ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ପ୍ରତନିଧି ଦଳ ବ୍ରହ୍ମପୁର ବନଖଣ୍ଡ ଅଧିକାରୀଙ୍କୁ  ଦାବୀପତ୍ର ପ୍ରଦାନ

Spread the love

ଓଡିଶା ବାର୍ତ୍ତା

ବ୍ରହ୍ମପୁର, ୨/୧୨ : ବ୍ରହ୍ମପୁର ଫରେଷ୍ଟ ରେଞ୍ଜର ବନାଞ୍ଚଳ ଅଧିନରେ ରହିଥିବା ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୨୫ ନମ୍ବର ଓ୍ୱାର୍ଡ଼ରେ ରହିଥ‌ିବା ବିଜିପୁର ବନ୍ଧ ବେଢ଼ାରେ ଅନ୍ୟୁନ ୧୪ ଗୋଟି ଜୀବନ୍ତ ବର ଏବଂ ଓସ୍ତ ଗଛମାନ ରହିଅଛି ଯେଉଁଥରୁ କେତୋଟି ବରଗଛର ଆୟୁଷ ୫୦ ବର୍ଷରୁ ଉର୍ଦ୍ଧ୍ବ ହୋଇଥିବା ବେଳେ ଅନ୍ୟାନ୍ୟ ବୃକ୍ଷ ଗୁଡିକ ୧୦୦ ବର୍ଷରୁ ଉର୍ଦ୍ଧ ହେବ ପୋଖରୀ ଥିବା ସମୟରୁ ରହିଅଛି ତେବେ ବର୍ତ୍ତମାନ ବ୍ରହ୍ମପୁର ମହାନଗର ନିଗମ ତରଫରୁ ବିଜିପୁର ବନ୍ଧ ବେଢ଼ାରେ ଡ୍ରେନ୍ ନିର୍ମାଣ କାମ ଆରମ୍ଭ କରିଛନ୍ତି, ଯାହାକି କୌଣସି କ୍ଷେତ୍ରରେ ନାଳର ଆବଶ୍ୟକତା ନାହିଁ,ଅପର ପକ୍ଷରେ ଯଦି ପୋଖରୀ ବେଢ଼ାରେ ନାଳ ତିଆରି କରି ମଇଳା ପାଣି ନିଷ୍କାସନ ବ୍ୟବସ୍ଥା କରାଯାଏ ତେବେ ପୋଖରୀ ପାଣି ସଂପୂର୍ଣ୍ଣ ଭାବେ ପ୍ରଦୂଷିତ ହୋଇଯିବ ନାଳ ନିର୍ମାଣ ନିମନ୍ତେ ବର୍ତ୍ତମାନ ଗଛ ପାର୍ଶ୍ଵରେ ଖୋଳାଯିବା କାରଣରୁ ବର୍ତ୍ତମାନ ବିଶାଳ ବୃକ୍ଷ ମୂଳ ଗୁଡିକ ଦୁର୍ବଳ ହୋଇପଡିଛି ଯାହା ଫଳରେ ଆଗାମୀ ଦିନରେ କୌଣସି ପ୍ରକାରେ ଅଳ୍ପ ପବନ ଦ୍ୱାରା ଜୀବନ୍ତ ବୃକ୍ଷ ଗୁଡିକ ଉପୁଡି ଯିବାର ସମ୍ଭାବନା ରହିଛି, ତେଣୁ ବିଇଏମ୍‌ସିର ଏଭଳି କାମକୁ ତୁରନ୍ତ ବନ୍ଦ କରିବା ନିମନ୍ତେ ବନ ବିଭାଗ ନିର୍ଦ୍ଦେଶନାମା ଜାରୀ କରିବା ସହ ଜୀବନ୍ତ ବୃକ୍ଷ ଗୁଡିକୁ ମରଣ ମୁଖକୁ ଠେଲିଦେଉଥିବା କାର୍ଯ୍ୟରେ ଲିପ୍ତ ଥିବା କର୍ମଚାରୀ ମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ମାମଲା ରୁଜୁ କରିବାକୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଅନୁରୋଧ କରାଯାଇଛି ଏହା ସହିତ ବ୍ରହ୍ମପୁର ସହରର ପରିବେଶ ସୁରକ୍ଷା ଆଧାରରେ କୌଣସି ବି ଗୋଟିଏ ବୃକ୍ଷକୁ କାଟିବା ନିମନ୍ତେ ବନ ବିଭାଗ ଅନୁମତି ପ୍ରଦାନ କରିବାକୁ ନିବେଦନ କରାଯାଇଛି ଏବଂ ଯଦି ବନ ବିଭାଗର ବିନା ଅନୁମତିରେ କୌଣସି ବୃକ୍ଷକୁ କୌଣସି ଅସାଧୁ କର୍ମଚାରୀ କାଟି ଦିଏ ତେବେ ବିଜେପି ପକ୍ଷରୁ ଦିଆଯାଇଥିବା ଏହି ପ୍ରାର୍ଥନା ପତ୍ରକୁ ଏଫ୍.ଆଇ.ଆର ଭାବେ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ନେଇ ଦୋଷୀ ମାନଙ୍କ ବିରୁଦ୍ଧରେ ମକଦ୍ଦମା କରିବା ନିମନ୍ତେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦାବୀ କରାଯାଇଛି

ଏହି ଉପଲକ୍ଷେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଏକ ପ୍ରତନିଧି ଦଳ ବ୍ରହ୍ମପୁର ବନଖଣ୍ଡ ଅଧିକାରୀଙ୍କୁ ସାକ୍ଷାତ କରି ଏକ ଦାବୀପତ୍ର ପ୍ରଦାନ କରିଥିଲେ ଏହି ପ୍ରତିନିଧି ଦଳରେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ,ରାମ କୁମାର ପାତ୍ର,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଆଡ଼ଭୋକେଟ୍ ମଦନ ମୋହନ ପାତ୍ର,କମାପଲ୍ଲୀ ମଣ୍ଡଳ ସଭାପତି ଗୋପିନାଥ ପଣ୍ଡା,ଅଖିଳ କୁମାର ସାହୁ, ଭଗବାନ ଭୂୟାଁ ପ୍ରମୁଖ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।