*’ପୁନିତ ସାଗର ଅଭିଯାନ’

Spread the love

ଓଡ଼ିଶା ବାର୍ତ୍ତା

ବେଳାଭୂମି ପରିଛନତା ନେଇ ଏନ୍.ସି.ସି ଅବଦାନ*

ବ୍ରହ୍ମପୁର,30/12:  ଏନ୍.ସି.ସି. ଗ୍ରୁପ୍ ହେଡ୍ କ୍ବାଟର ବ୍ରହ୍ମପୁର ପକ୍ଷରୁ ଗୋପାଳପୁର ବେଳାଭୂମି ଠାରେ ଅନୁଷ୍ଠିତ ହୋଇଯାଇଛିପୁନିତ ସାଗର ଅଭିଯାନ ସମୁଦ୍ର ବେଳାଭୂମି ତଥା ସମୁଦ୍ର ତଟକୁ ପରିଷ୍କାର ପରିଛନତା ଉପରେ ଗୁରୁତ୍ବ ଦିଆଯାଇ ଏହିପୁନିତ ସାଗର ଅଭିଯାନସମଗ୍ର ଦେଶରେ ପାଳନ କରାଯାଉଛି ଏହି ପରିପେକ୍ଷିରେ ଏହି ମହତ ଉଦେଶ୍ୟ ନେଇ ଏନ୍.ସି.ସି. ଗ୍ରୁପ୍ ହେଡ୍ କ୍ବାଟର ବ୍ରହ୍ମପୁର ଅଧିନରେ ଥିବା 1(ଓଡି଼ଶା) ନାଭାଲ୍ ୟୁନିଟ୍ ଏନ୍.ସି.ସି. ବ୍ରହ୍ମପୁର 2(ଓଡି଼ଶା) ଗାର୍ଲସ୍ ବାଟାଲିୟନ୍ ଏନ୍.ସି.ସି., ରାୟଗଡାର ବିଭିନ୍ନ ସ୍କୁଲ କଲେଜର ଏନ୍.ସି.ସି. କ୍ୟାଡେଟ୍ ମାନେ ଭାଗ ନେଇଥିଲେ 250ରୁ ଅଧିକ  ନାଭାଲ ଆର୍ମି ଏନ୍.ସି.ସି. କ୍ୟାଡେଟ୍ ମାନେ ଏହି ଅଭିଯାନରେ ଭାଗନେଇ ଗୋପାଳପୁର ବେଳାଭୂମି ପରିଷ୍କାର କରିବା ସହ ଅଳିଆ ଆବର୍ଜନା ସଫା କରିଥିଲେ ଏଥିସହ ସ୍ଥାନୀୟ ବାସିନ୍ଦା, ଦୋକାନି ପର୍ଯ୍ୟଟକମାନଙ୍କୁ ବେଳାଭୂମିର ଉପଯୁକ୍ତ ରକ୍ଷଣବେକ୍ଷଣ ପରିଷ୍କାର   ରଖିବା ସହ ଏହାର ସଚେତନତା ଉପରେ ଗୁରୁତ୍ବ ଦେଇଥିଲେ

ଏନ୍.ସି.ସି. ଗ୍ରୁପ୍ ହେଡ୍ କ୍ବାଟର ବ୍ରହ୍ମପୁର ଗ୍ରୁପ କମାଣ୍ଡର ଗ୍ରୁପ କ୍ୟାପଟେନ୍ ସଚିନ୍ ଗୁପ୍ତାଙ୍କ ତତ୍ବାବଧନରେ ଆୟୋଜିତ ଏହିପୁନିତ ସାଗର ଅଭିଯାନକାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀଭାବେ ଉମାଚରଣ ପଟ୍ଟନାୟକ ଇଂଞ୍ଜିନିୟରିଂ କଲେଜ ବ୍ରହ୍ମପୁରର ପ୍ରିନସିପାଲ ଇଂ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଧର ସମାନ୍ନିତ ଅତିଥୀଭାବେ ଆର୍ଯ୍ୟଭଟ୍ଟ ଶିକ୍ଷାନୁଷ୍ଠାନର ପ୍ରିନସିପାଲ ଶ୍ରୀଯୁକ୍ତ ସୁଧୀର ରାଉତ ଯୋଗଦେଇ ଏନ୍.ସି.ସି କ୍ୟାଡେଟ୍ ମାନଙ୍କ ଉଦବୋଧନ ଦେଇଥିଲେ ସେହିପରି  ଏନ୍.ସି.ସି. ଗ୍ରୁପ୍ ହେଡ୍ କ୍ବାଟର ବ୍ରହ୍ମପୁର କର୍ଣ୍ଣେଲ ଶ୍ରୀକ୍ରିଷ୍ଣା ଲେପଟନାଣ୍ଟ କର୍ଣ୍ଣେଲ ପି.ଭି.ଏନ୍. ରେଡ୍ଡି ପ୍ରମୁଖ ଅଶଂ ଗ୍ରହଣ କରି କ୍ୟାଡେଟ୍ ମାନଙ୍କୁ ଉତ୍ସାହିତ କରିଥିଲେ

ସମଗ୍ର ଦେଶରେ ଜାରି ରହିଥିବା ଏହିପୁନିତ ସାଗର ଅଭିଯାନଡିସେମ୍ବର 1ରୁ ଆରମ୍ଭ ହୋଇଥିବାବେଳେ ଏନ୍.ସି.ସି. ନିର୍ଦ୍ଦେଶାଳୟ ଓଡିଶା ପକ୍ଷରୁ ମଧ୍ୟ ଏହାକୁ ପାଳନ କରାଯାଇଛି ସମଗ୍ର ଓଡିଶାର ସମୁଦ୍ର ତଟବର୍ତ୍ତି ଥିବା ଏନ୍.ସି.ସି. ଅଫିସ୍ ଶିକ୍ଷାନୁଷ୍ଠାନ ଗୁଡିକର 4000 ଅଧିକ କ୍ୟାଡେଟ୍ ସାମିଲ ହୋଇ 600କେଜିରୁ ଅଳିଆ ଆବର୍ଜନା ଗ୍ରହଣ କରି ସ୍ଥାନୀୟ ପ୍ରସାଶନକୁ ହସ୍ତାନ୍ତର କରିଥିଲେ