ଭୋଟର ତାଲିକ। ସଂଶୋଧନ କାର୍ଯ୍ୟର ସମକ୍ଷା କଲେ ମାଲକାନଗିରି ଜିଲ୍ଲା ପର୍ଯ୍ୟବେକ୍ଷକ ଏମଡି ସାଦିକ ଆଲାମ
ମାନସ ମଲ୍ଲିକ, ଜ଼ିଲ୍ଲା ପ୍ରତିନିଧି, ଓଡିଶାବାର୍ତ୍ତା,
ମାଲକନଗିରି,)ତା-୩୦/୭/୨୬ : ଓଡ଼ିଶା ସରକାରଙ୍କ ସରକାରୀ ଉଦ୍ୟୋଗ ବିଭାଗର କମିଶନର ତଥା ଶାସନ ସଚିବ ଏବଂ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଏମଡି ସାଦିକ କଲାମ ମାଲକାନଗିରି ଜିଲ୍ଲା ଗସ୍ତ କରି ଚାଲିଥିବା ସ୍ପୋକାଲ ଇଣ୍ଟେନସିଭ୍ ରିଭିଜନ-୨୦୨୬ ର ପ୍ରଗତି ସମୀକ୍ଷା କରିଛନ୍ତି । ଏହି ଅବସରରେ ଶ୍ରୀ ଅ।ଲାମ କହିଛନ୍ତି ଯେ ଏକ ସୂଦୃଢ ଗଣତ।ନ୍ତ୍ରିକ ବ୍ୟବସ୍ଥା ପାଇଁ ସୂଚ୍ଛ ଏବଂ ସଠିକ ଭୋଗର ତାଲିକା ଅତ୍ୟନ୍ତ ଆବଶ୍ୟକ । ମାଲକାନଗିରି ଜିଲ୍ଲାରେ ଚାଲିଥିବା ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ-୨୦୨୬ କୁ ସମ୍ପୁର୍ଣ୍ଣ ସଠିକତା ସହ ଶେଷ କରିବା ଆମର ଲକ୍ଷ୍ୟ, ଯେପରି କୌଣସି ଯୋଗ୍ୟ ଭୋଟର ଏଥିରୁ ବାଦ୍ ନ ପଡନ୍ତି । ଶୁଣାଣି ସମୟରେ ଉଚ୍ଚ ମାନର ପାଞ୍ଚ ପ୍ରକ୍ରିୟା
ବଜାୟ ରଖିବାକୁ ସେ ଅଧିକରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପର୍ଯ୍ୟବେକ୍ଷକ ଭାବେ ଜିଲ୍ଲାକୁ ଏହା ତାଙ୍କର ଦ୍ୱିତୀୟ ସରକାର ଗସ୍ତ । ଜିଲ୍ଲା ଗସ୍ତ ସମୟରେ କମିଶନର ପ୍ରଥମେ ମାଲକାନଗିରି ପୌର ପାଲିକା କାର୍ଯ୍ୟାଳୟରେ ଚାଲିଥିବା ନୋଟିସ୍ ଶୁଣାଣି ପ୍ରକ୍ରିୟାର ଗୁଣ ବତ୍ତା
ଯାଞ୍ଚ କରିଥିଲେ । ଏହି ଅବସରରେ ସେ ସେଠାରେ ଉପସ୍ଥିତ ନିର୍ବାଚନ ଅଧିକାରୀ ଓ କର୍ମଚରୀମାନଙ୍କ ସହ ସିଧାସଳଖ ଆଲୋଚନା କରି କାର୍ଯ୍ୟରେ ମଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ । ଏହି ଆଲୋଚନାରେ ଭୋଗର ସଂଶୋଧନ ଅଧିକାରୀ, ସହକାରୀ ଭୋଟର ସଂଶୋଧନ ଅଧିକାରୀ, ବୁଥ ସ୍ତରୀୟ ଅଧିକାରୀ ଏବଂ ଦିଏଲଓ ସୁପରଭାର ଜରମାନେ ସାମିଲ ଥିଲେ । ଯତ୍ର ପରିଦର୍ଶନ ପରେ ଜିଲ୍ଲା କାର୍ଯ୍ୟାଳୟରେ ଏକ ଗୁରୁତୂପୂର୍ଣ୍ଣ ସମୀକ୍ଷ୍ଯା ବୈଠକ ଅନୁଷ୍ଠିତ ହୋଇଥିଲା ।
ଏହି ବୈଠକରେ ଜିଲ୍ଲା ର ସମସ୍ଥ ଇଆରଓ, ଏଇଆରଓ ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଚାଲିଥିବା ବିଶେଷ ସଂଶୋଧନ ପ୍ରକ୍ରିୟାକୁ ଅଧିକ ସୂଚ୍ଛ, ସୁଗମ ଓ ତୃଟିଶୁନ୍ୟ କରିବା ପାଇଁ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା ।
