କରନା କୁ ହରାଇଛି ଗରୀବ ଙ୍କ କୌଳିକ ବୃତ୍ତି ସରକାର ଙ୍କ ସହାୟତା ର ଅପେକ୍ଷା ରେ ବୁଣାକାର

??????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

Spread the love

ଓଡ଼ିଶା ବାର୍ତ୍ତା

କଷାଗୁମୁଡା,୨୪//୨୧:ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ସନ୍ତୋଷପୁର ପଞ୍ଚାୟତ ସରାଳଧନୁଆ ଗ୍ରାମ ରେ ପ୍ରାୟ ତିରିଶ ଗୋଟି ପରିବାରର ୧୫୦ ରୁ ଉର୍ଦ୍ଧ୍ବ ଜନ ସଂଖ୍ୟା ରୋହିଆସୁଛନ୍ତି ଏହି ସରାଳଧନୁଆ ୩୦ ଗୋଟି ପରିବାର ଙ୍କ ଜୀବିକା ନିର୍ବାହ ଏକ ପନ୍ଥା ଅଟେ , ପ୍ଲାଷ୍ଟିକ ଜୋରି ବସ୍ତା ସୂତା ରେ ତିଆରି ରସି ବିକ୍ରି କରି ପେଟ ପୋଷିବା ଏହି ଗ୍ରାମରେ ପ୍ରାୟ ୮୦ ବର୍ଷ ରୁ ଅଧିକ ଦିନ ତଳୁ ବସବାସ କରି କେବଳ ଦଉଡ଼ି ତିଆରି କରି ଆସୁ ଛନ୍ତି ଯାହାକି ସେ ମାନଙ୍କ କୌଳିକ ବୃତ୍ତି ସେହି ଦଉଡି ପ୍ରତ୍ୟେକ ଦିନ ତିଆରି କରି ବିକ୍ରି କଲେ ଯାଇ ଦୁଇ ଓଳି ଖାଇବାକୁ ମିଳୁଛି ସେମିତି କାହାର ମଧ୍ୟ ଆର୍ଥିକ ସ୍ଵଚଳ ତା ନାହିଁ ବୋଲି ଦଉଡି ବୁଣାକାରମାନଙ୍କ ମନ୍ତବ୍ୟ ଏହି କରନା ମହାମାରୀ ସମୟରେ ମଧ୍ୟ ନିଜ ପରିବାରର ସଦସ୍ୟଙ୍କ ପେଟ କୁ ଦୁଇ ଓଳି ଖାଦ୍ୟ ଯୋଗାଇବା ପାଇଁ ଦୈନିକ ଏହି ଦଉଡ଼ି ତିଆରି କରିବା କୁ ପଡିଥାଏ କରନା କୁ ଭୟ କରି ଏହି କୌଳିକ ବୃତ୍ତି କୁ ବନ୍ଦ କଲେ କଣ ଖାଇବେ ବଞ୍ଚିବେ ବୋଲି କହିଛନ୍ତି   ସେମାନେ ନବରଙ୍ଗପୁର ପଡ଼ୋଶୀ ସହର ଯୋଗଦଲପୁର(ଛତିଶଗଡ଼ ରାଜ୍ୟ) ଠାରୁ ଜୋରିବସ୍ତା ଗୋଟିଏ କୁ ଦୁଇ ଟଙ୍କା ରୁ ପାଞ୍ଚ ଟଙ୍କା ମୂଲ୍ୟରେ କିଣି ଗୋଟିଏ ଦଉଡି ପ୍ରସ୍ତୁତ ପାଇଁ ଶହେ ରୁ ଶହେ କୋଡିଏ ଟଙ୍କା ବିନିଯୋଗ ରେ ୪୦ହାତର ଗୋଟିଏ ଗୋଟିଏ ଦୌଡି ଗାଈ ଙ୍କ ବେକ ପାଇଁ ଦଉଡ଼ି, କୂଅ ପାଇଁ ବ୍ୟବହୃତ ଏପରି ଦଉଡ଼ି ପ୍ରସ୍ତୁତ କରି ବଜାର ସ୍ତାନୀୟ ସାପ୍ତାହିକ ବଜାର ହାଟ ରେ ଶହେ ପଚାଶ ରୁ ଦୁଇଶହ ଟଙ୍କାରେ ସ୍ୱଳ୍ପ ଲାଭ ରେ କାହିଁ କେତେ ବର୍ଷ ଧରି ବିକ୍ରି କରି ମୁଠାଏ ଖାଇବା ଖର୍ଚ୍ଚ ହିଁ ବାହାରୁଛି ବୋଲି ଦଉଡ଼ି ବୁଣାକାର ମାନେ ମନ୍ତବ୍ୟ ଦେଇଛନ୍ତି ସେମାନଙ୍କ ଏହି କୌଳିକ ବୃତ୍ତି ଉନ୍ନତି ପାଇଁ ସ୍ତାନୀୟ ପ୍ରସାସନ ସରକାରଙ୍କ ନିକଟରେ ଏକ ନିବେଦନ କରିଛନ୍ତି କି କିଛି ଅର୍ଥ ବ୍ୟବସ୍ଥା ଯୋଗାଇଦେଲେ ସେମାନଙ୍କ ବ୍ୟବସାୟ ଉନ୍ନତି ସହ ବଞ୍ଚିବାର ରାହା ପାଇଯିବେ ଏହା ଆଗରୁ ଲିଖିତ ମୌଖିକ କେତେ ରାଜନେତା ସରକାରୀ ବାବୁ ଙ୍କୁ ନିବେଦନ କରି ଅସଫଳ ହୋଇଛନ୍ତି, ବୋଲି ଦଉଡି ବୁଣାକାର ଗ୍ରାମବାସୀ କହିଛନ୍ତି

ଏହି ସରାଳଧନୁଆ ଦଉଡ଼ି ବୁଣାକାର ମାନେ ହେଲେ, ମଙ୍ଗତୁ ମାଙ୍ଗଲୀ, ଗୁଟୁ ମାଙ୍ଗଲୀ, ଜଗତ ମଙ୍ଗୋଲି, କମୁଲୁ ମାଙ୍ଗଲୀ, ସଦାଶିଵ ମାଙ୍ଗଲୀ, ଦୟାରାମ ମାଙ୍ଗଲୀ,ହାଡ଼ି ମାଙ୍ଗଲୀ ଚନ୍ଦ୍ର ମାଙ୍ଗଲୀ, ମଙ୍ଗତୁ ମାଙ୍ଗଲୀ