ଖଲ୍ଲିକୋଟ ରେ ଉଦ୍ୟାନ କୃଷି ପ୍ରଶିକ୍ଷଣ କର୍ମଶାଳା

ସିପ୍ରା ପଟନାୟକ, ଓଡିଶାବାର୍ତ୍ତା

ଖଲ୍ଲିକୋଟ ,09/05/23:ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ମର୍ଦରାଜ କଲ୍ୟାଣ ମଣ୍ଡପ ଠାରେ ଏକ ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଟିତ ହୋଇ ଯାଇଛି ଉକ୍ତ ଆୟୋଜିତ  କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଯୋଗ ଦେଈ ଉତ୍ପାଦିତ ଫସଲ କୁ ସାତଦିନ ପର୍ଯ୍ୟନ୍ତ ସାଇତି ରଖିବା ପାଇଁ କଞ୍ଚନା, କନକା କୋମଣ୍ଡ ପଂଚାୟତରେ ତିନିଗୋଟି ଶିତଳି କରଣ ଗୃହ ପ୍ରତିଷ୍ଠା ହେବାକୁ ଥିବା ସୂଚନା ଦେଇଥିଲେ ବ୍ଲକ ଅଧ୍ୟକ୍ଷ ଦଇତାରୀ ବେହେରା କର୍ମଶାଳାରେ ଉପସ୍ଥିତ ଚାଷୀ ମାନଙ୍କୁ କୃଷି ବୈଜ୍ଞାନିକ ମାନଙ୍କ ତାଲିମରୁ ଉପଯୁକ୍ତ ଫାଇଦା ଉଠାଇବା ପାଇଁ ପରାମର୍ଶ ଦେଇଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଖଲ୍ଲିକୋଟ ଗୋଷ୍ଟି ଉନ୍ନୟନ ଅଧିକାରୀ ବିକ୍ରମ ଦୋରା , ହିଞ୍ଜିଳି ସହକାରୀ ଉଦ୍ୟାନ ଅଧିକାରୀ ଅଶୋକ ପାଇକରାୟ, ଗଂଜାମ ସହକାରୀ ଉଦ୍ୟାନ ଅଧିକାରୀ ସ୍ନିଗ୍ଧା ମିଶ୍ର, ପୋଲସରା ସହକାରୀ ଅଧିକାରୀ ଉଦ୍ୟାନ ଅଧିକାରୀ ଦିପ୍ତିମୟୀ ବସନ୍ତିୟା, ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ପ୍ରତାପ କୁମାର ପଣ୍ଡା, ଗୋଷ୍ଟି କୃଷି ଅଧିକାରୀ ଦୀପକ କୁମାର ନାୟକ, ଜିଲ୍ଲା କୃଷି ଅଧିକାରୀ ଜେ.ନଳିନୀ ମୋହନ, ପୁର୍ବତନ ସରପଞ୍ଚ  ପ୍ରଫୁଲ୍ଲ କୁମାର ସାହୁ, ଆତ୍ମାର ଉପାଦ୍ଧକ୍ଷ ନୀଳାଚଳ ଦୋରା ପ୍ରମୁଖ ଉକ୍ତ କର୍ମଶାଳାରେ ଯୋଗ ଦେଇ କ୍ରମାଗତ ଜନସଂଖ୍ୟା ବୃଦ୍ଧି କୁ ଆଖି ଆଗରେ ରଖି କୃଷକ ମାନେ ଉଦ୍ୟାନ କୃଷିକ୍ଷେତ୍ରରେ ଧ୍ୟାନ ଦେଈ ଉତ୍ପାଦନ ବୃଦ୍ଧି କରିବା ପାଇଁ ପରାମର୍ଶ ଦେଇଥିଲେ