କୋଷାଗୁମୁଡ଼ା ରେ ଆରମ୍ଭ ହେଲା” ରାଜସ୍ୱ ରଥ”
ସନ୍ତୋଷ କୁମାର ,ଓଡ଼ିଶା ବାର୍ତା
ନବରଙ୍ଗପୁର,(କୋଷାଗୁମୁଡ଼ା): ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକଠାରେ ଆଜି କୋଡ଼ିଙ୍ଗା ତହସିଲ କାର୍ଯ୍ୟାଳୟ ତୋରଫରୁ “ରାଜସ୍ୱ ରଥ“ର ଶୁଭାରମ୍ଭ ହୋଇଛି । ଏହି ରାଜସ୍ୱ ରଥ ତହସିଲ ର ଅନ୍ତର୍ଗତ ସମସ୍ତ ଅଞ୍ଚଳରେ ଯେଉଁ ବ୍ୟକ୍ତି ମାନଙ୍କ ଗୃହ,ଜମି ପଟା ପାଇ ନଥିଲେ ସେମାନେ ଙ୍କୁ ନିଜ ଘର ସଂମୁଖ ରେ ପଟା ପ୍ରଦାନ କରାଯିବ ।
ଏହାକୁ ରାଜ୍ୟ ସରକାରଙ୍କ ତତ୍ୱାବଧାନ ରେ ବିଗତ ମେ ମାସରୁ ପ୍ରତ୍ୟେକ ଜିଲ୍ଲା ରେ ଶୁଭାରମ୍ଭ କରିଥିଲେ । ଏହି ରାଜସ୍ୱ ରଥ ବୁଲି ବୁଲି ଗାଁ ର ଜନ ସାଧାରଣ ଲୋକ ଙ୍କ ମୌଳିକ ସୁବିଧା ପଟା, ଅଭିଯୋଗ ଯାହା ତହସିଲ କାର୍ଯ୍ୟାଳୟ କୁ ନଯାଇ ଘର ସଂମୁଖ ରେ ପାଇବେ । ଆଜି କୋଷାଗୁମୁଡ଼ା ଠାରେ ଅପରାହ୍ଣ ୪ଟା ରେ କୋଡ଼ିଙ୍ଗା ତହସିଲଦାର ଶ୍ରୀ ଶିବପ୍ରସାଦ ପଟ୍ଟନାୟକ ,ଅତିରିକ୍ତ ତହସିଲଦାର ସବ୍ୟସାଚୀ ଜେନା,କୋଷାଗୁମୁଡ଼ା ରାଜସ୍ବ ଅଧିକାରୀ ଅରୁଣ ପ୍ରସାଦ ବିଶୋଇ, ରାଜସ୍ୱ ସହାୟକ ଯୁଗୋଜ୍ୟୋତି ଶତପଥୀ ଉପସ୍ଥିତି ରେ ଶୁଭାରମ୍ଭ କରିଥିଲେ । କୋଷାଗୁମୁଡ଼ା ର ଦିପ୍ତୀ ପ୍ରକାଶ ଜଗଦେଵ, ଡୋମୁ ହରିଜନ ଓ ଶ୍ରୀକୃଷ୍ଣ ନାୟକ -(ମାଳିଆଟିଗାଁ )ଙ୍କୁ ପଟା ବଣ୍ଟନ କରିଥିବା କୋଡ଼ିଙ୍ଗା ତହସିଲଦାର ଶିବ ପ୍ରସାଦ ପଟ୍ଟନାୟକ ସୂଚନା ଦେଇଛନ୍ତି ।