୯ ଦଫା ଦାବି ନେଇ ଆସିକା, ବୁଗୁଡ଼ା ଓ କୋଦଳା ଉପଖଣ୍ଡ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଠିକା ବିଦ୍ୟୁତ କର୍ମଚାରୀଙ୍କ କଳା ବ୍ଯାଚ୍ ପରିଧାନ ସହ ପ୍ରତିବାଦ !

ସିପ୍ରା ପଟନାୟ, ଓଡିଶାବର୍ତ୍ତା

ଗଞ୍ଜାମ, 09/05/2023:ଗଞ୍ଜାମ ଜିଲ୍ଲା ଆସିକା, କୋଦଳା ବୁଗୁଡ଼ା ଉପଖଣ୍ଡ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବିକୁ ନେଇ ଠିକା ବିଦ୍ୟୁତ କର୍ମଚାରୀ ମାନେ ଆଜି କଳା ବ୍ଯାଚ୍ ପରିଧାନ କରି ପ୍ରତିବାଦ କରିଛନ୍ତିଦୀର୍ଘ ୧୫ ବର୍ଷ ଧରି ବିଦ୍ୟୁତ ବିଭାଗରେ କାମ କରି ଆସୁଥିଲେ ସୁଦ୍ଧା ଏଯାଏଁ ସ୍ଥାୟୀ ନିଯୁକ୍ତି ଦିଆଯାଇନଥିବାରୁ ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ ସରକାରଙ୍କ ପାଖରେ ବହୁବାର ଦାବି ଉପସ୍ଥାପନ କରି ଆସୁଥିଲେ ମଧ୍ୟ କୌଣସି ସ୍ଥାୟୀ ସମାଧାନ ବାହାରିପାରି ନାହିଁବିଦ୍ୟୁତବିଭାଗରେ ଖାଲିପଡିଥିବା ପଦବିଗୁଡିକ ଯୋଗ୍ୟତା ଭିତିରେ ପୁରଣକରିବା,ଠିକା କର୍ମଚାରୀଙ୍କୁ ନିୟମିତ କରିବା ସହିତ ମାସିକ ବେତନ ବୃଦ୍ଧି କରିବା,

୨୦୨୨ ମସିହାରେ ବ୍ରହ୍ମପୁର ଟାଟା କର୍ପୋରେଟର କାର୍ଯ୍ୟାଳୟ ସମ୍ମୁଖରେ ଚାକିରୀ ନିୟମିତ ପାଇଁ ଦୀର୍ଘ ୩୧୮ ଦିନ ଧାରଣାରେ ବସିଥିବା ବେଳେ ଟାଟା କତୃପକ୍ଷ ସମାଧାନର ବାଟ ବାହାର କରିଥିଲେପରବର୍ତ୍ତୀ ସମୟରେ ଏନେଇ ନିଯୁକ୍ତି ପାଇଁ ପରୀକ୍ଷା ମଧ୍ୟ ହୋଇଥିଲା କିନ୍ତୁ ଦୀର୍ଘ ୯୦ ଦିନ ବିତିଯାଇଥିଲେ ମଧ୍ଯ ଏଯାବତ ପରୀକ୍ଷା ଫଳ ପ୍ରକାଶ କରାଗଲା ନାହିଁଏହିଭଳି  ଦଫା ଦାବି ନେଇ ଆଜିଠୁ କଳା ବ୍ଯାଚ୍ ପିନ୍ଧି ପ୍ରତିବାଦ କରୁଛନ୍ତି ଆଉଟସୋର୍ସିଂ ନିୟମିତ କର୍ମଚାରୀଯଦି ୧୫ ତାରିଖ ଭିତରେ ଏହାର ସମାଧାନ କରା ନଯାଏ ସେକ୍ସନ ଅଫିସ୍ ଠାରୁ ଆରମ୍ଭ କରି ଓପିଇସିଏଲ୍ କାର୍ଯ୍ଯାଳୟ ସମ୍ମୁଖରେ ଏହାର ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି !