ଦଣ୍ଡନାଚ ଆରମ୍ଭରୁ ପେଣ୍ଡାଲରେ ଦେଖିବାକୁ ମିଳିଛି ସାପ ଖେଳ (!)-ବନ୍ୟପ୍ରାଣୀ ଆଇନ ଉଲ୍ଲଙ୍ଘନ

Spread the love

ସ୍ୱାଧୀନ ସାହୁ

ଗଞ୍ଜାମଜିଲ୍ଲାର ଐତିହ ପରମ୍ପରା ହେଉଛି ଦଣ୍ଡ ନୃତ୍ୟ, ଏହି ଦଣ୍ଡ ନୃତ୍ୟରେ ଲୋକଙ୍କ ମନୋରଞ୍ଜନ କରିବା ସହିତ ଟଙ୍କା ରୋଜଗାର କରିବା ପାଇଁ ନିରିହ ଶରିଶୃପଙ୍କୁ ବ୍ୟବହାର କରୁଛନ୍ତି କିଛି ଯାତ୍ରା ପରିଚାଲନା କମିଟି ପ୍ରତି ବର୍ଷ ଏହି ଦଣ୍ଡନୃତ୍ୟ ସମୟରେ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରେ ବନ୍ୟପ୍ରାଣୀ ଆଇନ ଉଲ୍ଲଙ୍ଘନ କରି ଦେଖିବାକୁ ମିଳୁଛି ଶରିଶୃପ ଠାରୁ ଆରମ୍ଭ କରି ଜୀବଜନ୍ତୁଙ୍କ ଖେଳ

ସେହିପରି କୋଭିଡର କଟକଣା ହଟିବା ପରେ ଚଳିତ ବର୍ଷ ପୁଣିଥରେ ଦଣ୍ଡନୃତ୍ୟ ଆରମ୍ଭ ହୋଇଥିବା ବେଳେ ପେଣ୍ଡାଲ ମାନଙ୍କରେ ଦେଖିବାକୁ ମିଳିଛି ସାପ ସହ ଖେଳ ଠାରୁ ଆରମ୍ଭ କରି ଘୁଷୁରି କୁକୁଡାଙ୍କ ନୃଂସଶ ଭାବେ ହତ୍ୟା କରି ଖାଇବାର ଦୃଶ୍ୟ ଯାହା ବର୍ତ୍ତମାନ ସାଧାରଣରେ ବେଶ ଚର୍ଚ୍ଚାକୁ ଆସିଛି

ତେବେ ଏଠାରେ ଆମେ ଉଲ୍ଲେଖ ରଖୁଛୁ କି ସାପକୁ ଧରି ଖେଲିବା ତାହା ସହିତ ଫଟୋ ଉଠାଇବା ଉପରେ ରୋକ ଲଗାଇଛନ୍ତି ସରକାର ସରକାରଙ୍କ ପକ୍ଷରୁ ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ର ନମ୍ବର ଆକ୍ଟରେ ନେଇ ସର୍ବିଶଏଷ ଉଲ୍ଲେଖ ରହିଛି ତେବେ ବାରମ୍ବାର ଜିଲ୍ଲାରେ ଏହିପରି ଘଟୁଥିବା ବେଳେ ଏପରି ଅନେକ ଘଟଣା ବନ ବିଭାଗର ନଜରକୁ ଆସିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ

ବର୍ତ୍ତମାନ ପୁଣିଥରେ କବିସୂର୍ଯ୍ୟନଗର ପୁରୁଷୋତ୍ତମପୁର ଅଞ୍ଚଳରେ ପୋଲସରାର ଜଣେ ବ୍ୟକ୍ତି ଯାତ୍ରା ପେଣ୍ଡାଲରେ ସାପ ଖେଲାଉଥିବାର ଚିତ୍ର ଦେଖିବାକୁ ମିଳିଛି ଉକ୍ତ ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଥିବା ବେଳେ ବ୍ୟକ୍ତି ଜଣଙ୍କ ଗୋଟିଏ ବିଷଧର ନାଗ ସାପକୁ ଧରି ଖେଳୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଏଭଂ ପାଖରେ ଶତାଧିକ ଲୋକ ଛିଡା ହୋଇଛନ୍ତି ତେବେ ଯାତ୍ରା ପେଣ୍ଡାଲରେ ସାପ ଖେଲାଇବା କେବଳ ଆଇନର ଉଲ୍ଲଙ୍ଗନ ନୁହେଁ ବରଂ ଏହା ଦ୍ୱାରା ଅନେକ ଲୋକଙ୍କ ଜୀବନ ପ୍ରତି ବିପଦ ରହିଥାଏ   ଯାହାକୁ ନେଇ ଉକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ମୁଖ୍ୟ ବନ ସଂରକ୍ଷକଙ୍କୁ ଚିଠି ଲେଖିଛନ୍ତି ସ୍ନେକ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ସୁଭେନ୍ଦୁ ମଲ୍ଲିକ ଏହା ସହିତ ଉକ୍ତ ଚିଠିର ଏକାକିତ ନକଲ ସେ ୫ଟି ସଚିବ, ଜଙ୍ଗଳ ପରିବେଶ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମେତ ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବୋର୍ଡର ଅତିରିକ୍ତ ନିର୍ଦ୍ଦେଶିକାଙ୍କ ନିକଟକୁ ପଠାଇଛନ୍ତି ଅନ୍ୟପଟେ ଏହିପରି କିଛି ଘଟଣା ବନ ବିଭାଗର ନଜରକୁ ଆସି ନଥିବା ବେଳେ ଯଦି କିଛି ସେହିପରି ଘଟିଥାଏ ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦକ୍ଷିଣ ଘୁମୁଷର ବନଖଣ୍ଡ ଅଦିକାରୀ ଦିଲିପ ରାଉତ କହିଛନ୍ତି