ସାର କଳାବଜାରୀ ଙ୍କ ଦାଦାଗିରି, ପୋଲିସ ଙ୍କୁ ଦୁର୍ବ୍ୟବହାର ଭ୍ୟାନ ଜବତ୍

sara-jabat

ସନ୍ତୋଷ କୁମାର, ଓଡ଼ିଶା ବାର୍ତ୍ତା

ନବରଙ୍ଗପୁର,୨୯//:ନବରଙ୍ଗପୁର ଜିଲ୍ଲା. ପାପଡାହାଣ୍ଡି ବ୍ଲକ ମଇଦଲ ପୁର ଫାଣ୍ଡିଅଧୀନରେ ଭଳି ଘଟଣା ଦେଖିବାକୁ ମିଳିଚି, ସୂଚନା ଥାଉକି ଆଜିସକାଳ ଗାଡିଯାଞ୍ଚ ସମୟରେ ମଇଦଲ ପୁର ପୋଲିସ ହାତରେ ଏକ ସାରବୋଝେଇ ପିକଅପ ଭ୍ୟାନ ଧରାପଡିଥିଲା ଉକ୍ତ ସାର ଟି କଳାହାଣ୍ଡି ରୁ ନବରଙ୍ଗପୁର ଆଡକୁ ଆସୁଥିଲାଗାଡିକୁ ଯାଞ୍ଚ କରିବାରୁ ସାର ଗାଡିର କୌଣସି କାଗଜ ପତ୍ର ଥିଲା, ଖବର ପାଇ ଘଟଣା ସ୍ଥଳରେ ଗାଡିମାଲିକ ପହଂଚି ପୋଲିସ ଵାଲା ଙ୍କୁ ବିଭିନ୍ନ ପ୍ରକାର ଅଶ୍ଲିସ ଭାଷାରେ ଗାଡିଗୁଲଜ କରି ଧମକ ମଧ୍ୟଦେଇଥିଲେ, ବୋଲି ଫାଣ୍ଡି ଅଧିକାରୀ ଅନାମ ଦିଆନ ପ୍ରକାଶ କରିଛନ୍ତି, ଗାଡିଟିକୁ ଅଟକ ରଖି ପାପଡାହାଣ୍ଡି ତହସିଲ ଦାର ଏବଂ ଜିଲ୍ଲା କୃଷି ବିଭାଗ ଅଧିକାରୀ ଙ୍କୁ ସୂଚନା ଦେଇଥିଲେ, ସୂଚନା ପାଇ ତହସିଲଦାର ଘଟଣା ଯାଞ୍ଚ କରିଥିଲେ, ଶେଷରେ ଅତିରିକ୍ତ ଜିଲ୍ଲା କୃଷି ବିଭାଗ ଅଧିକାରୀ ସମ୍ୟରଞ୍ଜନ ପାତ୍ର ନବରଙ୍ଗପୁର, ଶଶୀଭୁଷଣ ସେନାପତି ବ୍ଲକ କୃଷି ବିଭାଗ ଅଧିକାରୀ ପାପଡାହାଣ୍ଡିଶିବାନୀ ଗୋଛାଏ ଅତିରିକ୍ତ ବ୍ଲକ କୃଷି ବିଭାଗ ଅଧିକାରୀ ପାପଡାହାଣ୍ଡି, ଯାଞ୍ଚ କରି ୟୁରିଆ 50ବେଗ D A P 5ବେଗ ଥିବାସୂଚନା ଦେଇଛନ୍ତି, ଉକ୍ତ ସାର କୁ ସରକାରୀ ନିୟମଅନୁଯାଇ ସ୍ଥାନୀୟ ଲେମ୍ପସ କୁ ହସ୍ତାନ୍ତର କରିବେ ଲେମ୍ପସ ଠାରୁ ସରକାରୀ ଦର ଅନୁସାରେ ଚାଷୀ ପାଇବେ ଏବଂ 24ଘଣ୍ଟା ମଧ୍ୟରେ ମାନ୍ୟବର ଜିଲ୍ଲାପାଳଙ୍କୁ ଜଣାଇ ଦିଆଯିବ ଏବଂ ସେ ଯାହା ନିର୍ଦେଶ ଦେବେ ସେ ଅନୁସାରେ କାର୍ଯ୍ୟକାରି ହବ ବୋଲି କୃଷି ବିଭାଗ ଅଧିକାରୀ ସମ୍ୟରଞ୍ଜନ ସୂଚନା ଦେଇଛନ୍ତି l