ମାଲକାନଗିରି ଜିଲ୍ଲା କ୍ରୀଡା ହଷ୍ଟେଲରେ ନୂତନ କ୍ରୀଡାବିତଙ୍କୁ  ସ୍ୱାଗତ ସମ୍ବର୍ଦ୍ଧନା, ଯୋଗଦେଲେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ

MLK-SPORTS

ମଙ୍ଗରାଜ ମାନସ ମୋହନ ମଲ୍ଲିକ, ଓଡ଼ିଶାବାର୍ତ୍ତା

ମାଲକାନଗିରି, ୧୭//୨୬   ମାଲକାନଗିରି ଜିଲ୍ଲା କ୍ରୀଡା ହଷ୍ଟେଲ ପରିସରରେ ନୂତନ ଭାବେ ଯୋଗ ଦେଇଥିବା କ୍ରୀଡା ଛାତ୍ରମାନଙ୍କ ପାଇଁ ଏକ ଭବ୍ୟ ସ୍ୱାଗତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଏବଂ ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ନୂତନ ଛାତ୍ରମାନଙ୍କୁ ଉତ୍ସାହିତ କରିଥିଲେ l ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ତୀରନ୍ଦାଜ, ଭଲିବଲ ଏବଂ  ଆଥଲେ ଟିକ୍ସ  ବିଭାଗର ପ୍ରତିଭାଵାନ  କ୍ରୀଡା ବିତମାନେ ଏହି ହଷ୍ଟେଲ ରେ ନିଜର ନାମଭୁକ୍ତ କରିଛନ୍ତି ଏହି ଅବସରରେ ଜିଲ୍ଲା କ୍ରୀଡା ଅଧିକାରୀ ମୁନା ତୁରୁକ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ହଷ୍ଟେଲ ବିଭିନ୍ନ ସୁବିଧା ସୁଯୋଗ ବିଷୟ ରେ ଅବଗତ କରାଇଥିଲେ l କାର୍ଯ୍ୟକ୍ରମ ରେ କ୍ରୀଡା ହଷ୍ଟେଲ ସମସ୍ତ କର୍ମଚାରୀ ପ୍ରଶିକ୍ଷକ ଉପସ୍ଥିତ ରହି ଛାତ୍ରମାନଙ୍କୁ ସ୍ୱାଗତ କରିଥିଲେ ମାଲକାନଗିରି  ମାଟିରୁ ଅନେକ ପ୍ରତିଭା ବାହାରି ଦେଶ ବିଦେଶରେ ସୁନାମ ଅର୍ଜନ କରିଛନ୍ତି l ଏହି ହଷ୍ଟେଲ ରେ ରହି ଉଚ୍ଚକୋଟୀର ପ୍ରଶିକ୍ଷଣ ପାଇବା ଦ୍ଵାରା କୋଣ ଅନୁକୋଣରୁ ଆସିଥିଵା ଏହି ଯୁବ ପ୍ରତିଭା ମାନେ ଆଧୁନିକ ଖେଳ, ସନ୍ତୁଳିତ ପୁଷ୍ଟିକର ଖାଦ୍ୟ ଏବଂ ଅଭିଜ୍ଞ କୋଚଙ୍କ ଦ୍ଵାରା ଉନ୍ନତ ମାନସିକ ଶାରୀରିକ ସ୍ୱାସ୍ଥ୍ୟର ବିକାଶ କରିବା ସହ ଛାତ୍ରମାନଙ୍କ ମଧ୍ୟ୍ୟରେ ସମୟନୁବର୍ତ୍ତିତା, ଶୁଙ୍ଖଳା, ଦଳଗତ କାର୍ଯ୍ୟ ଏବଂ ନେତୃତ୍ୱ ନେବାର ଦକ୍ଷତା ବୃଦ୍ଧି କରିବl l  ପରିଶେଷରେ, ଏହି ସୁବିଧା ଏବଂ ତାଲିମ କ୍ରୀଡ଼ାବିତମାନଙ୍କୁ ଭବିଷ୍ୟତରେ ଜାତୀୟ ଆନ୍ତର୍ଜାତୀ ସ୍ତର ରେ ନିଜର କ୍ୟାରିୟର ଗଢିବାରେ ସହାୟକ ହେବ ଏବଂ ମାଲକାନଗିରି ତଥା ସମଗ୍ର ଓଡିଶା ପାଇଁ ମେଡାଲ ବିଜେତା ଚମ୍ପିୟାନ୍ସ ପ୍ରସ୍ତୁତ କରିବାରେ ବଡ଼ ଭୂମିକା ଗ୍ରହଣ କରିବ l