ଟ୍ରକକୁ ପଛପଟୁ ପିଟିଲା ବାଇକ୍ ଘଟଣାସ୍ଥଳରେ ଚାଲିଗଲା ୨ ଜୀବନ 

Spread the love

ଘନ କୁହୁଡ଼ି ହେଲା କାଳ । ଟ୍ରକକୁ ପଛପଟୁ ପିଟିଲା ବାଇକ୍ । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ଭୋଗରାଇ ବ୍ଲକ କର୍ମଦା ଭଲୁଡ଼ା ଛକରେ ଘଟିଛି ଏହି ଦୁର୍ଘଟଣା । ରାସ୍ତାରେ ଥିବା ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା ବାଇକ୍ । ଦୁର୍ଘଟଣାରେ ବସ୍ତା ଅଂଚଳରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ କର୍ମଦା ପୋଲିସ ପହଂଚି ମୃତଦେହ ଜବତ କରି ହସ୍ପିଟାଲକୁ ପଠାଇଛନ୍ତି ।