IAS କୃତକାର୍ଯ୍ୟ ହୋଇଥିବା କେନ୍ଦ୍ରାପଡ଼ା ମାଟିର ଭାଣିଜୀ ସୁଶ୍ରୀ ଶୁଭାଙ୍ଗି ଖୁଣ୍ଟିଆଙ୍କୁ ସମ୍ବର୍ଦ୍ଧନା

ଓଡିଶା ବାର୍ତ୍ତା

ବଛରାଇ, ମାର୍ଶାଘାଇ, 27th May 2023:UPSC ସର୍ବଭାରତୀୟ ପରୀକ୍ଷାରେ 248 ରାଙ୍କ ସହ IAS ପାଇଁ କୃତକାର୍ଯ୍ୟ ହୋଇଥିବା ପାଟକୁରା, କେନ୍ଦ୍ରାପଡ଼ା ମାଟିର ଭାଣିଜୀ ସୁଶ୍ରୀ ଶୁଭାଙ୍ଗି ଖୁଣ୍ଟିଆଙ୍କୁ ନିଜ ମାମୁଁ ଘର ଗାଁ ବଛରାଇରେ ଆଜି ଅପରାହ୍ନରେ ସମ୍ବର୍ଦ୍ଧନା ଦେଲେ ଭାରତୀୟ ଜନତା ପାର୍ଟି ରାଜ୍ୟ ମୁଖପାତ୍ର ତଥା ରାଜ୍ୟ ଖଦି ଗ୍ରମୋଦ୍ୟୋଗ ବୋର୍ଡ଼ର ପୂର୍ବତନ ସଭାପତି ତେଜେଶ୍ୱର ପରିଡ଼ା ! ତାଙ୍କ ସହ ବିଜେପି ଯୁବ ନେତା ବିଘ୍ନେଶ୍ୱର ନାୟକ, ଗୁରୁଚରଣ ଜେନା, ଚନ୍ଦନ ରାଉତରାୟ, ପ୍ରଶାନ୍ତ ପରିଡ଼ା ଉପସ୍ଥିତ ଥିଲେ!

ମାମୁଁ ଘରେ ପରିବାର ସଦସ୍ୟ ଉପସ୍ଥିତ –ଅଜା – ଦୈତାରୀ ନାୟକ,ଆଈ – ପ୍ରମିଳା ନାୟକ,ବୋଉ – ସବିତା ଖୁଣ୍ଟିଆ,୩ ମାଉସୀ  – ଜ୍ୟୋସ୍ନାମୟୀ ନାୟକ, ଜ୍ୟୋତିର୍ମୟୀ ନାୟକ, ସସ୍ମିତା ନାୟକ ,ମଉସା – ପ୍ରକାଶ ମୁଦୁଲି.

ଆଗାମୀ ଦିନରେ ଜଣେ ଭଲ ପ୍ରଶାସିକା ଭାବେ ରାଜ୍ୟ ଦେଶ ପାଇଁ ଶିକ୍ଷା, ମହିଳା ସଶକ୍ତିକରଣ, କୃଷି, ସୁଶାସନ ଇତ୍ୟାଦି ବିଷୟରେ କାମ କରିବା ପାଇଁ ଶୁଭାଙ୍ଗି ଲକ୍ଷ୍ୟ ରଖିଛନ୍ତି ! ତାଙ୍କର ପିଲା ବେଳରୁ ଆଜି ପର୍ଯ୍ୟନ୍ତ ଅନେକସମୟ ତାଙ୍କ ମାମୁଁ ଘର କେନ୍ଦ୍ରାପଡ଼ା ଜିଲ୍ଲା, ମାର୍ଶାଘାଇ ବ୍ଲକ, ପାଟକୁରା ଥାନା ଅନ୍ତର୍ଗତ ବଛରାଇ ଗାଁରେ! ନିଜ ଅଜା, ଆଈ, ମାଉସୀ, ମଉସା ତାଙ୍କୁ ଅନେକ ପ୍ରେରଣା ଦେଇଛନ୍ତି! ଶେଷଥର ଆସିଲାବେଳେ ତାଙ୍କୁ କହି ପଠାଇଥିଲେ ଆର ଥରକୁ ଆସିଲେ IAS ହୋଇ ଆସିବୁ

IAS ପରୀକ୍ଷାରେ କୃତକାର୍ଯ୍ୟ ହେଲା ପରେ ନିଜ ପରିବାର ପାଖରେ କିଛି ସମୟ ରହିବା ପାଇଁ ସେ ମାମୁଁ ଘରକୁ ଆସି ଏଠାରେ ଗାଁ ଅଂଚଳବାସୀଙ୍କ ପାଖରୁ ଅନେକ ଶୁଭେଚ୍ଛା ଅଭିନନ୍ଦନ ତଥା ସମ୍ବର୍ଦ୍ଧନା ପାଇଥିବାରୁ ଶୁଭାଙ୍ଗି ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି !

ସମ୍ବର୍ଦ୍ଧନା ପ୍ରଦାନ ପରେ ତେଜେଶ୍ୱର ପରିଡ଼ା କହିଛନ୍ତି ଯେ, ଆମ ଅଞ୍ଚଳର ଭାଣିଜୀ ସୁଶ୍ରୀ ଶୁଭାଙ୍ଗି ଖୁଣ୍ଟିଆଙ୍କ ପାଇଁ ସମଗ୍ର ପାଟକୁରା ଅଞ୍ଚଳ କେନ୍ଦ୍ରାପଡ଼ା ଜିଲ୍ଲା ଗର୍ବିତ ଏହା ଅତ୍ୟନ୍ତ ଗର୍ବ ଗୌରବର ବିଷୟ ! ମହାପ୍ରଭୁ ବଳଦେବଜୀଉଙ୍କ ଅପାର କରୁଣା ଆଶୀର୍ବାଦରୁ ଶୁଭାଙ୍ଗି ଜଣେ ଦକ୍ଷ ପାରଦର୍ଶୀ ପ୍ରଶାସିକ ହୋଇ ରାଷ୍ଟ୍ରର ସେବା କରିବା ସହ ଆମ ପାଟକୁରା ତଥା କେନ୍ଦ୍ରାପଡ଼ାର ଯୁବ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ସର୍ବଦା ରହିବେ ବୋଲି ତେଜେଶ୍ୱର କହିଛନ୍ତି !