ପାକ୍ଷିକ ସମ୍ବାଦ ପତ୍ର ଏରିଆ ଖବରର ଅଷ୍ଟମ ବାର୍ଷିକ ଉତ୍ସବ ଅନୁଷ୍ଠିତ।

Spread the love

ଓଡିଶା ବାର୍ତ୍ତା

ତାଳଚେର – ତାଳଚେର ପଞ୍ଚାୟତ ସମିତି  ସଭାଘର ଠାରେ ପାକ୍ଷିକ ସମ୍ବାଦ ପତ୍ର ଏରିଆ ଖବର ୮ମ ବାର୍ଷିକ ଉତ୍ସବ ଏକ ନିଆରା ଢଙ୍ଗରେ ଅନୁଷ୍ଠିତ ହୋଇଥିଲାପ୍ରଥମେ କାରଗିଲ ସହିଦ ରଞ୍ଜନ କୁମାର ମହାନ୍ତି ଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲାତତ୍ ସହିତ ସଭା ଆରମ୍ଭ ହେବା ପୂର୍ବରୁ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜଳନ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ତାଳଚେର ବ୍ଲକ ବି. ଡି.ଚିନ୍ମୟୀ ଚେତନା ଦାଶ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏରିଆ ଖବର ଏକ ସମ୍ବାଦ ପତ୍ର ନୁହେଁ ଆନ୍ଦୋଳନ,ନିରପେକ୍ଷ ଭାବରେ ସମ୍ବାଦ ପରିବେଷଣ କରି ତାଳଚେର ଅଞ୍ଚଳରେ ପାଠକ ମାନଙ୍କ ମଧ୍ୟରେ ବେଶ୍ ପ୍ରୀୟଭାବକ ହୋଇ ପାରିବି ଏହି ଆଠବର୍ଷ ମଧ୍ୟରେ ଏରିଆ ଖବର ତାର ପରମ୍ପରା ବଜାୟ ରଖିବା ସହିତ ମହିଳା ସଶକ୍ତି କରଣ କୁ ପ୍ରାଧ୍ୟାନ ଦେଇ ଆସିଛି ସାଧାରଣ ଜନତାଙ୍କ ଅସୁବିଧାକୁ ପ୍ରଶାସନ ରାଜନେତାଙ୍କ ନିକଟରେ ପହଞ୍ଚାଇ ନ୍ୟାୟ ପ୍ରଦାନ କରିବାରେ ସହାୟକ ହୋଇଛିଅନ୍ୟତମ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଧୀର ମୋହନ ରାୟ  ଯୋଗ ଦେଇ କହିଲେ ଯେ ଏରିଆ ଖବର ସତ୍ୟ ନିରପେକ୍ଷ ପରିବେଷଣ କରି ଜନସାଧାରଣ ଙ୍କ ସମସ୍ୟା ସମାଧାନ ସକ୍ଷମ ହୋଇପାରିଛିଏହି ପାକ୍ଷିକ ସମ୍ବାଦ ପତ୍ରର ଉତ୍ତରୋତ୍ତର ଉନ୍ନତି ପାଇଁ ଶୁଭକାମନା ମଧ୍ୟ ଗ୍ୟାପନ କରିଥିଲେଅନ୍ୟତମ ଅତିଥି ଭାବରେ ସାମ୍ବାଦିକ ବିରଜା ମିଶ୍ର ଯୋଗଦେଇ କହିଥିଲେ ଯେ ଏରିଆ ଖବର ଭଳି ପାକ୍ଷୀକ ଏବଂ ସାପ୍ତାହିକ ସମ୍ବାଦ ପତ୍ର ଗୁଡ଼ିକ ଆଞ୍ଚଳିକ ସମ୍ବାଦ ଗୁଡିକୁ ଗୁରୁତ୍ଵ ଦେଇଥାନ୍ତି ଫଳରେ ସେହି ଅଞ୍ଚଳର ସମସ୍ୟାଗୁଡ଼ିକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥାଏଅନ୍ୟତମ ସମ୍ମାନିତ ଅତିଥି ଭାବରେ ସମାଜସେବୀ ଶ୍ରୀମତୀ ସୌରଭିନି ନାୟକ ଯୋଗଦେଇଥିଲେଏରିଆ ଖବର ସମ୍ବାଦ ପତ୍ରର ସମ୍ପାଦକ ସୌଭାଗ୍ୟ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଠ କଳାକାର କରୁଣାକର ମଞ୍ଚ ପରିଚାଳନା କରିଥିଲେଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ ମଦନ ମୋହନ ସାହୁ,ମନୋରଞ୍ଜନ ଦାଶ,ମନୋଜ ବାରିକ, ଦିନାନାଥ ସାଓ, ବାସୁଦେବ ପ୍ରଧାନ ,ତାଳଚେର ବ୍ଲକ ସମସ୍ତ ପଞ୍ଚାୟତରେ କାର୍ଯ୍ୟରତ ୨୦ ଜଣରୁ ଉର୍ଦ୍ଧ୍ୱ ଦକ୍ଷ ନଥିପତ୍ର ପରିଚାଳିକା(MBK),ସାମ୍ବାଦିକ ସମାଜ ସେବୀ ମାନଙ୍କୁ ଉତ୍ତରୀୟ ଦିଆଯାଇଥିଲା