ଚିଲିକା ଚକୋର ଲୋକ ନୃତ୍ୟ ଲୋକ କଳା ମହୋତ୍ସବ

Spread the love

ଓଡ଼ିଶା ବାର୍ତ୍ତା

ବ୍ରହ୍ମପୁର:ଚଳିତ ମାସ ଡିସେମ୍ବର ତାରିଖ ଠାରୁ ୧୨ ଡିସେମ୍ବର ଯାଏଁ ଓଡ଼ିଆର୍ଟ ସେଣ୍ଟର, ପୂର୍ବସା ଲୋକକଳା ଆଦିବାସୀ କଳା ସଂଗ୍ରହାଳୟ, ସ୍ଥାନୀୟ ବରକୁଳ ଠାରେ ବାର୍ଷିକ ଲୋକକଳା ମହାକୁମ୍ଭଚିଲିକା ଚକୋର ଲୋକ ନୃତ୍ୟ ଲୋକ କଳା ମହୋତ୍ସବ “(Chilika Shelduck Folk Carnival) ପାଳିତ ହୋଇଯାଉଛି ଏହି ମହୋତ୍ସବ ଚଳିତ ତାରିଖ  ସଂଧ୍ୟା ଘଣ୍ଟା ସମୟରେ ପୂର୍ବତନ ସୂଚନା ଅଧିକାର କମିଶନର ଶ୍ରୀ ସୁନିଲ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ   ଏହି ଉଦଘାଟନି ସନ୍ଧ୍ୟାକୁ ଶ୍ରୀ ପି.କେ ଦାସଙ୍କ ସଭାପତିତ୍ୱରେ ଶୁଭାରମ୍ଭ କରାଯାଇଥିଲା   ଅନ୍ୟ ମାନଙ୍କ ମଧ୍ୟରେ ଆୟୋଜିତ ଏହି ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଶ୍ରୀ ଉପେନ୍ଦ୍ର ତ୍ରୀପାଠୀ, ମୂଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଶ୍ରୀ ଗୋପବନ୍ଧୁ ଦାସ, ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା, ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଯୋଗ ଦେଇଥିଲେ   “ଓଡ଼ିଶା ସଂସ୍କୃତିର ଷଠିଘର ଏହି ସମରୋହ ମୁଖ୍ୟ ଶୀର୍ଷକ ରହିଥିଲା ଏହି କ୍ରମରେ ଦେଶ ତଥା ରାଜ୍ୟର ବିଭିନ୍ନ ଲୋକ ନୃତ୍ୟ ପରିବେଷଣ ସହ ପ୍ରତିଦିନ ଗଞ୍ଜାମର ବିଭିନ୍ନ ଲୋକକଳା ଲୋକ ନୃତ୍ୟ ପରିବେଷଣ କରାଯାଇଥିଲା ଏହାସହ ଗଞ୍ଜାମର ଲୋକନୃତ୍ୟ କଳାକୁ ସମ୍ମାନ ଦେଇ ବିଭିନ୍ନ ଅନୁଷ୍ଠାନର ଗୁରୁ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଗଞ୍ଜାମର ଐତିହ, ସଂସ୍କୃତି, ଲୋକଭାଷା ଓଡ଼ିଶାର ଭାଷା ସଂସ୍କୃତିର ଆଧାର ଗଞ୍ଜାମର ଲୋକକଳା,ଭାଷା, ସାହିତ୍ୟ,ସ୍ଵାଧୀନତା ସଂଗ୍ରାମରେ ଅବଦାନ ବିଷୟକ ଆଲୋଚନା ଚକ୍ର ତାରିଖରେ ଅନୁଷ୍ଠିତ ହେବ ୧୨ ତାରିଖ ଦିନ ଉଦଯାପନି ଉତ୍ସବରେ ବିଶିଷ୍ଟ ଓଡ଼ିଆ ସିନେ ଜଗତର ବର୍ଷିଆନ କଳାକାର ତଥା ସାଂସଦ ଶ୍ରୀ ପ୍ରଶାନ୍ତ ନନ୍ଦ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ପୁରାତନ କଳା, ସଂସ୍କୃତି, ପରମ୍ପରା, ବରିଷ୍ଠ ଗୁରୁ, ଚିତ୍ର କଳା, ନୃତ୍ୟ, ସଙ୍ଗୀତ, ବାଘ ନାଚ, ସଖିନାଚ, ରଣପା, ଦାସକାଠିଆ, ପିଠା, କୃଷି ଜାତ ସାମଗ୍ରୀ ପରିବେଷଣ କରାଯାଇଥିଲା

ପ୍ରକାଶ ଥାଉକି ଏହି ଲୋକ କଳା ଆଦିବାସୀ କଳା ସଂଗ୍ରହାଳୟ ଏକ ବେସରକାରୀ ସଂସ୍ଥା ରାଜ୍ୟର କିଛି କଳା ସଂସ୍କୃତି ପ୍ରେମୀ ଉତ୍ସାହୀ ତଥା ଉଦ୍ୟୋଗୀଙ୍କ ସହଯୋଗରେ ଗଠିତ ଏହି ସଂଗ୍ରହାଳୟ ୨୦୧୭ ଡିସେମ୍ବର ତାରିଖ ଦିନ ଓଡ଼ିଶାର ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ କର କମଳରେ ଉଦଘାଟିତ ହୋଇଥିଲା ଏହି ସଂଗ୍ରହାଳୟରେ ରାଜ୍ୟ ତଥା ଦେଶ ବିଦେଶର ଲୋକକଳା ତଥା ଆଦିବାସୀ କଳାକୃତି ପ୍ରଦର୍ଶିତ ହେଉଅଛି ଦେଶ ବିଦେଶରୁ ପର୍ଯ୍ୟଟକ ତଥା ଗବେଷକ ଏଠାକୁ ଆସି ସଂସ୍କୃତି କଳାର ପରିଦର୍ଶନ କରିଥାନ୍ତି ଏହି ସମାରୋହ ଅବସରରେ ଗଞ୍ଜାମର ଲୋକକଳାର ଏକ ସ୍ଵତନ୍ତ୍ର ଗ୍ୟାଲେରୀ ଲୋକାର୍ପିତ ହୋଇଥିଲା   ପ୍ରତିବର୍ଷ ଲୋକ ନୃତ୍ୟ ଲୋକକଳା ମହାକୁମ୍ଭଚିଲିକା ଚକୋର ମହୋତ୍ସବପାଳିତ ହୁଏ ଏହା ଛଡା ଲୋକକଳା ପ୍ରଦର୍ଶନୀ, ଲୋକକଳା କର୍ମଶାଳା, ସାହିତ୍ୟ ସଂସ୍କୃତି ଆଲୋଚନା ଚକ୍ର ଅନୁଷ୍ଠିତ ହୁଏ ଫୋରମ ଫର ଗଞ୍ଜାମ ଏହି ସଂଗ୍ରହାଳୟର ବିକାଶ ରେ ଯୋଗଦାନ କରିବା ସହ ଗଞ୍ଜାମ କିଛି ଅନନ୍ୟ ଲୋକକଳାକୁ ଏଠାରେ ସ୍ଥାନିତ କରିବା ସହ ଗଞ୍ଜାମର ଲୋକନୃତ୍ୟ ମାନଙ୍କୁ ପରିବେଷଣ କରାଇବାରେ ସହଯୋଗ କରି ଆସିଅଛି

ଏହି ଅବସରରେ ସଂଗ୍ରହାଳୟର ଉପାଧ୍ୟକ୍ଷ ସଂଯୋଜକ ଫୋରମ ଫର ଗଞ୍ଜାମର ଶ୍ରୀ ସୁଧୀର କୁମାର ରାଉତ, ପୂର୍ବାସା ଆଦିବାସୀ ଲୋକକଳା ସଂଗ୍ରହାଳୟ ସଭାପତି ଓଡ଼ିଆର୍ଟର ଅଧ୍ୟକ୍ଷ ଶ୍ରୀ ପୀ.କେ ଦାସ, ପର୍ଯ୍ୟଟନ ଭାରତର ସମ୍ପାଦକ ଶ୍ରୀ ନାରାୟଣ ମହାଙ୍କୁଡ, ଓଡ଼ିଆର୍ଟ ସମ୍ପାଦକ ମାନସ ରଞ୍ଜନ ପଟ୍ଟନାୟକ, ଉପଦେଷ୍ଟା ବଂଶୀଧର ଆଚାର୍ଯ୍ୟ, ସଂକଳ୍ପ ବିଦ୍ୟାଳୟର ନିର୍ଦ୍ଦେଶକ ଶ୍ରୀ .ଟି ରାଓ ଯୋଗଦେଇ ଓଡ଼ିଶାର କଳା, ସଂସ୍କୃତି, ସ୍ଥାପତ୍ୟ, କୀର୍ତିରାଜି, ଐତିହ୍ୟର କିପରି ଭାବରେ ତାର ପୁନରୁଦ୍ଧାର ହୋଇ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବ ସେ ନେଇ ଆଲୋକପାତ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁରରୁ ଫୋରମ ଫର ଗଞ୍ଜାମର ସଦସ୍ୟ ଶ୍ରୀ ଶ୍ୟାମ ସୁନ୍ଦର ଖାଡ଼ଙ୍ଗାବି. ସ୍ଵରାଜ୍ୟ ସୁବୁଦ୍ଧି, ଭୀଷ୍ମଚାର୍ଯ୍ୟ ଚୌଧୁରୀ, ସୁରେଶ ଚନ୍ଦ୍ର ତ୍ରିପାଠୀ, ସବିତା ସାହୁକାର, ଧନେଶ୍ୱର ନାୟକ, ସୁକାନ୍ତ, ସୁଶାନ୍ତ, ସହଯୋଗ କରିଥିଲେ