ପୋଲିସ ଓଡିଶାର ବାସୀଙ୍କର ନା’ ବିଜୁ ଜନତା ଦଳର ବୋଲି ମହାନଗର ବିଜେପିର ପ୍ରଶ୍ନ (?).
ଓଡିଶା ବାର୍ତା
ମହାନଗର ବିଜେପି ତତ୍ୱାବଧାନରେ ଶତାଧିକ କାର୍ଯ୍ଯକର୍ତ୍ତା ଦ୍ୱୈତନଗରୀ ପୋଲିସ କମିସନର, ଡିସିପି ଓ ମହାନିର୍ଦ୍ଦେଶକ ବିରୋଧରେ ୪ଟି ଥାନାରେ ମାମଲା ପଞ୍ଜିକରଣ ପାଇଁ ପତ୍ର ଦାଖଲ।
ବ୍ରହ୍ମପୁର :ବିଜୁ ଜନତା ଦଳ ପୋଲିସ କଳକୁ ବ୍ଯବହାରକରି ଯେଉଁ ଅନ୍ଯାୟ, ଅମାନବୀୟ ଅତ୍ୟାଚାର ଦ୍ୱାରା ଭାଜପାର କାର୍ଯ୍ଯକର୍ତ୍ତାଙ୍କୁ ମିଛ ସଂଗୀନ ଦଫାରେ ଛନ୍ଦି ଝାରପଡା ଜେଲେ ଭରିବାକୁ ପ୍ରତିବାଦ ସ୍ୱରୂପ ବ୍ରହ୍ମପୁର ମହାନଗରର ଭାରତୀୟ ଜନତା ପାର୍ଟି/ ଭାରତୀୟ ଜନତା ଯୁବମୋର୍ଚ୍ଚାର ତତ୍ତ୍ୱାବଧାନରେ ଭୁବନେଶ୍ୱର-କଟକ ଦ୍ୱୈତନଗରୀର ପୋଲିସ କମିସନର, ଭୁବନେଶ୍ୱର ଡିସିପି ଏବଂ ଓଡିଶାର ପୋଲିସ ଡିଜି ବିରୋଧରେ ମାମଲା ଦରଜ ପାଇଁ ମହାନଗର ବିଜେପିର ତତ୍ତ୍ୱାବଧାନରେ ୪ଟି ଥାନରେ ଶାନ୍ତିପୂର୍ଣ୍ଣ ଗଣତାନ୍ତ୍ରିକ ପ୍ରତିବାଦ ସହ ମାମଲା ଦରଜ କରିବାପାଇଁ ଲିଖିତ ପତ୍ର ଦିଆଯାଇଛି। କିରଣ କୁମାର ସାହୁ, ପୂର୍ବତନ ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ଙ୍କ ନେତୃତ୍ୱରେ ଆସ୍କାରୋଡ ମଣ୍ଡଳରେ ଥିବା ବଡବଜାର ଥାନରେ ମାମାଲା ଦିଆଯାଇଥିବା ବେଳେ, ପୁରୁଣା ବ୍ରହ୍ମପୁର ମଣ୍ଡଳରେ ଅବସ୍ଥିତ ଟାଉନ ଥାନାରେ ଭାଜପାର ୧୮ନଂ କର୍ପୋରେଟର ପ୍ରାର୍ଥୀ ଆନନ୍ଦ ମହାଙ୍କୁଡ ଓ ୩ନଂ ୱାର୍ଡ କର୍ପୋରେଟର ପ୍ରତିନିଧି ଚିତ୍ତ ରଂଜନ ସାହୁଙ୍କ ନେତୃତ୍ୱରେ ଲିଖିତ ମାମଲା ଦାଖଲ ହେଲା। ୩୬ନଂ କର୍ପୋରେଟର ପ୍ରାର୍ଥୀ ଅର୍ଜୁନ ଜେନାଙ୍କ ନେତୃତ୍ୱରେ କମାପଲ୍ଲୀ ମଣ୍ଡଳର ବୈଦ୍ଯନାଥପୁର ଥାନା ଏବଂ ଗୋସାଣିନୂଆଁଗା ମଣ୍ଡଳରେ ଅବସ୍ଥିତ ଗୋସାଇଁ ନୂଆଁଗାଁ ଥାନାରେ କର୍ପୋରେଟର ନୀଳକଣ୍ଠ ସାହୁଙ୍କ ନେତୃତ୍ୱରେ ମାମଲା ଦାଖଲ କରାଯାଇଥିଲା। ଏହି ୪ଟି ଥାନାକୁ ବ୍ରହ୍ମପୁର ମହାନଗରର ମେୟର ପ୍ରାର୍ଥୀନି ସବିତା ସୁଆର,୨୭ନଂ କର୍ପୋରେଟର ନୀଳକଣ୍ଠ, ପୂର୍ବତନ ଯୁବମୋର୍ଚ୍ଚା ସଭାପତି କିରଣ କୁମାର ସାହୁଙ୍କ ତତ୍ତ୍ୱାବଧାନ ଓ ସଂଯୋଜନାରେ ଶତାଧିକ ମହାନଗର ଭାଜପା କାର୍ଯ୍ଯକର୍ତ୍ତା ଥାନା କୁ ଥାନା ଯାଇଥିଲେ। ଏହି କାର୍ଯ୍ଯକ୍ରମରେ ମହାନଗର ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତା ପ୍ରଫୁଲ ସାହୁ, ମହେଶ ତ୍ରିପାଠୀ, ସାଗର ମୁଖୀ, ଗଜେନ୍ଦ୍ର ଚୌଧୁରୀ,ଶିବ ଅଧିକାରୀ,ବଳରାମ ସାହୁ,କିସାନ ପଣ୍ଡା, ଆଶୁତୋଷ ପାତ୍ର, ଟୁନା ପାତ୍ର,ସର୍ବେଶ୍ୱର ନାୟକ, ବ୍ରହ୍ମାନନ୍ଦ ସାହୁ, ଅର୍ଜୁନ ପଣ୍ଡା, ଶିବ ପାଣିଗ୍ରାହୀ,ସୁନୀଲ ସେଠି, ଅନିଲ ମିଶ୍ର ଅମର ସାହୁ, ଶଙ୍କର ଗୌଡ଼, ପ୍ରଫୁଲ୍ଲ ଗୌଡ଼, ବିନୋଦ ସିଂ,ନର୍ମଦା ମଣି ରାଜୁ, ମଧୁସ୍ମିତା ମହାପାତ୍ର, ସନ୍ତୋଷୀ ଦାସ,ଶ୍ରୀଧର ମହାପାତ୍ର, ନାରାୟଣ ମହାପାତ୍ର, ପି. ଚନ୍ଦ୍ର ପ୍ରକାଶ, ପପୁ ସାହୁ, ସିମାଞ୍ଚଳ ପଟନାୟକ, ମାଧବ ମହାରଣା, ଯୋଗେଶ ଦାସ, ରବି ବେହେରା, ନିବେଦିତା ପାଢ଼ୀ, ଅକ୍ଷୟ ସେଠି, ଅବିଳାସ ପାତ୍ର, ଅମର ନାୟକ, ଅନିଲ ମିଶ୍ର,ଅମର ସାହୁ,ଆସୁତୋସ ଗୌଡ଼,ଲୋକନାଥ ସାହୁ,ମଣ୍ଟୁ ଦାସ,ଅନିଲ ସାହୁ,ପ୍ରଶାନ୍ତ ଗୌଡ଼,ସୋନୁ ସାହୁ, ରବି ମହାରଣା, ଅନନ୍ତ ମାହାଙ୍କୁଡ଼, ଶଙ୍କର ମହାଙ୍କୁଡ, ଙ୍କ ସମେତ ବହୁତ କାର୍ଯ୍ୟକର୍ତ୍ତା ଓ ବୁଦ୍ଧିଯିବି ଉପସ୍ଥିତ ଥିଲେ। ମହାନଗର ବିଜେପିର ଲଗାତର କାର୍ଯ୍ଯକ୍ରମ ଦେଖି ପ୍ରତିପକ୍ଷ ବିଜେଡି ଶୀବିରରେ ଛନକା ପଶିଛି।