର୍ସ କ୍ଳବ ପରିସରରେ ଆୟୋଜିତ ମହା ବିଷୁବ ମିଳନ ଓ କବିତା ପାଠ ଉତ୍ସବ ରେ ବିଶିଷ୍ଟ ସାହିତ୍ୟିକ ତଥା ଡେପୁଟି କଲେକ୍ଟର ଶ୍ରୀ ଦୟାସିନ୍ଧୁ ପରିଡା, ଚକ୍ଷୁ ବିଶେଶଜ୍ଞ ଡା ରାଜେନ୍ଦ୍ର ବେହେରା, ବିଶିଷ୍ଟ ସାମ୍ବାଦିକ ଜଗନ ମୋହନ ମହାପାତ୍ର, ବିଶିଷ୍ଟ ସାମ୍ବାଦିକ ପ୍ରକାଶ ପଟନାୟକ, ସାହିତ୍ୟିକ ଭାଗିରଥି ବେହେରା ଓ ଦିହଂସ, ର ଦକ୍ଷିଣ ଓଡିଶା ମୁଖ୍ୟ ଯୋଗ ଦେଇ ଓଡ଼ିଶାର ସାହିତ୍ୟ ଇତିହାସ କ୍ଷେତ୍ରରେ ଖଲ୍ଲିକୋଟ ର ଭୂମିକା ଗୁରୁତ୍ୱପୂର୍ଣ ଅଟେ ବୋଲି ନିଜସ୍ୱ ବକ୍ତବ୍ୟରେ କହିଥିଲେ. ସାହିତ୍ୟ ମନୁଷ୍ୟକୁ ବିପତ୍ତିରୁ ବଞ୍ଚାଇ ନୂତନ ସମାଜ ଗଠନର ନୂତନ ବାର୍ତ୍ତା ଦେଇଥାଏ. ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷାବିତ ପୂର୍ଣଚନ୍ଦ୍ର ରଥ ପରିଚୟ ପ୍ରଦାନ କରିଥିବା ବେଳେ କବିୟତ୍ରୀ ସରୋଜ ଵାଳା ପଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ.
ସିପ୍ରା ପଟନାୟକ, ଓଡିଶାବାର୍ତ୍ତା

ସାହିତ୍ୟ ସାଂସଦର ସମ୍ପାଦକ ତଥା ସାମ୍ବାଦିକ ମାଧବ ବେହେରା ସିନ୍ଧୁ ଉର୍ମି ସାହିତ୍ୟ ସାଂସଦ ର ଦୀର୍ଘଦିନ ର ଇତିହାସ ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ. ଏହି କାର୍ଯ୍ୟକ୍ରମର ଆୟୋଜିତ କବିତା ପାଠ ଉତ୍ସବରେ ଡା ଜୋତ୍ସନା ରାଣୀ ପ୍ରଧାନ ଓ କବି ପ୍ରଭାତ କୁମାର ମିଶ୍ରଙ୍କ ସଂଯୋଜନା ରେ କବିୟତ୍ରୀ ବିଦ୍ୟୁତ ପ୍ରଭା ଦାସ, ମିତା ରାଣୀ ପଟନାୟକ, ମିତାଞ୍ଜଳି ମିଶ୍ର, ପୂର୍ଣ୍ଣ ଚନ୍ଦ୍ର ରଥ, ରବୀନ୍ଦ୍ର ବେହେରା ପ୍ରମୁଖ କବି ନିଜସ୍ୱ କବିତା ପାଠ କରିଥିଲେ. ବିଶିଷ୍ଟ ସାମ୍ବାଦିକ, ସାହିତ୍ୟିକ ତଥା ଗବେଷକ ଡା ହର ପ୍ରସାଦ ମହାପାତ୍ର ଙ୍କୁ 2022 ର ବିଷୁବ ସମ୍ମାନ ଏବଂ ଓଡ଼ିଆ ଗବେଷକ ତଥା ବରିଷ୍ଠ ସାହିତ୍ୟିକ ଡା ବାଇମନ ଚର୍ଚ୍ଚିଙ୍କୁ 2023 ର ସିନ୍ଧୁ ଉର୍ମି ବିଷୁବ ସମ୍ମାନ ରେ ସମ୍ମାନିତ କରାଗଲା .