ଥିଏଟରଗ୍ରୁପଓଫ୍ରିଡମଅଏଲପକ୍ଷରୁଜଳସେବାବେଶ୍ପ୍ରଶଂସନୀୟ
ପ୍ରଦୀପ କୁମାର ମଲ୍ଲିକ , ଓଡ଼ିଶାବାର୍ତ୍ତା
ଯାଜପୁର, ୧୭|୦୫ : ପବିତ୍ର ସାବିତ୍ରୀ ଅମାବାସ୍ୟା ଅବସରରେ ଯାଜପୁର ଜିଲ୍ଲାର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଅନ୍ବେଷଣ ଥିଏଟର ଗ୍ରୁପ ଓ ଫ୍ରିଡମ ଅଏଲର ମିଳିତ ସହଯୋଗରେ ବିରଜା ମନ୍ଦିର ପରିସରରେ ଶ୍ରଦ୍ଧାଳୁମାନଙ୍କୁ ଜଳସେବା (ଦହି, ଲେମ୍ବୁ ସରବତ) ପ୍ରଦାନ କରାଯାଇଥିଲା । ପ୍ରଚଣ୍ଡ ରୋଦ୍ରତାପକୁ ଦୃଷ୍ଟିରେ ରଖି ହଜାର ହଜାର ସଂଖ୍ୟାରେ ଉପସ୍ଥିତ ଥିବା ଶ୍ରଦ୍ଧାଳୁ ମାନଙ୍କୁ ଜଳସେବା ପ୍ରଦାନ କରାଯାଇଥିଲା ।
ପ୍ରକାଶଥାଉକି ପ୍ରତ୍ୟେକ ବର୍ଷ ପବିତ୍ର ସାବିତ୍ରୀ ଅମାବାସ୍ୟାରେ ଅନ୍ବେଷଣ ଥିଏଟର ଗ୍ରୁପ ଓ ଫ୍ରିଡମ ଅଏଲର ମିଳିତ ସହଯୋଗରେ ଭକ୍ତମାନଙ୍କୁ ଜଳସେବା କାର୍ଯ୍ୟକ୍ରମ କରାଯାଇଥାଏ । ଆଜିର ଏହି ମହତ କାର୍ଯ୍ୟକ୍ରମକୁ ଫ୍ରିଡମ ଅଏଲ୍ର ଓଡ଼ିଶାର ମୁଖ୍ୟ ତଥା ବରିଷ୍ଠ ସମାଜସେବୀ ଅମିୟ କୁମାର ଧଳ ଶୁଭାରମ୍ଭ କରିବା ସହିତ ଶ୍ରଦ୍ଧାଳୁମାନଙ୍କୁ ଜଳସେବା ପ୍ରଦାନ କରିଥିଲେ । ବିଞ୍ଝାରପୁର ବ୍ଲକ ଗୁହାଳି ଗ୍ରାମର ଶ୍ରୀ ଧଳ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିପନ୍ନଙ୍କ ପାଖରେ ଦେବଦୂତ ଭଳି ପହଞ୍ଚି ସାହାଯ୍ୟ ସହଯୋଗର ହାତ ବଢ଼ାଇ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ବୃନ୍ଦାବନ ମିଶ୍ର, ସାଂସ୍କୃତିକ ସମ୍ପାଦକ ଶଙ୍କର ସାହୁ, କୋଷାଧ୍ୟକ୍ଷ ଦିଜେନ୍ଦ୍ର ନାଥ ରାଉତ, ସହ ସମ୍ପାଦିକା ଶକୁନ୍ତଳା ବେହେରା, କୋର୍ କମିଟିର ସଦସ୍ୟ ରବିନାରାୟଣ ରାଉତ, ଅଶୋକ କୁମାର ପାଣିଗ୍ରାହୀ, ଲକ୍ଷ୍ମୀପ୍ରିୟା ରାଉତରାୟ, ଗୌତମ ବିକାଶ ମହାନ୍ତି, ସଙ୍ଗଠନ ସମ୍ପାଦକ ଧନଞ୍ଜୟ ପୃଷ୍ଟି, ସହ ସଙ୍ଗଠନ ସମ୍ପାଦକ ତାରାକାନ୍ତ ମଲ୍ଲିକ, ସଦସ୍ୟ ଗୋପାଳ ଚନ୍ଦ୍ର ବେହେରା, ଶିଶିର କୁମାର ମହାପାତ୍ର , ଅବିନାଶ ଦାଶ, ଉପେନ୍ଦ୍ର କୁମାର ଯେନା , ଅବକାଶ ରଥ, ସୁଶାନ୍ତ କୁମାର ନାୟକ,କିଶୋର କୁମାର ଦାଶ, ଜୟ ପ୍ରକାଶ ନାୟକ, ସୁକାନ୍ତ ରାଉତ, କେଶବ ବେଜ, ମନିଷା ରାଉତ, ଜ୍ଞାନ ରଞ୍ଜନ ସାହୁ, ଦେବବ୍ରତ ମିଶ୍ର, ଶୁଭଶ୍ରୀ ମହାନ୍ତି,ସାଇଶ୍ରି ମହାନ୍ତି, ପୁର୍ଣିମା ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏଥି ସହିତ ସମସ୍ତ ସଦସ୍ୟ ଓ ସଦସ୍ୟା ମାନେ ପ୍ରବଳ ଖରାକୁ ଖାତିରି ନକରି ଏହି ମହାନ କାର୍ଯ୍ୟକ୍ରମରେ ସହଯୋଗ କରିଥିବାରୁ ସମ୍ପାଦକ ଅଭିମନ୍ୟୁ ମିଶ୍ର ଅନୁଷ୍ଠାନ ପକ୍ଷରୁ କୃତଜ୍ଞତା ଜଣାଇଥିଲେ ।
