ପେରୁମଞ୍ଜି ଗ୍ରାମ ପଞ୍ଚାୟତ ଠାରେ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା – 2024 ଶୁଭ ଉଦଘାଟନ

Spread the love

ଦୁଷ୍ମନ୍ତ ପଣ୍ଡା ଓଡିଶା ବାର୍ତ୍ତା

କଳାହାଣ୍ଡି  ତା: 22.12.2023:- ଆଜି ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ପେରୁମଞ୍ଜି ଗ୍ରାମପଞ୍ଚାୟତଠାରେ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା :– 2024 ଶୁଭ ଉଦଘାଟନ ହୋଇଯାଇଛି ଆଜି ଦିନଠାରୁ କଳାହାଣ୍ଡି ଉତ୍ସବ ୨୦୨୪ ଶୁଭାରମ୍ଭ ହୋଇ ଜାନୁଆରୀ ୧୭ ,୨୦୨୪ପର୍ଯ୍ୟନ୍ତ ପଞ୍ଚାୟତ,ବ୍ଲକ,ଉପଖଣ୍ଡ ଜିଲ୍ଲା ସ୍ତରରେ ସମାପନ ହେବ ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ କଳାହାଣ୍ଡି ତନ୍ମୟ କୁମାର ଦରୱାନ  ମୁଖ୍ୟ ଅତିଥି ରୂପେ ଯୋଗଦେଇ ଗ୍ରାମ୍ୟ ଦେବୀ ଧରଣୀ ମନ୍ଦିରରୁ ଶୋଭାଯାତ୍ରାରେ ଆସିଥିବା ମଶାଲକୁ ଗ୍ରହଣ କରି ମଞ୍ଚ ନିକଟରେ ସ୍ଥାପନା କରିଥିଲେ ପୂର୍ବରୁ କର୍ଲାପାଟ ଡୋକରି ମାଁଙ୍କ ମନ୍ଦିରରୁ ଥୁଆମୂଳ ରାମପୁର ବିଡିଓ ମଶାଲ ଆଣି ଧରଣୀ ମନ୍ଦିରରେ ପୂଜା କରିଥିଲେ ମଞ୍ଚରେ ଅନ୍ୟତମ ସମ୍ମାନିତ ଅତିଥିରୂପେ ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ , ବି.ଡି.ଓ  ଧ୍ରୁବ ଚରଣ ମୁଦୁଲି , ତହସିଲଦାର  କବିରାଜ ପ୍ରଧାନ , ଡି.ଆଇ.ପି. ଆର.ମନୋଜ ବେହେରା , ପ୍ରଚାର ବିଜ୍ଞାପନ ସବକମିଟି ଅଧ୍ୟକ୍ଷ ତଥା ସାମ୍ବାଦିକ ଶାନ୍ତନୁ ବେହେରା, ଜିଲ୍ଲା ସଂସ୍କୃତି ପରିଷଦ ସଭ୍ୟ ସତ୍ୟ ପ୍ରସାଦ ସିଂ , ଜିଲ୍ଲା ପରିଷଦ ସଭ୍ୟ ଟୁନି ଖୋସାଲା , ମାଁ ମାଣିକେଶ୍ବରୀ ପଞ୍ଚାୟତ କଲେଜ ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନ୍ନା, ଅଶୋକ ସିଂ , ସଂଜୀବ ସିଂ ,  ସରପଞ୍ଚ ସଂଘ  ଅଧ୍ୟକ୍ଷ,ସମିତି ସଭ୍ୟ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ଏହି ଅବସରରେ ଅତିଥିଗଣ ଜିଲ୍ଲାର ସଂସ୍କୃତି , ପରମ୍ପରା , ଐତିହ , ଲୋକ ସଙ୍ଗୀତ , ଲୋକନୃତ୍ୟର ପ୍ରଚାର , କଳାକାରମାନଙ୍କ ପ୍ରତିଭା ନିଦର୍ଶନ , ଜିଲ୍ଲାର ବିକାଶ ସର୍ବୋପରି କଳାହାଣ୍ଡି ଉତ୍ସବ ପରିବେଶକୁ ଗ୍ରାମ , ପଞ୍ଚାୟତ , ବ୍ଲକ ଜିଲ୍ଲାସ୍ତରରେ ଅଧିକ ସୁନ୍ଦର , ମନୋରମ ମନୋରଞ୍ଜନର ମାଧ୍ୟମ କରିବାକୁ ସମସ୍ତଙ୍କ ସହଯୋଗ ଲୋଡିଥିଲେ

ଏହି ଅବସରରେ କଳାହାଣ୍ଡି ଉତ୍ସବ ପ୍ରଚାର ବିଜ୍ଞାପନ କମିଟି ଦ୍ଵାରା ପ୍ରସ୍ତୁତ ଅନୁମୋଦିତ ଲୋଗୋ ପୋଷ୍ଟର ରୂପରେଖର ଶୁଭ ଉନ୍ମୋଚନ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ କରିଥିଲେ ଉତ୍ସବ ସ୍ଥଳରେ ଉଦ୍ୟାନ ବିଭାଗ , ଅଗ୍ନିଶମ , ପ୍ରାଣୀସମ୍ପଦ , ମିଶନଶକ୍ତି , ସମନ୍ଵିତ ଶିଶୁ ବିକାଶ , କୃଷି ବିଭାଗ ନିଜସ୍ଵ ବିଭିନ୍ନ ଯୋଜନାର ସଚେତନତା ସୃଷ୍ଟି କରିଥିଲେ ବିଭିନ୍ନ ବିଦ୍ୟାଳୟ ଅନ୍ୟ ଘରୋଇ  ସାଂସ୍କୃତିକ ଅନୁଷ୍ଠାନର ପ୍ରାୟ 20ଟି ଦଳ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଏବଂ ସେମାନଙ୍କୁ ଅତିଥିଗଣ ସାର୍ଟିଫିକେଟ ଟ୍ରଫି ପ୍ରଦାନ କରିଥିଲେ ଉତ୍ସବ ପଡିଆରେ ଭଲିବଲ ପ୍ରତିଯୋଗିତାକୁ ଉଦଘାଟନ କରାଯାଇଥିଲା ଏବଂ ଏଥିରେ ମୋଟ ୯ଟି ଦଳ ଅଂଶଗ୍ରହଣ କରିଥିଲେ ମାଁ ମାଣିକେଶ୍ବରୀ ପଞ୍ଚାଯତ ସମିତି କଲେଜ ଚମ୍ପିୟାନ ଏବଂ ଗୁଣପୁର ଏସ ଏସ ଡି ହାଇସ୍କୁଲ ରନର୍ସ ଅପ ହୋଇଥିଲା ଅତି ମନୋରମ ପରିବେଶରେ ଏକ ହଜାରରୁ ଊର୍ଦ୍ଧ୍ଵ ଆଖପାଖ ଗ୍ରାମବାସୀ ଏହି ଉତ୍ସବ ସ୍ଥଳରେ ଯୋଗ ଦେଇଥିଲେ ସଭାକୁ ପରିଚାଳନା କରିଥିଲେ ମାଁ ମାଣିକେଶ୍ବରୀ ପଞ୍ଚାୟତ ସମିତି କଲେଜ ଅଧ୍ୟକ୍ଷ ସତ୍ୟନାରାୟନ ମୁଣ୍ଡଛିନ୍ନା ଏବଂ ଧନ୍ୟବାଦ ଦେଇଥିଲେ ଆଇନଜୀବୀ ସଂଜୀବ ସିଂ