ମହାଦୁର୍ନୀତି ମନରେଗା କାର୍ଯ୍ୟ କାର୍ଯ୍ୟସ୍ଥଳରେ ନାହିଁ ସୂଚନା ଫଳକ, ଅନୁମତି ନଥାଇ ବନାଞ୍ଚଳରେ କାର୍ଯ୍ୟ ଅଭିଯୋଗ

Spread the love

ଦୁଷ୍ମନ୍ତ ପଣ୍ଡା ଓଡିଶା ବାର୍ତ୍ତା

କଳାହାଣ୍ଡିତା ୨୬/୧୧/୨୩ କଳାହାଣ୍ଡି ଜିଲ୍ଲା ରେ ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଫେଲ ହେବାରେ ଲାଗିଛି, କର୍ମଚାରୀ ମାନଙ୍କ ମାନସିକତାରେ ପରିବର୍ତ୍ତନ ହେବାରୁ ସରକାର ଙ୍କର ଏଭଳି ଜନହିତକର ଅନେକ ଯୋଜନା ଲୋକାଭିମୁଖୀ ହୋଇ ପାରୁନାହିଁ, ଯାହା ଫଳ ରେ  ଗାଁର  ଲୋକେ ମାନେ ଦାଦନ ମୁହାଁ ହେବାରେ ଲାଗିଛନ୍ତି,ଏହାର ଜ୍ୱଳନ୍ତ ଉଦାହରଣ ରହିଛି  କଳାହାଣ୍ଡିର ଅନେକ ଗାଁ, ଜିଲ୍ଲା ସଦରମହକୁମାର ଭବାନୀପାଟଣା ବ୍ଳକ ମାଲଗାଁ ପଞ୍ଚାୟତ, ପଞ୍ଚାୟତର ଜିଆରଏସ ସିଂଝରଣ ଗାଁ ଠାରେ ଥିବା ସଂରକ୍ଷିତ ବନାଞ୍ଚଳର ୧୦ ହେକ୍ଟର ଜମିରେ ଟାକା ଟ୍ରେଞ୍ଜ କାମ ୧୦ଲକ୍ଷ ଟଙ୍କା ଅଟକଳରେ କରାଯାଇଛିଏଥିରୁ ୮ଲକ୍ଷ ୭୪ହଜାର ୯୨୦ଟଙ୍କା ଗତ ୧୧ତାରିଖ ଜୁଲାଇ ମାସରେ ଉଠାଇ ସାରିଛନ୍ତି, ଏଥିରେ ସେ ୪୯ ଗୋଟି ମଷ୍ଟରରୋଲ ବ୍ୟବହାର କରି ୪୬୮ଜଣ ଶ୍ରମିକ ନିୟୋଜିତ ସହ ୨୬୪୭ ଦିନର କାମ ଯୋଗାଇ ଥିବା ଦର୍ଶାଇଛନ୍ତି, ହେଲେ କାମର ପ୍ରାୟ ସମସ୍ତ ଟଙ୍କା ଉଠାଣ ହୋଇଥିଲେ ହେଁ ଆଜିଯାଏଁ କାର୍ଯ୍ୟସ୍ଥଳରେ ସୂଚନା ଫଳକ ଲଗାଯାଇ ନାହିଁ, ସବୁଠୁଁ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରଶ୍ନ ଏହିଯେ ଏତେ ଟଙ୍କା ବିଲ୍ ହେବା ସତ୍ତ୍ୱେ ଶ୍ରମିକ ମାନେ ମଟି ଖୋଲି ମାଟି ବୋହି ହାଡ ଭଙ୍ଗା ପରିଶ୍ରମ କରି ବିଗତ ତିନି ମାସ ହେବ ସେମାନଙ୍କ ମଜୁରୀ ଟଙ୍ଗା ପାଇନଥିବା ଅଭିଯୋଗ କରିଛନ୍ତି,ବିଲ ଦସ୍ତାବିଜରେ ଖାତା ପ୍ଲଟ ଥିବା ତଥ୍ୟ ରଖିଥିବା ବେଳେ ବନବିଭାଗର ସଂରକ୍ଷିତ ସାଗୁଆନ ଗଛ ଲାଗିଥିବା ଜଙ୍ଗଲରେ ଏହି କାମ କରିବାକୁ ଅନୁମତି କିଏ ଦେଲା ଏହି ପ୍ରଶ୍ନର ଉତ୍ତର ଖୋଜିଲେ ମିଲିପାରୁ ନାହିଁ, ଏଥିପାଇଁ ବନ ବିଭାଗରେ ମଧ୍ୟ ପର୍ଯ୍ୟାପ୍ତ ଅର୍ଥରାଶି ଖର୍ଚ୍ଚ ହେଉଥିବା ସତ୍ତ୍ୱେ ପଞ୍ଚାୟତ ଏହି ସ୍ଥାନରେ କାମ କରିବାକୁ ଆଗେଇ ଆସିବା ଘଟଣା ରହସ୍ୟାବୃତ୍ତ ମନେ ହେଉଛିଖୋଦ ଜିଲ୍ଲା ସଦରମହକୁମା ଭବାନିପାଟଣା ବ୍ଳକରେ ଯଦି ଏମିତି ଦୁର୍ନୀତି ହୁଏ, ଯେଉଁଠି ଜିଲ୍ଲାର ମୂରବୀ ମାନେ ଅବସ୍ଥାପିତ ହୋଇଛନ୍ତି, ସେଭଲି ସ୍ଥାନରେ ତେବେ କଳାହାଣ୍ଡି ଜିଲ୍ଲା କେଉଁ ଦିଶାରେ ବିକାଶର ଅଗ୍ରଗତି ତାହା ସହଯେ ହିଁ ଏଥିରୁ ଅନୁମେୟ ହେଉଛିଏହାର ଉଚ୍ଚସ୍ତରୀୟ ପ୍ରସାସନିକ ଅଧିକାରୀ ଙ୍କ ସହ ଭିଜିଲାନ୍ସ ବିଭାଗର ତଦନ୍ତ ହେଲେ ସତ୍ୟତା ଲୋକଲୋଚନକୁ ଆସିପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି