“ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ ।”

snake_byte

ସନ୍ତୋଷ କୁମାର ,ଓଡ଼ିଶା ବାର୍ତା

ନବରଙ୍ଗପୁର :ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ମାଝୀ ଧନୁଆ ପଞ୍ଚାୟତ ଅନ୍ତର୍ଗତ ଆଉଁଳି ଗାଁ ର ରୂପଧର ମୁରିୟା (୪୫)ନିଜ ଘରେ ଦିନ ବେଳେ ବିଶ୍ରାମ ନେବା  ସମୟରେ  ଗତ କାଲି ଅପରାହ୍ଣ ୩ଟା ସମୟରେ ସହିପଡିଥିବା ବେଳେ କୌଣସି ବିଷାକ୍ତ ସାପ କାମୁଡି ଥିଲା ।  ଏହି ସାପ କାମୁଡା ବିଷୟରେ ଆଉଁଳି ପୋଲିସ ଚେକ ପୋଷ୍ଟ ରେ  କାର୍ଯ୍ୟରତ କନେଷ୍ଟବଳ ଗୋକୁଳ ନାୟକ ଓ ଗୃହରଖୀ ଦେବାନନ୍ଦ ପାନକା ଙ୍କୁ ମୃତକଙ୍କ ସାନ ଭାଇ ଜଣାଇଥିଲେ ଓ ତୁରନ୍ତ ଏକ ଦରଖାସ୍ତ ରେ ମୃତ୍ୟୁ ବିବରଣୀ  ବିଷୟ ରେ ଲେଖି ଥିଲେ ।  ସହିରୋହିଥିବା ଅବସ୍ଥାରେ ହିଁ ରୂପଧର ଙ୍କ ଡ଼ାହାଣ ହାତର ଉପର ଭାଗ ରେ ଗଭୀର କ୍ଷତ ସାପ କାମୁଡ଼ା ରେ ମୃତ୍ୟୁ ହୋଇଥିଲା ବୋଲି ତାଙ୍କ ସାନ ଭାଇ ଉର୍ଦ୍ଧବ ମୁରିୟା କୋଷାଗୁମୁଡ଼ା ଥାନା କୁ ତା ୧/୬/୨୧ ରିଖ ରେ ଏକ ଲିଖିତ ଦରଖାସ୍ତ ଦେଇ ଜଣାଇଥିଲେ । ଏହି ଦରଖାସ୍ତ କୁ ଭିତ୍ତି କରି କୋଷାଗୁମୁଡ଼ା ଥାନା ଅଧିକାରୀ ଦୁର୍ଗମାଧବ ବାଘ ଙ୍କ ତତ୍ୱାବଧାନ ରେ ASI ବସନ୍ତ କୁମାର ସ୍ୱାଇଁ ଙ୍କୁ  ଏହି ସାପ କାମୁଡ଼ା ମୃତ୍ୟୁ ର ତଦନ୍ତକାରୀ ଜିମା ଦେଇଛନ୍ତି । ଆଜି ସକାଳେ ମୃତ ରୂପଧର ଙ୍କ ଶବ ବ୍ୟବଚ୍ଛେଦ ପାଇଁ କୋଷାଗୁମୁଡ଼ା ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦ୍ର ଠାରେ ଅଣାଯାଇଥିଲା । ଶବ ବ୍ୟବଚ୍ଛେଦ ପରେ ପରିବାର ଙ୍କୁ ଜିମା ଦେଇ ଛନ୍ତି, ବୋଲି ASI ବସନ୍ତ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି ।