ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ରକ୍ତ ଅଭାବ ରକ୍ତଦାନ କଲେ ଆଇଆଇଏମ୍ସି ଛାତ୍ରଛାତ୍ରୀ

iimc

ଓଡ଼ିଶା ବାର୍ତ୍ତା

ଢେଙ୍କାନାଳ: ରକ୍ତଦାନ ମହତ ଦାନ । ବିପଦ ସମୟରେ ଏହି ମହତ କାମ କରି ପ୍ରଶଂସିତ ହୋଇଛନ୍ତି ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି), ଢେଙ୍କାନାଳର ଛାତ୍ରଛାତ୍ରୀ । ବୁଧବାର ଅପରାହ୍ଣରେ ଆଇଆଇଏମ୍‍ସି, ଢେଙ୍କାନାଳର ଆକାଡେମିକ ଆସୋସିଏଟ୍‍ ଅଭିଷେକ ରାୟଙ୍କ ନେତୃତ୍ୱରେ ୧୩ ଜଣ ଛାତ୍ରଛାତ୍ରୀ ଢେଙ୍କାନାଳ ରକ୍ତ ଭଣ୍ଡାରକୁ ଯାଇ ସେଠାରେ ରକ୍ତଦାନ କରିଛନ୍ତି । ଆଇଆଇଏମ୍‍ସି, ଢେଙ୍କାନାଳ ପକ୍ଷରୁ ମୋଟ୍‍ ୧୪ ଜଣ ରକ୍ତଦାନ କରିଛନ୍ତି ।

ଗତ କିଛିଦିନ ହେବ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ରକ୍ତ ଭଣ୍ଡାର ଶୂନ୍ୟ ହୋଇପଡ଼ିଛି । ଏମିତିକି ଅସ୍ତ୍ରୋପଚାର ପାଇଁ ମଧ୍ୟ ଜରୁରିକାଳୀନ ରକ୍ତ ନାହିଁ । ଏହା ଜଣାପଡ଼ିବା ପରେ ମଙ୍ଗଳବାର ସନ୍ଧ୍ୟାରେ ଆଇଆଇଏମ୍‍ସିର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ ଶ୍ରେଣୀ କକ୍ଷରେ ଛାତ୍ରଛାତ୍ରୀମାନଙ୍କୁ ଏ ବିଷୟରେ କହିଥିଲେ । ସଙ୍ଗେସଙ୍ଗେ କିଛି ଛାତ୍ରଛାତ୍ରୀ ସ୍ୱତଃସ୍ଫୂର୍ତ୍ତ ଭାବେ ରକ୍ତ ଦେବେ ବୋଲି କହିଥିଲେ । ଏଣୁ ବୁଧବାର ଛାତ୍ରଛାତ୍ରୀମାନେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାସ୍ଥିତ ରକ୍ତ ଭଣ୍ଡାର ଯାଇ ରକ୍ତ ଦେଇଛନ୍ତି । ଢେଙ୍କାନାଳ ଜିଲ୍ଲା ରେଡ୍‍କ୍ରସ୍‍ ସୋସାଇଟିର ଉପାଧ୍ୟକ୍ଷ ବିରଞ୍ଚି ନାରାୟଣ ପାଣି ସଂସ୍ଥାନକୁ ଗାଡ଼ି ପଠାଇ ଶିକ୍ଷାର୍ଥୀମାନଙ୍କୁ ରକ୍ତ ଭଣ୍ଡାରକୁ ନେଇଥିଲେ ।

ଢେଙ୍କାନାଳ ରକ୍ତ ଭଣ୍ଡାରର ଲ୍ୟାବ୍‍ ଟେକ୍ନିସିଆନ୍‍ ପରମାନନ୍ଦ ପଣ୍ଡା ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ

ଆଇଆଇଏମ୍‍ସି, ଢେଙ୍କାନାଳର ଛାତ୍ରଛାତ୍ରୀଙ୍କ ଏହି କାର୍ଯ୍ୟକୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା କର୍ତ୍ତୃପକ୍ଷ ବେଶ୍‍ ପ୍ରଶଂସା କରିଛନ୍ତି ।