ଜାଗୃତି ଏକାଡେମୀ ପକ୍ଷରୁ  ରାଜ୍ୟ ସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି

Spread the love

ଓଡିଶା ବାର୍ତ୍ତା

ବ୍ରହ୍ମପୁର //ଭୁବନେଶ୍ୱର(୧୬-୦୭-୨୩) ଭୁବନେଶ୍ୱରରେ  ରାଜ୍ୟ ସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛିଆଜି  ଅର୍ଥାତ ରବିବାର ଭୁବନେଶ୍ୱର ସତ୍ୟ ନଗର ଦୁର୍ଗାପୂଜା ମଣ୍ଡପ ନିକଟ ଦି ପାର୍କ ପ୍ରିମୀୟମ ଠାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା,ଜାଗୃତି ଏକାଡେମୀପ୍ରଥମ ଥର ପାଇଁ ଜାଗୃତି ଏକାଡେମୀ ତରଫରୁ ରାଜଧାନୀ ଠାରେ ଫେସନ୍ ଶୋ (ଓଡିଶା ଦି ଏଲିଜେଣ୍ଟ ସିଜନ-୧(୨୦୨୩) ଆୟୋଜିତ ହୋଇଯାଇଛି ତେବେ ଏହି କାର୍ଯ୍ୟକ୍ରମରେ ଫେସନ୍ ଶୋ ପ୍ରତି ରୁଚି ରଖୁଥିବା ରାଜ୍ୟ ବିଭିନ୍ନ ପ୍ରାନ୍ତରୁ ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରି ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେଜାଗୃତି ଏକାଡେମୀ ପ୍ରତିଷ୍ଠାତା ତଥା କାର୍ଯ୍ୟକ୍ରମର ଅୟୋଜକ ରଶ୍ମିତା ପଣ୍ଡାଙ୍କ ତତ୍ତ୍ୱବଧାନରେ ଏହି ଶୋ ପରିଚାଳିତ ହୋଇଥିଲାଏହି ଫେସନ୍ ଶୋ ରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା,, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ ,   ରାଜ୍ୟ ସରକାରଙ୍କ ଓବିସି ବ୍ୟାପାର ପରାମର୍ଶଦାତା ପୃଥ୍ବୀରାଜ୍ ସାହୁ, ଓଡିଶା ରୋଡର ଅଧକ୍ଷା ଶ୍ରୀମୟୀ ମିଶ୍ର  ଅଭିନେତା ସମାଜ ଵିଜ୍ଞାନୀ ରୁଷି ପଟ୍ଟନାୟକ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଫେସନ୍ ଶୋ ରେ ନିଜ ଭବିଷ୍ୟତ ଗଢିବାକୁ ସ୍ୱପ୍ନ ଦେଖିଥିବା ପ୍ରତିଭା ମାନଙ୍କ ପାଇଁ ଏଭଳି ପ୍ଲାଟଫର୍ମ ଆବଶ୍ୟକତା ଥିବା ମତ ରଖିଥିଲେଏଥିସହ ଜାଗୃତି ଏକାଡେମୀର ଏଭଳି ଶୋ ଆୟୋଜନକୁ ନେଇ ଧନ୍ୟବାଦ ଜଣାଇଥିଲେସେହିଭଳି ଫେସନ୍ ଶୋ ଗ୍ରାଣ୍ଡ ଅଡିସନ ଏବଂ ରବିବାର ଗ୍ରାଣ୍ଡ ଫାଇନାଲ୍ ରେ ଚୟନକର୍ତ୍ତା ଭାବେ  ପ୍ରବୀଣ ଚାୱାଡା, ରାକ୍ଷୀ ମଣ୍ଡଳ, ଶିବ ୱାକେର, ଦେବୀ ପାତ୍ର, ଚନ୍ଦୁରାଜ୍ ମହାରଣା ପ୍ରମୁଖ ଯୋଗ ଦେଇଥିଲେକୃତି ପ୍ରତିଯୋଗୀ ଭାବେ ବିବେଚିତା ମାନଙ୍କୁ ମାନ ପତ୍ର ସହିତ ଟ୍ରଫି କ୍ରାଉନ ଅନୁଷ୍ଠାନ ତରଫରୁ ପ୍ରଦାନ କରାଯାଇଛି l ଏହି ପ୍ରତିଯୋଗିତା ରେ ଜୁନିୟର ରେ ଦିବୟାଂଶି ପରିଡା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ ସିଦ୍ଧିଷ୍ୟା ପଣ୍ଡା ଦ୍ୱିତୀୟ ଶୁଭେସ୍ୟl ସାହୁ ତୃତୀୟ ସ୍ଥାନ ପାଇଛନ୍ତି ସେଇଭଳି ସିନିୟର ରେ ରଶ୍ମି ନାୟକ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଦ୍ୱିତୀୟ ସ୍ଥାନ ରେ ଆକାଂକ୍ଷା ପ୍ରିୟଦର୍ଶିନୀ, ପୁରୁଷ ବିଭାଗ ରେ ପ୍ରଥମ କିର୍ତ୍ତୀ ଶିବମ ସାହୁ ଦ୍ୱିତୀୟ ଅଚ୍ୟୁତା ନନ୍ଦ ବିଜେତା ହୋଇଥଲେ l ଏହି ପ୍ରତିଯୋଗିତା ରେ ଜାଗୃତି ଅନୁଷ୍ଠାନ ତରଫରୁ ଓଡିଶା ଦି ଅଲିଗେଣ୍ଟ ସିଜନ ୧  ବ୍ରାଣ୍ଡ ଅମ୍ବାଶଡାର ଭାବେ ଶୁଭଶ୍ରୀ ପ୍ରିୟ ଦାର୍ଶନି ଙ୍କୁ ବିବେଚିତ କରାଯାଇଛି ଜାଗୃତି ଅନୁଷ୍ଠାନ ମୁଖ୍ୟ ତଥା ସଂଯୋଜକିତା ରଶ୍ମିତା ପଣ୍ଡା ତାଙ୍କୁ ସମ୍ବର୍ଦ୍ଧନା କରି ଥିଲେ l ଏଥିସହ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା

 ଆୟୋଜିତ ଫେସନ୍ ଶୋ ଏବଂ ମୋଡେଲିଂ ରେ କୃତି ପ୍ରତିଯୋଗି ମାନଙ୍କୁ ଆଗାମୀ ଦିନରେ ଦିଲ୍ଲୀ ଏବଂ ମୁମ୍ବାଇ ଠାରେ ଆୟୋଜିତ ହେବାକୁ ଥିବା ଫେସନ  ଶୋ ରେ ଭାଗ ନେବାକୁ ସୁଯୋଗ ଦିଆଯିବଭୁବନେଶ୍ୱରରେ ଜାଗୃତି ଏକାଡେମୀ ପକ୍ଷରୁ ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିବା ବେଳେ ଆଗକୁ ଏଭଳି ଉଦ୍ୟମ ଜାରି ରହିବା ସହ ଫେସନ୍ ଏବଂ ମୋଡେଲିଂ ପ୍ରତି ରୁଚି ରଖୁଥିବା ସମସ୍ତ ବ୍ୟକ୍ତିଙ୍କୁ ଆଗକୁ ଯିବାକୁ ପ୍ରତ୍ସାହିତ କରାଯିବ ବୋଲି କହିଛନ୍ତି ଅୟୋଜକ ରଶ୍ମିତା ପଣ୍ଡା।  ଆଜି ଆୟୋଜିତ ଏହି ଫେସନ୍ ଶୋ କାର୍ଯ୍ୟକ୍ରମରେ  ସମାଜସେବୀ ଉଷାରାଣୀ ମହାପାତ୍ର, ରାଇଜିଂ ଷ୍ଟାର୍ ଏକାଡେମୀର ପ୍ରତିଷ୍ଠାତା ସସ୍ମିତା ରାଣୀ ସାହୁ, ଲୀନ ବିଶ୍ୱାଳ ଉପସ୍ଥିତ ରହିଥିଲେ