କରନା ସମୟରେ ପ୍ରଧାନଶିକ୍ଷୟତ୍ରୀ ଙ୍କ ଦ୍ୱାରା ମଧ୍ୟାହ୍ନ ଭୋଜନ ଟଙ୍କା ହଡପ ଅଭିଯୋଗ

mdm_covid

ସନ୍ତୋଷ କୁମାର, ଓଡ଼ିଶା ବାର୍ତ୍ତା

ନବରଙ୍ଗପୁର: ଛାତ୍ର ଛାତ୍ରୀ ଙ୍କ ସରକାରୀ ମଧ୍ୟାହ୍ନ ଭୋଜନ ବାବଦ ସହାୟତା ରାଶି ଟଙ୍କା କୁ ଶିକ୍ଷୟତ୍ରୀ ଙ୍କ ଲୋଲୁପ ଦୃଷ୍ଟି ।  ଶିକ୍ଷକ ଙ୍କ ଟଙ୍କା ଲାଳସା ର ଲୋଲୁପ ଦୃଷ୍ଟିରୁ ବାଦ ପଡିଲେନି  ଛାତ୍ର ଛାତ୍ରୀ ଙ୍କ ଖାଦ୍ୟ ଟଙ୍କା । ଖୋଦ ପ୍ରଧାନଶିକ୍ଷକ ଙ୍କ ଦ୍ଵାରା ଛାତ୍ର ଛାତ୍ରୀ ଙ୍କ ମଧ୍ୟାହ୍ନ ଭୋଜନ ଟଙ୍କା ର କିଛି ପରିମାଣର ଟଙ୍କା କୁ ହଡପ ଅଭିଯୋଗ । ଆଦିବାସୀ ଗରିବ ଶ୍ରେଣୀ ର ଛାତ୍ର ଛାତ୍ରୀ ଙ୍କ ମଧ୍ୟାହ୍ନ ଭୋଜନ  ସରକାରୀ ସହାୟତା ଟଙ୍କାର  କିଛି ପରିମାଣର ଟଙ୍କା  ପ୍ରଧାନ  ଶିକ୍ଷୟତ୍ରୀ ଙ୍କ ଦ୍ଵାରା ଦାବି କରି ଟଙ୍କା ଜୋର ଜବରଦସ୍ତ ରଖୁଥିବା ଅଭିଯୋଗ ।  କରନା ସମୟରେ କୁନି କୁନି ଛାତ୍ର ଛାତ୍ରୀଙ୍କ ସ୍ୱାସ୍ଥ୍ୟ କୁ ଗୁରୁତ୍ୱ ଦେଇ ସ୍କୁଲ ବନ୍ଦ ଘୋଷଣା କଲେ ରାଜ୍ୟ ସରକାର । କିନ୍ତୁ  ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ଉଦ୍ଧିଷ୍ଟ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଚାଲୁ ରଖିବା ଉଧ୍ୟେଶ୍ୟରେ ମଧ୍ୟାହ୍ନ ଭୋଜନ  ବାବଦ ଟଙ୍କା କୁ  ପ୍ରଧାନଶିକ୍ଷୟତ୍ରୀ ଙ୍କ ଜରିଆ ରେ ପ୍ରଦାନ କଲେ ଏବଂ ଶୁଖିଲା ରାଶନ ସାମଗ୍ରୀ ମଧ୍ୟ ପ୍ରଦାନ କରିବାର ବ୍ୟବସ୍ଥା କଲେ । କିନ୍ତୁ ନବରଙ୍ଗପୁର ଜିଲ୍ଲା କୋଷଗୁମୁଡା ବ୍ଲକ ସଦର ମଧ୍ୟ ଇଂରାଜୀ ବିଦ୍ୟାଳୟରପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଗୌରୀ ବେହେରା ଙ୍କ ଦ୍ଵାରା ଛାତ୍ର ଛାତ୍ରୀ ଉକ୍ତ ମଧ୍ୟାହ୍ନ ଭୋଜନ ଟଙ୍କାର କିଛି ପରିମାଣ ର ଟଙ୍କା ହଡପ ଅଭିଯୋଗ ହୋଇଛି।  ଶିକ୍ଷୟତ୍ରୀ କରନା ସମୟରେ ହଡପ ଅଭିଯୋଗ ନେଇଜିଲ୍ଲା  ଶିକ୍ଷାଧିକାରୀ ଙ୍କ ନିକଟରେ ଫେରାଦ ହୋଇଛନ୍ତି ଅଭିଭାବକ ।   କୋଶାଗୁମୁଡା ମଧ୍ୟ ଇଂରାଜୀ ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କ ନଗଦ ଟଙ୍କା ସମ୍ପୂର୍ଣ୍ଣ ନ ଦେଇ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ଦ୍ୱାରା ୫୦ ରୁ ୧୦୦ ଟଙ୍କା ନିଜ ପାଖ ରେ ରଖି ବାକି ଟଙ୍କା ପ୍ରଦାନ କରୁଥିବା ଅଭିଯୋଗ ହୋଇଛି । ଛାତ୍ର ଛାତ୍ରୀ ଙ୍କ ସ୍କୁଲ କାମ ନେଇ ନବରଙ୍ଗପୁର ଅଫିସ କୁ ବାରମ୍ବାର ଯିବାକୁ ପଡ଼ୁଥିବାରୁ ସେ ବାବଦ ଟଙ୍କା ନିଜ ପକେଟ ରୁ ଖର୍ଚ୍ଚ କରିବାକୁ ପଡ଼ୁଥିବାରୁ ସେ ଛାତ୍ର ଛାତ୍ରୀ ଜଣକ ପିଛା  ୫୦ ରୁ ୧୦୦  ଟଙ୍କା ରଖୁଥିବା ଅଭିଭାବକ ଙ୍କୁ କହୁଥିବା ଅଭିଯୋଗ କରିବା ସହ ମଧ୍ୟାହ୍ନ ଭୋଜନ ବାବଦ କୁ ଦିଆଯାଉଥିବା ଚାଉଳ ରୁ ସମାନ ଆକାର ଚାଉଳ ନ ଦେଇ ନିର୍ଦ୍ଧିଷ୍ଟ ପରିମାଣ ଓଜନ ର ଚାଉଳ କମ ଦେଉଥିବା ଅଭିଯୋଗ କରିଛନ୍ତି ଅଭିଭାବକ ମାନେ । ଏନେଇ ଡାବୁଗାଁ ବିଧାୟକ  ମନୋହର ରନ୍ଧାରୀ, ନବରଙ୍ଗପୁର ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀ ଙ୍କ ନିକଟରେ ଫେରାଦ ହୋଇଛନ୍ତି । ଯଦି ସମ୍ପୃକ୍ତ ଶିକ୍ଷୟତ୍ରୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ସ୍କୁଲ ରେ ତାଲା ପକାଇବା ଧମକ ଦେଇଛନ୍ତି ଅଭିଭାବକ ।ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ ଏନେଇ ଅଭିଯୋଗ ପ୍ରଦାନ କରିଛନ୍ତି । ଜିଲ୍ଲା ଶିକ୍ଷାଧିକାରୀ ଚନ୍ଦ୍ର ଶେଖର ପାଣିଗ୍ରାହୀ  ଏହା ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରକାଶ କରିଛନ୍ତି ।