ବ୍ରହ୍ମପୁର ଓ ଗଞ୍ଜାମ ଜିଲ୍ଲା କୁ ସରକାରଙ୍କ କ୍ରମାଗତ ଅବହେଳା ପ୍ରତିବାଦରେ ସହର ପରିକ୍ରମା ଓ ସଭା ଅନୁଷ୍ଠିତ

Spread the love

ବ୍ୟୁରୋ ଓଡିଶା ବାର୍ତ୍ତା

ବ୍ରହ୍ମପୁର ଗଞ୍ଜାମ ଜିଲ୍ଲା ପ୍ରତି ରାଜ୍ୟ ସରକାରଙ୍କ ଚିରନ୍ତନ ଅବହେଳା ପ୍ରତିବାଦରେ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ଆନୁକୁଲ୍ୟ ରେ ଆଜି ସହର ପରିକ୍ରମା ପ୍ରତିବାଦ ସଭା ଖଲ୍ଲିକୋଟ କଲେଜ ସାମ୍ନାରେ ଅନୁଷ୍ଠିତ ହୋଇ ଯାଇଛି

ଆଜିର ପ୍ରତିବାଦ ସଭା ରେ ବ୍ରହ୍ମପୁର ବିମାନ ବନ୍ଦରର ରନ୍ ୱେ କୁ ୨୫୦୦ ମିଟର କରି ଏକ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର ରେ ପରିଣତ କରିବା, ବ୍ରହ୍ମପୁର ଷ୍ଟାଡିୟମ କାମକୁ ଫ୍ଲଡ୍ ଲାଇଟ୍ ଲଗାଇ ସମ୍ପୂର୍ଣ କରିବା, ରିଙ୍ଗ ରୋଡ କାମକୁ ଶୀଘ୍ର ସମ୍ପୂର୍ଣ କରିବା, ସହର ତଳି ପଞ୍ଚାୟତ ଗୁଡ଼ିକୁ BMC ରେ ମିଶାଇବା, MKCG ବିକାଶ କରିବା, ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ରେ ଅଧ୍ୟାପକ ନିଯୁକ୍ତ ନୂତନ କ୍ୟାମ୍ପସ ନିର୍ମାଣ କରି ପୂର୍ଣ୍ଣାଙ୍ଗ କରିବା, ଗଞ୍ଜାମ ଜିଲ୍ଲାରେ ଯଥାଶୀଘ୍ର ମୋ ବସ ଚଲାଇବା, ବ୍ରହ୍ମପୁର ଟ୍ରାଫିକ ସମସ୍ୟା ସମାଧାନ ପାଇଁ ଶୀଘ୍ର ପଦକ୍ଷେପ ନେବା, ଆସ୍କା, ଗୋପାଳପୁର, ଦିଗପହଣ୍ଡି, ରମ୍ଭା, ପୋଲସରା, ବୁଗୁଡ଼ା, ଭଞ୍ଜନଗର, ସୋରଡ଼ା, ହିଞ୍ଜିଳି, ଖଲ୍ଲିକୋଟ ପ୍ରଭୃତି ଅଞ୍ଚଳ ରେ ଥିବା ପାରମ୍ପରିକ ଶିଳ୍ପ ପୁନରୁଦ୍ଧାର କରିବା ସହ ନୂତନ କଳ କାରଖାନା ପ୍ରତିଷ୍ଠା କରିବା ପାଇଁ ଦାବି କରା ଯାଇଥିଲା

ରନ୍ ୱେ କୁ ୨୫୦୦ ମିଟର କରିବା ସହ ବ୍ରହ୍ମପୁର ପୂର୍ଣ୍ଣାଙ୍ଗ ବିମାନ ବନ୍ଦର କାର୍ଯ୍ୟ ଯଥାଶୀଘ୍ର ସାରି ଡି.ଜି.ସି.ଅନୁମତି ଆଣିବା, ବିମାନ ବନ୍ଦର ନାଁ କୁ ବ୍ରହ୍ମପୁର ବିମାନ ବନ୍ଦର ରଙ୍ଗେଇଲୁଣ୍ଡା କରିବା, ସ୍କେଡୁଲ ବିମାନ ସେବା ଆରମ୍ଭ କରିବା, ଅନଲାଇନ୍ ଟିକେଟ ବୁକିଙ୍ଗ ବ୍ୟବସ୍ଥା କରିବା, ବ୍ରହ୍ମପୁର ଠାରୁ କଲିକତା, ହାଇଦ୍ରାବାଦ, ବିଶାଖାପାଟଣା, ଦିଲ୍ଲୀ, ବାଙ୍ଗାଲୋର, ମୁମ୍ବାଇ, ଚେନ୍ନାଇ, ଅହମଦାବାଦ ପ୍ରଭୃତି ପ୍ରମୁଖ ସହରକୁ ନିୟମିତ ବିମାନ ଚଳାଚଳ ବ୍ୟବସ୍ଥା କରିବା ପାଇଁ ଏହି ଅବସରରେ ଦାବି କରଯାଇଥିଲା

ଏହି କାର୍ଯ୍ୟକ୍ରମରେ ଫୋରମ୍ ସଚିବ V.ସୋମେଶ୍ୱର ରାଓ, ପ୍ରିତିଶ ପାଣିଗ୍ରାହୀ, ସହ ସଚିବ ମାନସ ରଞ୍ଜନ ପାତ୍ର, ପ୍ରବୀଣ ପଟ୍ଟନାୟକ, ସନ୍ତୋଷ କୁମାର ସାହୁ, ରମେଶ ଚନ୍ଦ୍ର ସାହୁ, ଆଦିତ୍ୟ ରଥ, କିରଣ କୁମାର ପଣ୍ଡା, ବିନୋଦ ସାବତ, ଏନ୍. ନୀଳମାଧବ ପାତ୍ର, ୱାଇ. ନାରାୟନ, J ସୂର୍ଯ୍ୟ ନାରାୟଣ, K ଶ୍ରୀନିବାସ ରାଓ, ପାର୍ଥସାମ, ଉପେନ୍ଦ୍ର ସାହୁ, ହିମାଂଶୁ, ଅରୋବିନ୍ଦି କୁମାର ସାହୁ, ଦିଗାମ୍ବର ସାମନ୍ତରାୟ,, ସଞ୍ଜୀବ କୁମାର ପଟ୍ଟନାୟକ, ଦେବୀ ପ୍ରସାଦ ଦାସ, ଅଜିତ କୁମାର ପଟ୍ଟନାୟକ, କାହୁଁ ଚରଣ ପତି, B ସୁଧାଂଶୁ ରାଓ, S ଶିବ ପ୍ରସାଦ, D VCC ରାଓ, J ରବି, ସୁବ୍ରତ କୁମାର ରଥ, J ଲକ୍ଷ୍ମୀ ରଥ, ଦେବବ୍ରତ ଦେବ, P ଭେଙ୍କଟ ରମଣ, ଗଣେଶ, ସୁଧା, ଚିନା, ଭାସ୍କର, ଶଙ୍କର, ସିଦ୍ଧୁ, ରାମୁ, ସତିଶ, ଲକ୍ଷ୍ମୀ ପତି, ରବି, N ରାମା ରାଓ, ସନ୍ତୋଷ ସ୍ୱାଇଁ, ପ୍ରକାଶ ଭଜାନି, ରବୀନ୍ଦ୍ର ନାଥ ସାହୁ, ଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ

ରାମ ପ୍ରସାଦ ତ୍ରିପାଠୀ

ସଭାପତି, ଓଡ଼ିଶା ଡେଭଲପମେଣ୍ଟ ଫୋରମ୍

[email protected]

9717982250