“ପ୍ରତିବାଦୀ ନାଟକକୁ ବୃହତ୍ତର ସମାଜ ଉଚିତ ସମ୍ମାନ ଦେଉ”

Spread the love

ଓଡ଼ିଶା ବାର୍ତ୍ତା

ମୃଣାଳଙ୍କ ଅନୂଦିତ ପୁସ୍ତକ ‘ସଫଦର ହାସମୀ- ୨ ନାଟକ ଓ କେତୋଟି କବିତା’ ଉନ୍ମୋଚିତ

ଢେଙ୍କାନାଳ: ପଥପ୍ରାନ୍ତ ନାଟକ ବିଶେଷତଃ ଦୁଇ ପ୍ରକାରର ଗୋଟିଏ ହେଉଛି ପ୍ରତିବାଦୀ ନାଟକ ଏଥିରେ ସାଧାରଣ ଲୋକଙ୍କ ସ୍ୱର ପ୍ରତିଫଳିତ ହୋଇଥାଏ ଏବଂ ମାନବିକତାର କଥା ରହିଥାଏ ଅନ୍ୟଟି ହେଉଛି ସଚେତନତାଧର୍ମୀ ନାଟକ ତେବେ ପ୍ରତିବାଦୀ ପଥପ୍ରାନ୍ତ ନାଟକକୁ ବୃହତ୍ତର ସମାଜ ଉଚିତ ସମ୍ମାନ ଦେବା ଜରୁରୀ ବୋଲି କହିଛନ୍ତି ସୁସାହିତ୍ୟିକ ମୃଣାଳ

ଢେଙ୍କାନାଳର ଅଲ୍ଟରନେଟିଭ୍ରିଦମ୍ଥିଏଟର ପକ୍ଷରୁ ଫେସ୍ବୁକ୍ଲାଇଭ୍ମାଧ୍ୟମରେ ଆୟୋଜିତ କାର୍ଯ୍ୟକ୍ରମନାଟ୍ୟକଥା୩୬ରେଓଡ଼ିଶାରେ ପଥପ୍ରାନ୍ତ ନାଟକଏକ ପ୍ରକ୍ରିୟାଉପରେ ଆଲୋଚନା ହୋଇଛି ଏଥିରେ ଯୋଗଦେଇ ମୃଣାଳ କହିଛନ୍ତି, ଯେଉଁ ସମାଜ ପଥପ୍ରାନ୍ତ ନାଟକକୁ ସମ୍ମାନ ନଦିଏ, ତେବେ ଏହା ସେ ସମାଜ ପାଇଁ ବଡ଼ ଦୁଃଖ ଏହିପରି ନାଟକକୁ ସମାଜ ପକ୍ଷରୁ ସମ୍ମାନ ଦିଆଯିବା ଦରକାର କେବଳ ସମ୍ମାନ ଦେଲେ ହେବନି, ବରଂ ଆର୍ଥିକ ସହାୟତା ମଧ୍ୟ ଦେବା ଦରକାର ଦାୟିତ୍ୱ ବୃହତ୍ତର ସମାଜ ନେବା କଥା କୌଣସି ରାଜନୈତିକ ଦଳ ନେବା କଥା ନୁହେଁ ଯେମିତି ବିଭିନ୍ନ ରାଜ୍ୟରେ ବୃହତ୍ତର ସମାଜ ଏହାର ଦାୟିତ୍ୱ ନେଉଛନ୍ତି, ସେମିତି ଓଡ଼ିଶାରେ ବି ହେଉ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି

ସେ ଆହୁରି କହିଛନ୍ତି, ପଥପ୍ରାନ୍ତ ନାଟକର ଅବଧାରଣା ଆମ ଭାରତୀୟ ନାଟ୍ୟ ଶାସ୍ତ୍ରର ଅନେକ ବିଭବରେ ରହିଛି ଆମର ଯେତେ ଲୋକନାଟ୍ୟ ରହିଛି ଏସବୁଥିରେ ପଥପ୍ରାନ୍ତ ନାଟକର କିଛି ନା କିଛି ବିଭବ ରହିଛି ତେବେ ଆଧୁନିକ ପଥପ୍ରାନ୍ତ ନାଟକ ୧୯୪୦/୫୦ ଦଶକ ଭିତରେ ଆରମ୍ଭ ହୋଇଥିବା କୁହାଯାଇପାରେ ଇଣ୍ଡିଆନ୍ଥିଏଟର ଆସୋସିଏସନରୁ ବର୍ତ୍ତମାନର ପଥପ୍ରାନ୍ତ ନାଟକର ଧାରା ଆରମ୍ଭ ମୁଖ୍ୟତଃ ଶୋଷିତ ଅବହେଳିତ ଲୋକମାନଙ୍କ କଥା, ତାଙ୍କ ଦୁଃଖ କଥା, ତାଙ୍କ ଉପରେ ଯେଉଁ ଅତ୍ୟାଚାର ହେଉଛି ତା କଥା ଏସବୁ ଏହି ଆସୋସିଏସନର ନାଟକଗୁଡ଼ିକରେ ଆସୁଥିଲା ଉତ୍ପଳ ଦତ୍ତ, ବାଦଲ ସରକାର ପ୍ରମୁଖ ଏହି ଧାରାକୁ ସଫଳତାର ସହ ଆଗେଇ ନେଇଥିଲେ ପରବର୍ତ୍ତୀ ସମୟରେ ବାଦଲ ସରକାରଙ୍କନବାନ୍ନନାଟକ ଓଡ଼ିଆରେ ଅନୂଦିତ ହୋଇ ଓଡ଼ିଶାରେ ପରିବେଷିତ ହୋଇଥିଲା ଖୁବ୍ଲୋକପ୍ରିୟ ହୋଇଥିଲା ତେବେ ୬୦ ଦଶକରେ ପଥପ୍ରାନ୍ତ ନାଟକ ଟିକିଏ ଦବିଗଲା ଭଳି ମନେହେଲା ପୁଣି ୭୦/୮୦ ଦଶକ ବେଳକୁ ଏହା ଲୋକପ୍ରିୟ ହୋଇଉଠିଲା ତାଙ୍କ ପରବର୍ତ୍ତୀ ପିଢ଼ି ହେଉଛି ସଫଦର ହାସ୍ମୀ ପଥପ୍ରାନ୍ତ ନାଟକର ଦ୍ୱିତୀୟ ଜେନେରେସନ ବିଷୟ ହେଉଛି ଦଳିତ, ନିଷ୍ପେସିତ, ନିର୍ଯାତିତ ଲୋକଙ୍କ କଥା ପ୍ରତିବାଦ ଏବଂ ମାନବିକତା ସଫଦର ହାସ୍ମୀଙ୍କ ପଥପ୍ରାନ୍ତ ନାଟକର ଦୁଇଟି ମୁଖ୍ୟ ସ୍ୱର ୮୦ ଦଶକ ପରେ  ଆଉ ଗୋଟିଏ ଧାରାର ପଥପ୍ରାନ୍ତ ନାଟକ ଆରମ୍ଭ ହେଲା ମହିଳା ସଶକ୍ତିକରଣ, ମାଲେରିଆ ସଚେତନତା ଆଦି ଜନମଙ୍ଗଳକର କାର୍ଯ୍ୟକ୍ରମଗୁଡ଼ିକ ଲୋକମାନଙ୍କ ପାଖରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ପହଞ୍ଚାଇବାକୁ ଚେଷ୍ଟା କରାଗଲା

ପଥପ୍ରାନ୍ତ ନାଟକରେ ପ୍ରତିବାଦ ନାଟକର ଧାରା ଯେଉଁ ଆରମ୍ଭ ହୋଇଥିଲା ତା ପ୍ରତିବାଦୀ ଚେହେରାର ଏକ ଫର୍ମ ସୁବୋଧ ପଟ୍ଟନାୟକଙ୍କ ନାଟକରେ ଦେଖିବାକୁ ମିଳିଲା ପଶ୍ଚିମ ଓଡ଼ିଶାର କେତୋଟି ଅନୁଷ୍ଠାନ ମଧ୍ୟ ଏହି ଧାରାକୁ ବଜାୟ ରଖିଛନ୍ତି ହେଲେ ତାପରେ ଯେଉଁଟା ଆସୁଛି ତା ଚିତ୍ର ବେଶ୍ଅସ୍ପଷ୍ଟ ବା ଧୂଆଁଳିଆ ଏବେ ନୃତ୍ୟ, ମ୍ୟାଜିକ, ଜିମ୍ନାଷ୍ଟିକ୍କରିବା ଆଦି ମଧ୍ୟ ପଥପ୍ରାନ୍ତ ନାଟକ ଭିତରେ ଅନ୍ତର୍ଗତ ହେଉଛି ଅର୍ଥାତ୍ବଜାରର ଚାପରେ ପଥପ୍ରାନ୍ତ ନାଟକର ବିଷୟବସ୍ତୁ ପରିବର୍ତ୍ତନ ହୋଇ ତା ଫର୍ମ ବଦଳିବାରେ ଲାଗିଛି ବୋଲି ମୃଣାଳ କହିଛନ୍ତି

ଏହି ଅବସରରେ ସୁସାହିତ୍ୟିକ ମୃଣାଳଙ୍କ ଅନୂଦିତ ପୁସ୍ତକସଫଦର ହାସ୍ମୀ ନାଟକ କେତୋଟି କବିତାପୁସ୍ତକ ଉନ୍ମୋଚିତ ହୋଇଥିଲା ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକ ଏହାକୁ ଡିଜିଟାଲି ଉନ୍ମୋଚିତ କରି କହିଛନ୍ତି, ପଥପ୍ରାନ୍ତ ନାଟକରେ ଏକ ଭିନ୍ନ ସ୍ୱାଦ ରହିଛି ଏହା ସବୁବେଳେ ସମାଜର କଥା କହିଥାଏ, ଲୋକଙ୍କ କଥା ଉପସ୍ଥାପନ କରିଥାଏ ପ୍ରାକୃତିକ ଆଲୋକ ଶବ୍ଦର ବ୍ୟବହାରରେ ପରିବେଷିତ ଏହି ନାଟକରେ ବିଷୟବସ୍ତୁର ଛାପ ପ୍ରଭାବ ଲୋକଙ୍କ ଉପରେ ପଡ଼ିଥାଏ ବୋଲି କହିଛନ୍ତି  ରିଦମ୍ଥିଏଟରର ଦିନେଶ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ