ଗଞ୍ଜାମ ଜିଲ୍ଲା ଆଇନସେବା ପ୍ରାଧିକରଣ ଏବଂ ବ୍ରହ୍ମପୁର ମହାନଗର ନିଗମର ମିଳିତ ଆନୁକୂଲ୍ୟରେ ବିଶ୍ୱଜଳ ଦିବସ ପାଳିତ ହୋଇଯାଇଛି l
ବ୍ୟୁରୋ ଓଡିଶା ବାର୍ତ୍ତା

ବ୍ରହ୍ମପୁର: 22/3/26:ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ବ୍ରହ୍ମପୁର ମହାନଗର ନିଗମର ମିଳିତ ଆନୁକୂଲ୍ୟରେ ବିଶ୍ୱ ଜଳ ଦିବସ ପାଳିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ଜଳ ଉତ୍ସ ଗୁଡ଼ିକର ପରିଷ୍କାର ପରିଚ୍ଛନ୍ନତା ଓ ରକ୍ଷଣାବେକ୍ଷଣର ଗୁରୁତ୍ୱକୁ ଦୃଷ୍ଟିରେ ରଖି କ୍ରୀଡ଼ାଙ୍ଗନ (ସ୍ପୋର୍ଟ୍ସ ଏରିନା ) ସମ୍ମୁଖ ପୋଖରୀରୁ ଆବର୍ଜନା ବାହାର କରିବା ସହ ସବୁ ତୁଠ ଓ ପାରିପାର୍ଶ୍ୱ ସଫା କରାଯାଇଥିଲା l ସାଧାରଣତଃ କୋର୍ଟରୁମରେ ଅତ୍ୟନ୍ତ ବ୍ୟସ୍ତ ରହୁଥିବା ନ୍ୟାୟପାଳିକାର ବରିଷ୍ଠ ଅଧିକାରୀମାନେ ପୋଖରୀ ସଫେଇ ଭଳି ଏକ ସାମୂହିକ ଉତ୍ତରଦାୟିତ୍ୱ ନିର୍ବାହ ପାଇଁ ଆଗେଇ ଆସିଥିଲେ l
ଜଳ ସଂରକ୍ଷଣ,ବିଶୁଦ୍ଧ ଜଳ ସୁନିଶ୍ଚିତ କରାଇବା, ପାରମ୍ପରିକ ଭାବେ ଜଳକଷ୍ଟର ସର୍ବାଧିକ ବୋଝ ଉଠାଉଥିବା ମହିଳାମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ସହ ଜଳ ଉତ୍ସଗୁଡ଼ିକର ସୁପରିଚାଳନାରେ ନାଗରିକ କର୍ତ୍ତବ୍ୟ ସମ୍ପର୍କରେ ଜିଲ୍ଲା ଓ ଦୌରା ଜଜ ଶ୍ରୀ ଅଶାନ୍ତ କୁମାର ଦାସ ଏବଂ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡାକ୍ତର ସର୍ବଣା ବିବେକ ଏମ ଗୁରୁତ୍ୱାରୋପ କରିଥିଲେ l
ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ଶ୍ରୀ ଜ୍ଞାନେନ୍ଦ୍ର କୁମାର ବାରିକ, ଦ୍ଵିତୀୟ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଶ୍ରୀ ଆୟୁଷ୍ମାନ ମହନ୍ତ, ଦେୱାନୀ ଅଦାଲତର ରେଜିଷ୍ଟ୍ରାର ଶ୍ରୀମତୀ ସୌଦାମିନୀ ସିଂ,ବ୍ରହ୍ମପୁର ଏସଡିଜେଏମ ଶ୍ରୀ କୁମାର ସ୍ପନ୍ଦନ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅନ୍ୟାନ୍ୟ କର୍ମକର୍ତ୍ତା ସାମିଲ ହୋଇଥିଲେ l
ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁନୀଲ କେର୍କେଟା ଯୋଗ ଦେଇଥିବା ବେଳେ ମହାନଗର ନିଗମ ପକ୍ଷରୁ କମିଶନର ସୁଶ୍ରୀ ସସ୍ୟା ରେଡ୍ଡୀଙ୍କ ନିର୍ଦ୍ଦେଶ କ୍ରମେ ଡେପୁଟି କମିଶନର ଶ୍ରୀମତୀ କଲ୍ୟାଣୀ ସଙ୍ଘମିତ୍ରା ଦେବୀ ଓ ଶ୍ରୀ ଆଶୀର୍ବାଦ ପରିଡା ପରିଚାଳନା ଦାୟିତ୍ୱ ନେଇଥିଲେ l ସମସ୍ତ ଗୋଷ୍ଠୀ ସଂଯୋଜିକା,ପରିମଳ ନିରୀକ୍ଷକ ପ୍ରତାପ କିଶୋର ପାଢ଼ୀ,ପରିମଳ ବିଶେଷଜ୍ଞ,ସ୍ୱଚ୍ଛ ସୁପରଭାଇଜର, ସ୍ୱଚ୍ଛ ସାଥୀ, ସଫେଇ କର୍ମଚାରୀ, ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ତଥା ସ୍ଥାନୀୟ ଜନସାଧାରଣ ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ l
