ଭାରତ ବିକାଶ ସଂକଳ୍ପ ରଥ,ମୋଦିଙ୍କ ଗ୍ୟାରେଣ୍ଟି ଗାଡ଼ି; ଲେଖାଶ୍ରୀ ସାମନ୍ତସିଂହାର, ଭାରତୀୟ ଜନତା ପାର୍ଟି ରାଜ୍ୟ ଉପସଭାନେତ୍ରୀ

Spread the love

ଓଡିଶା ବାର୍ତ୍ତା

ବ୍ରହ୍ମପୁର, ୧୭/୧୨ : ଭାରତୀୟ ଜନତା ପାର୍ଟି ରାଜ୍ୟ ଉପସଭାନେତ୍ରୀ ଶ୍ରୀମତି ଲେଖାଶ୍ରୀ ସାମନ୍ତସିଂହାର ବ୍ରହ୍ମପୁର ଲୋକସଭା କ୍ଷେତ୍ର ଅନ୍ତର୍ଗତ ଛତ୍ରପୁର,ଗୋପାଳପୁର,ଚିକିଟି,ବ୍ରହ୍ମପୁର ଦିଗପହଣ୍ଡି ବିଧାନସଭା କୋର୍ କମିଟି ବୈଠକରେ ଯୋଗ ଦେଇ ଦଳୀୟ ସଂଗଠନ ଉପରେ ବିସ୍ତୃତ ଆଲୋଚନା କରିବା ସହ ବୁଥ୍ କମିଟି ଗଠନକୁ ଗୁରୁତ୍ୱ ଦେବାକୁ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ କରିଛନ୍ତି ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନା ଗୁଡିକର ବାର୍ତ୍ତା ନେଇ ଭାରତ ବିକାଶ ସଂକଳ୍ପ ରଥ (ମୋଦିଙ୍କ ଗ୍ୟାରେଣ୍ଟି ଗାଡ଼ି) ଗଞ୍ଜାମ ଜିଲ୍ଲା ପରିକ୍ରମା କରୁଛି

 ମୋଦିଙ୍କ ଜନହିତକର ଯୋଜନା ଗୁଡ଼ିକରୁ ଯେଉଁ ଯୋଗ୍ୟ ହିତାଧିକାରୀ ମାନେ କୌଣସି କାରଣରୁ ବାଦ ପଡ଼ିଥିବେ ସେମାନେ ଏହି ମୋଦିଙ୍କ ଗ୍ୟାରେଣ୍ଟି ଗାଡ଼ି ନିକଟକୁ ଯାଇ ଅନ୍ ଲାଇନ୍ ମାଧ୍ୟମରେ ରେଜିଷ୍ଟ୍ରେସନ କରି କେନ୍ଦ୍ରୀୟ ଯୋଜନାର ଲାଭ ପାଇପାରିବେ ଏବଂ ଏହି ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚିବା ଦରକାର ବୋଲି ରାଜ୍ୟ ଉପସଭାନେତ୍ରୀ ଶ୍ରୀମତି ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ ଅପରପକ୍ଷରେ ସେ କହିଛନ୍ତି ରାଜ୍ୟରେ ବିଜେପି-ବିଜେଡ଼ି ମେଣ୍ଟ କଥା ଅପପ୍ରଚାର ଏହାର କୌଣସି ସତ୍ୟତା ନାହିଁ ବରଂ ଏଥର ଦୁଇ ଦଳ ମଧ୍ୟରେ ଆରପାର୍ ଲଢ଼େଇ ହେବ

ରାଜ୍ୟରେ ଏଥର ଭାରତୀୟ ଜନତା ପାର୍ଟିର ସରକାର ହେବ ଓଡ଼ିଶାବାସୀ ମନ ବଳେଇଛନ୍ତି ଏଥର ପରିବର୍ତ୍ତନ ହେବ ବିଜେପି ତିନୋଟି ରାଜ୍ୟରେ ସଂଖ୍ୟାଗରିଷ୍ଠତା ପାଇ ସରକାର ଗଢ଼ିଲା ସାରା ଦେଶରେ କାର୍ଯ୍ୟକର୍ତ୍ତାଙ୍କ ମନରେ ଉତ୍ସାହ ବଢ଼ିଛି ବର୍ତ୍ତମାନ ଦଳୀୟ କର୍ମୀ ମାନେ ଦମ୍ ଦେଖାଇ କାର୍ଯ୍ୟ କରିବେ ରାଜ୍ୟରେ ଡ଼ବଲ୍ ଇଞ୍ଜିନ୍ ସରକାର ଗଠନ ହେବ ବୋଲି ଲେଖାଶ୍ରୀ କହିଛନ୍ତି ପ୍ରତ୍ୟକ ବିଧାନସଭାରେ ପୃଥକ ପୃଥକ ଭାବେ କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା ପରେ ଶ୍ରୀମତି ଲେଖାଶ୍ରୀ ସାମନ୍ତସିଂହାର କୋର୍ କମିଟି ବୈଠକରେ ଯୋଗ ଦେବା ପାଇଁ ମୋହନା ଏବଂ ପାରଳାଖେମୁଣ୍ଡି ବିଧାନସଭା ଗସ୍ତ କରିଛନ୍ତି 

 ଏହି ବୈଠକରେ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ଡ଼ା.ସୁବାସ ସାହୁ,ଗଞ୍ଜାମ ଜିଲ୍ଲା ପ୍ରଭାରୀ ଅଶୋକ ମିଶ୍ର,ବ୍ରହ୍ମପୁର ଲୋକସଭା କ୍ଷେତ୍ର ସଂଯୋଜକ ସରୋଜ ସାବତ,ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି,ପ୍ରଶାନ୍ତ କର,ମନୋରଞ୍ଜନ ଦ୍ୟାନସାମନ୍ତରା,ମହନ୍ତ ଚିନ୍ମୟାନନ୍ଦ ଦାସ,ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ,ରାମ କୁମାର ପାତ୍ର,ବିନୋଦ ମିଶ୍ର,ପରେଶ ଚନ୍ଦ୍ର ରଥ,ୱାଇ.ମହୋନ ରାଓ,ରଶ୍ମିରେଖା ମହାପାତ୍ର,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଗଙ୍ଗାଧର ଶତପଥି,ଜିଲ୍ଲା ସମ୍ପାଦକ ତଥା କର୍ପୋରେଟର ପ୍ରଦୀପ ଶତପଥି,ଲକ୍ଷ୍ମୀ ନାରାୟଣ ପଣ୍ଡା,ଭୀମସେନ ବେହେରା,ଏଲ୍.ମହୋନ ଦାସ,ସୁଶିଳା ମଲ୍ଲିକ,ବାଳକୃଷ୍ଣ ସାମନ୍ତରା,ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସମ୍ପାଦକ କୃଷ୍ଣ ଚନ୍ଦ୍ର ନାୟକ,ପୂର୍ବତନ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେବ,ଶ୍ରୀକାନ୍ତ ପାଢ଼ୀ,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀ,ସାଧାରଣ ସମ୍ପାଦିକା ଅନୁଜା ନନ୍ଦ ବିଶ୍ଵାଳ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସାମୁଏଲ୍ ବେହେରା,କିର୍ତ୍ତନ ଦାସ ପ୍ରମୁଖଙ୍କ ସମେତ ବିଧାନସଭା ଅନ୍ତର୍ଗତ ସମସ୍ତ ମଣ୍ଡଳ ସଭାପତି,ଜିଲ୍ଲା ପଦାଧିକାରୀ ଏବଂ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ ।     

ମିଡ଼ିଆ ପ୍ରଭାରୀ,  ବିଜେପି, ଗଞ୍ଜାମ