ମୁକ୍ତ ଆକାଶ ତରଫରୁ ବିଶ୍ଵ ବିବ୍ୟାଙ୍ଗ  ଦିବସ ପାଳିତ

Spread the love

ଓଡିଶା ବାର୍ତ୍ତା

ବ୍ରହ୍ମପୁର ,୦୩/୧୨/୨୦୨୩ :ରବିବାର ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ସ୍ଥାନୀୟ ଶ୍ରୀ ଚନ୍ଦ୍ରଶେଖର କଲ୍ୟାଣ ମଣ୍ଡପଠାରେ ମୁକ୍ତ ଆକାଶ ବିଦ୍ୟାଙ୍ଗ ସଂଗଠନ ପକ୍ଷରୁ ବିଶ୍ଵ ବିବ୍ୟାଙ୍ଗ ଦିବସ ୨୦୨୩ ପାଳିତ ହୋଇଯାଇଛି

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡା, ମୁଖ୍ୟବକ୍ତା ମେୟର  ସଂଘମିତ୍ରା ଦଳେଇ ସମ୍ମାନିତ ଅତିଥି ଭାବେ ଉପ ମେୟର ଇ.ବିବେକ ରେଡ୍ଡୀ, ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଶ୍ରୀ ସୁବାଷ ମହାରଣା, ସ୍ଥାନୀୟ କର୍ପୋରେଟର ଶ୍ରୀ ଚିତ୍ରସେନ ମହାପାତ୍ର, ପୂର୍ବତନ କର୍ପୋରେଟର ଦଣ୍ଡପାଣୀ ନାୟକ , ବିଜେଡି ନେତା ଟି . ଗୋପି ଉପଦେଷ୍ଟା ଶ୍ରୀ ପ୍ରଭାତ କିରଣ ଷଡ଼ଙ୍ଗୀ ମଞ୍ଚାସୀନ ଥିଲେ ସଭାପତି ଶ୍ରୀ ନିରଞ୍ଜନ ବାଡତ୍ୟା ସଂପାଦକ କାହ୍ନା ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ

ଉକ୍ତ କାର୍ଯ୍ୟକ୍ରମ ରେ ବିଧାୟକ ଶ୍ରୀ ପଣ୍ଡା ଭିନ୍ନକ୍ଷମ ମାନଙ୍କ ସମସ୍ୟା ଉପରେ ଆଲୋଚନା କରିବା ସହ କିପରି ସମାଧାନ ହୋଇ ପାରିବ ତାହା ସରକାର ଙ୍କ ଠାରେ ଉପସ୍ଥାପନ କରିବି ସରକାରଙ୍କ ସୁବିଧା ସୁଯୋଗ କିପରି ପାଇ ପାରିବେ ତାହା ଉବୋଧନ ଦେଇଥିଲେସମ୍ମାନୀୟ ଅତିଥିମାନେ ବିଦ୍ୟାଙ୍ଗ ମାନେ କୈଣସି ଗୁଣରେ କମ୍ ନୁହନ୍ତି ସେମାନେ ଆମ ସମାଜରେ ସେମାନେ ମୁଖ୍ୟ ଅଂଶ ସେମାନଙ୍କୁ ନେଇ ଏକ ସୁସ୍ଥ ସମାଜ ଗଠନ ହୋଇ ପାରିବ ଏହି ପରିପ୍ରେକ୍ଷିରେ ଅନୁଷ୍ଠାନର ଦୁଇଜଣଙ୍କୁ ସଦସ୍ୟ ସୁଶ୍ରୀ ୟାରା ଲକ୍ଷ୍ମୀ ସନ୍ତୋଷି ସାହୁଙ୍କୁ ସମ୍ପଦ୍ଧିତ କରାଗଲା ଶେଷରେ ଆବାହକ ଶ୍ରୀ ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ