ମାଲକାନଗିରି ଜିଲ୍ଲା କ୍ରୀଡା ହଷ୍ଟେଲରେ ନୂତନ କ୍ରୀଡାବିତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା, ଯୋଗଦେଲେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ
ମଙ୍ଗରାଜ ମାନସ ମୋହନ ମଲ୍ଲିକ, ଓଡ଼ିଶାବାର୍ତ୍ତା
ମାଲକାନଗିରି, ୧୭/୮/୨୬ ମାଲକାନଗିରି ଜିଲ୍ଲା କ୍ରୀଡା ହଷ୍ଟେଲ ପରିସରରେ ନୂତନ ଭାବେ ଯୋଗ ଦେଇଥିବା କ୍ରୀଡା ଛାତ୍ରମାନଙ୍କ ପାଇଁ ଏକ ଭବ୍ୟ ସ୍ୱାଗତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଲ ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଏବଂ ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ନୂତନ ଛାତ୍ରମାନଙ୍କୁ ଉତ୍ସାହିତ କରିଥିଲେ l ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ତୀରନ୍ଦାଜ, ଭଲିବଲ ଏବଂ ଆଥଲେ ଟିକ୍ସ ବିଭାଗର ପ୍ରତିଭାଵାନ କ୍ରୀଡା ବିତମାନେ ଏହି ହଷ୍ଟେଲ ରେ ନିଜର ନାମଭୁକ୍ତ କରିଛନ୍ତି ଲ ଏହି ଅବସରରେ ଜିଲ୍ଲା କ୍ରୀଡା ଅଧିକାରୀ ମୁନା ତୁରୁକ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ହଷ୍ଟେଲ ର ବିଭିନ୍ନ ସୁବିଧା ସୁଯୋଗ ବିଷୟ ରେ ଅବଗତ କରାଇଥିଲେ l କାର୍ଯ୍ୟକ୍ରମ ରେ କ୍ରୀଡା ହଷ୍ଟେଲ ର ସମସ୍ତ କର୍ମଚାରୀ ଓ ପ୍ରଶିକ୍ଷକ ଉପସ୍ଥିତ ରହି ଛାତ୍ରମାନଙ୍କୁ ସ୍ୱାଗତ କରିଥିଲେ ଲ ମାଲକାନଗିରି ମାଟିରୁ ଅନେକ ପ୍ରତିଭା ବାହାରି ଦେଶ ବିଦେଶରେ ସୁନାମ ଅର୍ଜନ କରିଛନ୍ତି l ଏହି ହଷ୍ଟେଲ ରେ ରହି ଉଚ୍ଚକୋଟୀର ପ୍ରଶିକ୍ଷଣ ପାଇବା ଦ୍ଵାରା କୋଣ ଅନୁକୋଣରୁ ଆସିଥିଵା ଏହି ଯୁବ ପ୍ରତିଭା ମାନେ ଆଧୁନିକ ଖେଳ, ସନ୍ତୁଳିତ ପୁଷ୍ଟିକର ଖାଦ୍ୟ ଏବଂ ଅଭିଜ୍ଞ କୋଚଙ୍କ ଦ୍ଵାରା ଉନ୍ନତ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟର ବିକାଶ କରିବା ସହ ଛାତ୍ରମାନଙ୍କ ମଧ୍ୟ୍ୟରେ ସମୟନୁବର୍ତ୍ତିତା, ଶୁଙ୍ଖଳା, ଦଳଗତ କାର୍ଯ୍ୟ ଏବଂ ନେତୃତ୍ୱ ନେବାର ଦକ୍ଷତା ବୃଦ୍ଧି କରିବl l ପରିଶେଷରେ, ଏହି ସୁବିଧା ଏବଂ ତାଲିମ କ୍ରୀଡ଼ାବିତମାନଙ୍କୁ ଭବିଷ୍ୟତରେ ଜାତୀୟ ଓ ଆନ୍ତର୍ଜାତୀ ୟ ସ୍ତର ରେ ନିଜର କ୍ୟାରିୟର ଗଢିବାରେ ସହାୟକ ହେବ ଏବଂ ମାଲକାନଗିରି ତଥା ସମଗ୍ର ଓଡିଶା ପାଇଁ ମେଡାଲ ବିଜେତା ଓ ଚମ୍ପିୟାନ୍ସ ପ୍ରସ୍ତୁତ କରିବାରେ ବଡ଼ ଭୂମିକା ଗ୍ରହଣ କରିବ l
