ବ୍ରହ୍ମପୁରରେ ବିଶ୍ଵ ସ୍ତରୀୟ ଷ୍ଟେସନ କୋଠା ନିର୍ମାଣ ଓ ରେଳ ଟର୍ମିନାଲ ପ୍ରତିଷ୍ଠା କରିବା ପାଇଁ ଇଷ୍ଟ-କୋଷ୍ଟ ଡି.ଜି.ଏମ ଓ ଖୋର୍ଦ୍ଧା ରୋଡ ଡି.ଆର.ଏମ ଙ୍କ ଠାରେ ଦାବି କଲା ଓଡ଼ିଶା ଡେଭଲପମେଣ୍ଟ ଫୋରମ

Spread the love

ଓଡିଶାବାର୍ତ୍ତା

ଓଡ଼ିଆ ସର୍ବ ପୁରାତନ ବ୍ରହ୍ମପୁର ରେଳ ଷ୍ଟେସନର ବିକାଶ କରି ବିଶ୍ଵ ସ୍ତରୀୟ ଷ୍ଟେସନ କୋଠା ନିର୍ମାଣ, ବ୍ରହ୍ମପୁର ଠାରେ ରେଳ ଟର୍ମିନାଲ ୱାଶିଂ କେନ୍ଦ୍ର ପ୍ରତିଷ୍ଠା ଦକ୍ଷିଣ ଓଡ଼ିଶାରେ ଦଶକ ଦଶକ ଧରି ପଡି ରହିଥିବା ରେଳ ପ୍ରକଳ୍ପ ଗୁଡ଼ିକୁ ତ୍ବରାନ୍ବିତ କରି ସାରିବା ପାଇଁ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ଆଜି ପୂର୍ବତଟ ରେଳବାଇର ଉପ- ମହାପ୍ରବନ୍ଧକ ଶ୍ରୀ ଅଶୋକ କୁମାର ମିଶ୍ର ଙ୍କ ସହ ଇଷ୍ଟକୋଷ୍ଟ ରେଲୱେ କାର୍ଯ୍ୟାଳୟ ଭୁବନେଶ୍ବର ଖୋର୍ଦ୍ଧା ରୋଡ ଡି.ଆର.ଏମ ଶ୍ରୀ ଏଚ.ଏସ.ବାଜ୍ୱା ଙ୍କ କାର୍ଯ୍ୟାଳୟ ଠାରେ ଆଜି ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛି

ଏହି ଅବସରରେ ଓଡ଼ିଶା ଡେଭଲପମେଣ୍ଟ ଫୋରମ ସଦସ୍ୟ ରେଳବାଇର ଉପ- ମହାପ୍ରବନ୍ଧକ ଙ୍କୁ ଏକ ଦାବିପତ୍ର ପ୍ରଦାନ କରି  ୧୩୦ ବର୍ଷ ପୁରୁଣା ବ୍ରହ୍ମପୁର ଷ୍ଟେସନ କୋଠା ସର୍ବାଙ୍ଗୀନ ବିକାଶ, ବ୍ରହ୍ମପୁର ନିକଟବର୍ତ୍ତୀ ସୋରଳ ଠାରେ ରେ ରେଳ ରହିବା ଛାଡ଼ିବା ପାଇଁ ରେଳ ଟର୍ମିନାଲ, ୱାସିଂ କେନ୍ଦ୍ର ନିର୍ମାଣ, ୫-ନମ୍ବର ପ୍ଲାଟଫର୍ମ ନିର୍ମାଣ, ଗରିବ ରଥ ସବୁ ଟ୍ରେନ ରହଣି କୁ ସୁନିଶ୍ଚିତ କରିବା, ଲିଫ୍ଟ, ପ୍ରତି ପ୍ଲାଟଫର୍ମ ରେ ଡିସପ୍ଲେ ବୋର୍ଡ଼, ଆଲୋକ, ପାଣି, ଖାଇବା ସୁବ୍ୟବସ୍ଥା, ସବୁ ପ୍ଲାଟଫର୍ମ ରେ ଷ୍ଟେସନ ବାହାରେ ଶୌଚାଳୟ ନିର୍ମାଣ ପାଇଁ ଦାବି କରାଯାଇ ଥିଲା

ବ୍ରହ୍ମପୁର ରୁ ଆରମ୍ଭ ହେଉଥିବା ମେମୁ ଟ୍ରେନକୁ ଗୁଣୁପୁର କୁ ସମ୍ପ୍ରସାରିତ କରାଯିବା ନୂଆଁ ମେମୁ ଟ୍ରେନ ନଥିବା ଯୋଗୁଁ ବ୍ରହ୍ମପୁର ଠାରୁ କଟକ, ଭୁବନେଶ୍ବର, ପୁରୀ ବିଶାଖାପାଟଣା କୁ ଯିବା ଆସିବା କରିବା କଷ୍ଟସାଧ୍ୟ ହୋଇ ଯାଇଥିବା ରୁ ସ୍ଵତନ୍ତ୍ର ମେମୁ ବା ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନ ଦ୍ଵାରା ଏହି ସବୁ ସହରକୁ ତୁରନ୍ତ ସଂଯୋଗ କରିବା କୁ ଦୃଢ଼ ଦାବି କରାଯାଇଥିଲା

ଏହା ସହ ୧୮୫୨୫ ବ୍ରହ୍ମପୁର –ବିଶାଖାପାଟଣା ଇଣ୍ଟରସିଟି ସମୟ ପରିବର୍ତ୍ତନ କରି ସକାଳ ୬.୩୦ କରିବା ସକାଳୁ ବ୍ରହ୍ମପୁର – କଟକ ଏକ୍ସପ୍ରେସ ଟ୍ରେନ ତୁରନ୍ତ ଆରମ୍ଭ କରିବାକୁ ଦାବି କରାଯାଇଥିଲା

ଏହା ସହ ବହୁ ପ୍ରତିକ୍ଷିତ ବ୍ରହ୍ମପୁର-ସମ୍ବଲପୁର ଭାୟା ଫୁଲବାଣୀ, ଗୋପାଳପୁର-ରାୟଗଡ଼ା, ଗୋପାଳପୁର-ତାଳଚେର ଭାୟା ତାରାତାରିଣୀ- ବୁଗୁଡ଼ା, ଗୁଣୁପୁର-ରାୟଗଡ଼ା, ଜୟପୁର-ମାଲକାନଗିରି ମାଲକାନଗିରି- ନବରଙ୍ଗପୁର ରେଳପଥ କାର୍ଯ୍ୟ ଶୀଘ୍ର ସମାପ୍ତ କରିବା ବ୍ରହ୍ମପୁରରୁ ମୁମ୍ବାଇ, ସୁରତ, ଦିଲ୍ଲୀ, ଜୟପୁର, ପୁରୀ ଅନ୍ୟ ସହରକୁ ପ୍ରତିଦିନ ଏକ୍ସପ୍ରେସ ଟ୍ରେନ ଚଲାଇବା ପାଇଁ ଦାବି କରାଯାଇଥିଲା

ସୋରଳ ଠାରେ ରେ ରେଳ ରହିବା ଛାଡ଼ିବା ପାଇଁ ରେଳ ଟର୍ମିନାଲ-ୱାସିଂ କେନ୍ଦ୍ର ନିର୍ମାଣ କରି ଭୁବନେଶ୍ବର, ପୁରୀ ବିଶାଖାପାଟଣା ରେ ଅଟକି ଯାଉଥିବା ଅନେକ ଏକ୍ସପ୍ରେସ ସାପ୍ତାହିକ ଟ୍ରେନ କୁ ବ୍ରହ୍ମପୁର ଯାଏଁ ବଢ଼ାଇବା ଭୁବନେଶ୍ୱର ରୁ ଦିଲ୍ଲୀ ରାଜଧାନି ଟ୍ରେନ କୁ ବ୍ରହ୍ମପୁର, ରାୟଗଡ଼ା ଦକ୍ଷିଣ ଓଡ଼ିଶା ଦେଇ ଚଳାଇବା ପାଇଁ ଅନୁରୋଧ କରାଯାଇ ଥିଲା

ଦକ୍ଷିଣ ଓଡ଼ିଶା ଜିଲ୍ଲା ଗୁଡ଼ିକରେ ରେଳପଥର ବିକାଶ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବା ସହ ଦୃତ ଗତିରେ କାମ କରିବାର ଆବଶ୍ୟକତା ରହି ଥିବା ଫୋରମ୍ ସଦସ୍ୟ ମାନେ ରେଳବାଇର ଉପ ମହାପ୍ରବନ୍ଧକ ଙ୍କ ସହ ଆଲୋଚନା ବେଳେ ଅବଗତ କରାଇଥିଲେ

ଏହି ଆଲୋଚନା କୁ ଗମ୍ଭୀରତାର ସହ ଶୁଣିବା ପରେ ରେଳବାଇର ଉପ-ମହାପ୍ରବନ୍ଧକ, ଯଥାଶୀଘ୍ର ସମସ୍ୟା ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ

ଖୋର୍ଦ୍ଧା ରୋଡ ଡି.ଆର.ଏମ ଶ୍ରୀ ଏଚ.ଏସ.ବାଜ୍ୱା, ୧୮୫୨୫ ବ୍ରହ୍ମପୁର –ବିଶାଖାପାଟଣା ଇଣ୍ଟରସିଟି ସମୟ ପରିବର୍ତ୍ତନ କରି ସକାଳ ୬.୩୦ କରିବା, ବ୍ରହ୍ମପୁର ରୁ, କଟକ ପୁରୀ ପାଇଁ ମେମୁ ଟ୍ରେନ ବ୍ୟବସ୍ଥା କରିବା, ରହୁନଥିବା ଏକ୍ସପ୍ରେସ ଟ୍ରେନ ରହଣି ନିଶ୍ଚିତ କରିବା ଭୁବନେଶ୍ବର ଠାରେ ଅଟକି ଯାଉଥିବା କିଛି ଏକ୍ସପ୍ରେସ ଟ୍ରେନ କୁ ବ୍ରହ୍ମପୁର ପର୍ଯ୍ୟନ୍ତ ସମ୍ପ୍ରସାରିତ କରିବାକୁ ପ୍ରତ୍ରିଶୃତି ଦେଇଥିଲେ

ଏହି କାର୍ଯ୍ୟକ୍ରମରେ ଫୋରମ୍ ସଚିବ V.ସୋମେଶ୍ୱର ରାଓ, ପ୍ରିତିଶ ପାଣିଗ୍ରାହୀ, ପ୍ରବୀଣ ପଟ୍ଟନାୟକ, ମାନସ ରଞ୍ଜନ ପାତ୍ର, B ଶଙ୍କର ପାତ୍ର, ବିନୋଦ ସାବତ ଏନ. ନୀଳମାଧବ ପାତ୍ର ଙ୍କ ସହ ଅନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ