“ନୂଆଁ ଓ ଯୁବ ଓଡ଼ିଶା,ନବୀନ ଓଡ଼ିଶା” ତରଫରୁ ଆନ୍ତଃ ମହାବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା

Spread the love

ଓଡିଶା ବାର୍ତ୍ତା

ବ୍ରହ୍ମପୁର :,30/11/23:”ନୂଆଁ ଯୁବ ଓଡ଼ିଶା,ନବୀନ ଓଡ଼ିଶା” ତରଫରୁ ପର୍ଯ୍ୟାୟ କ୍ରମେ ଚାଲୁ ରହିଥିବା ଆନ୍ତଃ ମହାବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ପାଳନ ଅବସରରେ ପାରଳା ମହାରାଜା ବୈଷୟିକ ମହାବିଦ୍ୟାଳୟ, ଆମ୍ବପୂଆ ସ୍ଥିତ ବ୍ରହ୍ମପୁର ସିଟି ମହାବିଦ୍ୟାଳୟ,  ଆଙ୍କୁଶୁପୁର ସ୍ଥିତ କବିରାଜ ଅନନ୍ତ  ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟ ଚିକିତ୍ସାଳୟ ତଥା ସମସ୍ତ ମହାବିଦ୍ୟାଳୟରେ ଆୟୋଜିତ ହୋଇଥିବା ସ୍ୱତନ୍ତ୍ର ଉଦଯାପନୀ କାର୍ଯ୍ୟକ୍ରମରେ ମାନ୍ୟବର ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡା, ସମସ୍ତ ମହାବିଦ୍ୟାଳୟର ଅଧ୍ୟାପକ,ଅଧ୍ୟାପିକା, ଅଧ୍ୟକ୍ଷା, ଅଧ୍ୟକ୍ଷ, ଛାତ୍ର ଛାତ୍ରୀ, କ୍ରୀଡାବିତ, ଶିକ୍ଷାବିତ, ସ୍ଥାନୀୟ ଜନପ୍ରତିନିଧି ତଥା ବିଜେଡି ଯୁବ, ଛାତ୍ର ନେତୃବୃନ୍ଦଙ୍କ ଉପସ୍ଥିତିରେ ଯୋଗଦେଇ, ବିଜୟୀ ପ୍ରତିଯୋଗୀ ତଥା ଦଳକୁ ମାନପତ୍ର ଦେଇ ପୁରସ୍କୃତ କରି, ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ  ଏବଂ ସମସ୍ତ କ୍ରୀଡା ପ୍ରତିଯୋଗୀ ତଥା ଛାତ୍ର ଛାତ୍ରୀ ମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ବାରା ନୁତନ ଭାବେ ପ୍ରଣୋଦିତ ଯୁବ ଛାତ୍ର ସମାଜର ସର୍ବ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ “ନୂଆଁ ଯୁବ ଓଡ଼ିଶା.. ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ଏବଂ ଭୂମିକା ବିଷୟରେ ଅବଗତ କରାଇବା ସହ ସେମାନଙ୍କ ଉଜ୍ବଳ ଭବିଷ୍ୟତର କାମନା କରିଥିଲେ…