ଅବକାରୀ ବିଭାଗର ବଡ଼ ଧରଣର ଚଡାଉ , ବିପୁଳ ପରିମାଣରେ ମଦ ଓ ପୋଚ ଜବତ ସହ ୨ ଗିରଫ

pocha

ସନ୍ତୋଷ କୁମାର, ଓଡ଼ିଶା ବାର୍ତ୍ତା

ନବରଙ୍ଗପୁର,୨୯/୭/ : ନବରଙ୍ଗପୁର ଜିଲ୍ଲା ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଧଳସାମନ୍ତ ଙ୍କ ନିର୍ଦେଶ କ୍ରମେ ନବରଙ୍ଗପୁର ଅବକାରୀ ନିରୀକ୍ଷକ ବିପ୍ର ଚରଣ ମଣ୍ଡଳ ଙ୍କ ନେତୃତ୍ୱରେ  କୋଷାଗୁମୁଡା ବ୍ଲକ ର ବିଭିନ୍ନ ସ୍ଥାନରେ ଚଡାଉ କରାଯାଇ ବିପୁଳ ପରିମାଣରେ ମଦ ଓ ପୋଚ କୁ ନଷ୍ଟ କରାଯାଇଥିବା ବେଳେ ୨ ଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ  କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ଚିର୍ମା , ଗାଦବାଗୁଡା , ରାଜୋଡା  ଗ୍ରାମ ଉପରେ  ଚଡାଉ କରାଯାଇ ପ୍ରାୟ ୧୦୦ ଲିଟର ଦେଶୀ ରନ୍ଧା ମଦ ଓ ପ୍ରାୟ ୮ ହଜାର ଲିଟର ମହୁଲପୋଚ କୁ ଜବତ କରି ନଷ୍ଟ କରାଯାଇଛି । ଏଥିରେ ସମ୍ପୃକ୍ତ ଚିର୍ମା ଗ୍ରାମର ଗମୋତି ମୁରିଆ ଙ୍କ ଠାରୁ ୧୦ ଲିଟର ଓ  ତୁଳାବତୀ ଗୌଡ଼ ଙ୍କଠାରୁ ୧୦ ଦେଶୀ ମଦ ଜବତ କରି ଗିରଫ କରିବା ସହ ଆଜି ଅବକାରୀ ବିଭାଗ ପକ୍ଷରୁ କୋର୍ଟ ଚାଲାଣ କରାଯାଇଛି ।  ଆଜିର ଏହି ଅବକାରୀ ଚଡାଉରେ କୋଡ଼ିଙ୍ଗା ଅବକାରୀ ଉପନିରୀକ୍ଷକ ହର ପ୍ରସାଦ ରଣା , ନବରଙ୍ଗପୁର ଅବକାରୀ ଉପନିରୀକ୍ଷକ କମ୍ଭୁପାଣି ସିନ୍ଦୁର , ଅବକାରୀ ସହଉପନିରୀକ୍ଷକ ରାଜେନ୍ଦ୍ର ପଟନାୟକ , ଜଗବନ୍ଧୁ ଯାନୀ , ସୁବ୍ରତ କେଶରୀ ହିରନ , ଅବକାରୀ କନେଷ୍ଟବଳ ଆକ୍ରମ ଖାନ ,  ଦେବେନ୍ଦ୍ର ସମରଥ , ରୀନା ବଡନାୟକ , ରଞ୍ଜିତ ସିଂ , ରେସମା ସୁନା , ତ୍ରିନାଥ ସୌରା ,ମହେନ୍ଦ୍ର ଭତରା  ପ୍ରମୁଖ ସାମିଲ ଥିଲେ ।