ବିତନାଓ ଚଷାଖଣ୍ଡରେ ବିଜେପି ମହିଳାମୋର୍ଚ୍ଚାର ଜନଆକ୍ରୋଶସମାବେଶଓ ପଦଯାତ୍ରାଅନୁଷ୍ଠିତ
ଯାଜପୁର , ପ୍ରଦୀପ କୁମାର ମଲ୍ଲିକ , ଓଡ଼ିଶାବାର୍ତ୍ତା :
ନାରୀଶକ୍ତି ବନ୍ଦନ ଅଧିନିୟମ (ମହିଳା ସଂରକ୍ଷଣ ବିଲ୍) ପ୍ରସଙ୍ଗକୁ ନେଇ ସାରା ଦେଶରେ ବିଜେପି ପକ୍ଷରୁ ଜନଆକ୍ରୋଶ ମହିଳା ସମାବେଶ ଓ ବିରୋଧ ପ୍ରଦର୍ଶନ ଜାରି ରହିଥିବାବେଳେ, ଯାଜପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ବିଂଝାରପୁର ମଣ୍ଡଳ ଅଞ୍ଚଳରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବ୍ୟାପକ ସମାବେଶ ଓ ପଦଯାତ୍ରା ଆୟୋଜିତ ହୋଇଥିଲା। ଏଥିରେ ଶତାଧିକ ମହିଳାଙ୍କ ସକ୍ରିୟ ଯୋଗଦାନ ଦେଖିବାକୁ ମିଳିଥିଲା। ସମାବେଶରେ ଯୋଗଦେଇଥିବା ମହିଳାମାନେ କଂଗ୍ରେସ ସହ ଅନ୍ୟ ବିରୋଧୀ ଦଳଙ୍କ ନୀତି ଓ ଭୂମିକାକୁ ନେଇ ନାରାବାଜି କରିଥିଲେ। କେନ୍ଦ୍ର ସରକାରଙ୍କ “ନାରୀଶକ୍ତି ବନ୍ଦନ ଅଧିନିୟମ”କୁ ବିରୋଧ କରାଯାଉଥିବା ପ୍ରସଙ୍ଗରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ତୀବ୍ର ପ୍ରତିବାଦ ପ୍ରକାଶ ପାଇଥିଲା।
ବିତନାରୁ ଆରମ୍ଭ ହୋଇଥିବା ପଦଯାତ୍ରା ପ୍ରୀତିପୁର ଛକ ଓ ଚଷାଖଣ୍ଡ ରୁ ଆରମ୍ଭ ହୋଇଥିବା ପଦଯାତ୍ରା ଛତ୍ରପଡ଼ା ପର୍ଯ୍ୟନ୍ତ ପରିକ୍ରମା କରିଥିଲା। ପଦଯାତ୍ରା ସମୟରେ ମହିଳାମାନେ ବ୍ୟାନର ଓ ପ୍ଲାକାର୍ଡ ଧାରଣ କରି ନାରୀ ସଶକ୍ତିକରଣ ପକ୍ଷରେ ସ୍ୱର ଉତ୍ତୋଳନ କରିଥିଲେ। ଏହି ଅବସରରେ କେନ୍ଦ୍ର ସରକାରଙ୍କ ମହିଳା ସୁରକ୍ଷା, ସ୍ୱାବଳମ୍ବନ ଓ ରାଜନୈତିକ ସଶକ୍ତିକରଣ ନୀତିକୁ ସମର୍ଥନ କରାଯାଇଥିଲା। ସମାବେଶରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ବବିତା ମଲ୍ଲିକ, ବରିଷ୍ଠ ନେତା ନିରଂଜନ ବେହୁରିଆ, ଯୁବ ମୋର୍ଚ୍ଚା ସଭାପତି ସୁନୀଲ କୁମାର ସାହୁ, , ମଣ୍ଡଳ ସଭାପତି ଶ୍ରୀଧର ଜେନା , ଶାନ୍ତିଲତା ମିଶ୍ର, ନମିତା ନାୟକ, ମଞ୍ଜୁଲତା ପଣ୍ଡା, ଶସ୍ମିତା ବେହେରା, ଚିନ୍ମୟୀ ପାଣ୍ଡବ ଓ ମାନିନୀ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ନାରୀ ଅଧିକାର, ସମ୍ମାନ ଓ ସଶକ୍ତିକରଣର ବାର୍ତ୍ତା ପ୍ରଦାନ କରାଯାଇଥିଲା।
