କରୋନାରୁ ଆରୋଗ୍ୟ ଲାଭ କରିବା ପରେ ବରିଷ୍ଠ ସାମ୍ବାଦିକ ଶକ୍ତିଧର ରାଜଗୁରୁଙ୍କ ଅଙ୍ଗେନିଭା ଓ ଆଖିଦେଖା ଅନୁଭୂତି

luna

Odishabarta

ମୁଁ ଶକ୍ତିଧର ରାଜଗୁରୁ, ଜଣେ ସାମ୍ବାଦିକ ନିଜ ଦାୟିତ୍ୱ ସମ୍ପାଦନ କରୁ କରୁ କେଉଁ ବାଟରେ ନିଜେ ପରେ ନିଜ ପରିବାରର ମୋଟ 7ଜଣ ସଦସ୍ୟ ଆକ୍ରାନ୍ତ ହେଲୁ ଜଣାପଡିଲା ନାହିଁ ଆମର କାହାର ବି ଜ୍ୱର ଛଡା ଅନ୍ୟ କୌଣସି ଲକ୍ଷଣ ନଥିଲା ଅବଶ୍ୟ ପରବର୍ତ୍ତୀ ସମୟରେ ମୋ ସହିତ ମୋଟ 5ଜଣ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିବା ବେଳେ ଅନ୍ୟ 2ଜଣ ଘରେ ସଂଗରୋଧରେ ରହି ସମ୍ପୂର୍ଣ୍ଣ ସୁସ୍ଥ ବା ଆରୋଗ୍ୟ ଲାଭ କରିଛୁ 7ଜଣଙ୍କ ମଧ୍ୟରେ ମୋର 85ବର୍ଷୀୟ ବାପା 73ବର୍ଷୀୟ ମାଆ ସାମିଲ….

ଇତି ମଧ୍ୟରେ ପର୍ଯ୍ୟାୟକ୍ରମେ ଦିନକ ପରେ ଶେଷ ହେବାକୁ ଯାଉଛି ମୋର ସଂଗରୋଧ ଅବଧି ଦୀର୍ଘ ଏକ ମାସର ବ୍ୟବଧାନରେ ନିଜ କାର୍ଯ୍ୟରେ ଯୋଗଦେବା ପରେ ଆଉ ସୋସିଆଲ ମିଡିଆରେ ସମୟ ବିନିଯୋଗ କରିବା ସମ୍ଭବପର ନୁହେଁ ଏଣୁ ଚିନ୍ତା କଲି ମୋର ଅନୁଭୁତିକୁ ନିଚ୍ଛକ ଭାବେ ଉପସ୍ଥାପନା କରିବା ପାଇଁ ପୂର୍ବରୁ ଅନେକ ବିଷୟରେ ପୋଷ୍ଟିଂ କରିଛି ଆପଣମାନଙ୍କ ଦ୍ୱାରା ଗ୍ରହଣୀୟ ହୋଇଥିବା ଅନୁମାନ କରିଛି ଆଜିର ପୋଷ୍ଟିଂ ଯଦିଓ ଶେଷ ବୋଲି କହିବି ନାହିଁ ତଥାପି ନିଜ ନିଜ ପ୍ରତିକ୍ରିୟା ରଖିବାକୁ ଅନୁରୋଧ କରିବି ନିଶ୍ଚୟ

ଚିକିତ୍ସା ପ୍ରଣାଳୀ ଅନୁଭୂତି ସହିତ ସୁବିଧା ସମସ୍ୟା ସମ୍ପର୍କରେ ସୂଚନା ଦେବା ପୁର୍ବରୁ କରୋନାର ବିଶ୍ବରେ, ଦେଶରେ ରାଜ୍ୟରେ ସ୍ଥିତି ଉପରେ ଟିକିଏ ନଜର ପକେଇଦେବା ମୁଁ ଉଚିତ ମନେ କରୁଛି…..

ଚୀନର ଉହାନରୁ ଆରମ୍ଭ ହୋଇଥିବା କରୋନା ବା କୋଭିଡ19 ଭୁତାଣୁ କ୍ରମଶଃ ବିଶ୍ୱର 213 ଦେଶରେ କାୟା ବିସ୍ତାର କରିସାରିଛି ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ମୋଟ 19804420 ଥିବା ବେଳେ ସକ୍ରିୟ ମାମଲା 6353643 ଏବଂ ସୁସ୍ଥଙ୍କ ସଂଖ୍ୟା 12721186 ରହିଛି ତେବେ ମୃତ୍ୟୁ ସଂଖ୍ୟା 729591ରେ ପହଞ୍ଚିଛି ବିଶ୍ୱରେ ଆମେରିକା ବ୍ରାଜିଲ ପ୍ରଥମ ଦ୍ଵିତୀୟରେ ଥିବା ବେଳେ ଭାରତରେ 2152020 ଆକ୍ରାନ୍ତଙ୍କ ସଂଖ୍ୟା ସହିତ ତୃତୀୟ ସ୍ଥାନରେ ରହିଛି ତେବେ ଆମେରିକା ବ୍ରାଜିଲ ଠାରୁ ଭାରତରେ ତୁଳନାତ୍ମକ ଭାବେ ମୃତ୍ୟୁ ସଂଖ୍ୟା ଯଥେଷ୍ଟ କମ ରହି 43453ରେ ରହିଛି କରୋନା ଭୁତାଣୁ ସଂକ୍ରମଣକୁ ନେଇ ସମଗ୍ର ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହୋଇଥିଲେହେଁ ମୋଟ ସକ୍ରିୟ ମାମଲା 6353643ରୁ ଶତକଡା 99ପ୍ରତିଶତ ଅର୍ଥାତ 6288483 ମାଇଲଡ଼ ଏବଂ ମାତ୍ର ଶତକଡା 1ପ୍ରତିଶତ ଅର୍ଥାତ 65160ଟି ମାମଲା କେବଳ ଗୁରୁତର ରହିଛି ଏହା ଥିଲା ବିଶ୍ବର ଦେଶର ବର୍ତ୍ତମାନର ସ୍ଥିତି ତଥ୍ୟ….

ବର୍ତ୍ତମାନ ନଜର ପକାଇବା ଓଡ଼ିଶାରେ କରୋନାର ସ୍ଥିତି ସମ୍ପର୍କରେ

ରାଜ୍ୟରେ ପ୍ରଥମ କରୋନା ପଜିଟିଭି ଚିହ୍ନଟ ହୋଇଥିଲା ଭୁବନେଶ୍ୱରରେ ମାର୍ଚ୍ଚ16ତାରିଖରେ ଇଟାଲୀ ଫେରନ୍ତାଙ୍କ ଠାରେ ଏହି ଭୁତାଣୁ ଚିହ୍ନଟ ହୋଇଥିଲା ଆଜି ଅର୍ଥାତ ଦୀର୍ଘ 4ମାସ, 4ସପ୍ତାହ 3ଦିନ ପରେ ସମସ୍ତ 30ଜିଲ୍ଲାରେ ନିଜର କାୟା ବିସ୍ତାର କରିସାରିଛି ଏହି ଭୁତାଣୁ ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 44ହଜାର193, ସକ୍ରିୟ ମାମଲା 13ହଜାର644, ସୁସ୍ଥଙ୍କ ସଂଖ୍ୟା 30ହଜାର 242ଥିବା ବେଳେ କରୋନା ଜନିତ ମୃତକଙ୍କ ସଂଖ୍ୟା 272 ଅନ୍ୟ କାରଣରୁ ମୃତ୍ୟୁବରଣ କରିଥିବା ସଂଖ୍ୟା 48ରହିଛି ରାଜ୍ୟରେ ଆକ୍ରାନ୍ତ ସୁସ୍ଥ ସମେତ ସୁସ୍ଥଙ୍କ ସଂଖ୍ୟାରେ ପ୍ରଥମରେ ଗଂଜାମ ଦ୍ଵିତୀୟରେ ଖୋର୍ଦ୍ଧା ଜିଲ୍ଲା ରହିଛି ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା 12633 ଥିବାବେଳେ ସୁସ୍ଥଙ୍କ ସଂଖ୍ୟା 10171 ଏବଂ ସକ୍ରିୟ ମାମଲା ମାତ୍ର 2329 ରହିଛି ଅପରପକ୍ଷେ ମୃତ୍ୟ ସଂଖ୍ୟା ରାଜ୍ୟରେ ସର୍ବାଧିକ 125ରେ ପହଞ୍ଚିଛି ସେହିଭଳି ତାଲିକାର ଦ୍ଵିତୀୟରେ ଥିବା ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 6103 ଥିବାବେଳେ 3020ଜଣ ସୁସ୍ଥ ହୋଇସାରିଥିବା ବେଳେ ସକ୍ରିୟ ମାମଲା 3041 ଏବଂ ମୃତକଙ୍କ ସଂଖ୍ୟା 33ରେ ପହଞ୍ଚିଛି ତେବେ ସବୁଠାରୁ ବଡ଼ କଥା ହେଉଛି ରାଜ୍ୟର କରୋନା ସଂକ୍ରାନ୍ତ ତାଲିକାରେ ବୌଦ୍ଧ, ନୂଆପଡା, ସୁବର୍ଣ୍ଣପୁର ଦେବଗଡ଼ ଜିଲ୍ଲା ତଳକୁ ରହିଛି ଏହି 4ଟି ଜିଲ୍ଲାରେ କେହି ଜଣେ ହେଲେ ମୃତ୍ୟୁ ବରଣ କରିନଥିବା ବେଳେ ଦେବଗଡ଼ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଏହି ଲେଖା ଲେଖାଯିବା ବେଳକୁ ତିନି ଅଙ୍କ ବା ଶହେ ମଧ୍ୟ ଛୁଇଁ ପାରିନାହିଁ ଯାହା ନିଶ୍ଚିତଭାବେ ଏକ ଭଲ ଖବର

ରାଜ୍ୟରେ ଯଦିଓ ମାର୍ଚ୍ଚ 16ତାରିଖରେ ପ୍ରଥମ ସଂକ୍ରମିତ ଚିହ୍ନଟ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ନିଜାମୁଦ୍ଦିନ ଲିଙ୍କ, ପଶ୍ଚିମବଙ୍ଗ ଲିଙ୍କ ପରେ ଦେଶର ବିଭିନ୍ନ ଦେଶରୁ ରାଜ୍ୟରୁ ଓଡିଶାକୁ ଫେରିଥିବା ପ୍ରବାସୀଙ୍କ ଯୋଗୁଁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି ଇତି ମଧ୍ୟରେ ରାଜ୍ୟକୁ ବିଭିନ୍ନ ମାର୍ଗରେ ପ୍ରାୟ 6ଲକ୍ଷରୁ ଅଧିକ ପ୍ରବାସୀ ଫେରିଥିବା ଜଣାପଡିଛି ସେଥିମଧ୍ୟରୁ ଜୁଲାଇ 7ତାରିଖ ସୁଦ୍ଧା 256ଟି ଟ୍ରେନ ଯୋଗେ 3ଲକ୍ଷ, 58ହଜାର 401 ଜଣ, ବିମାନ ଯୋଗେ 3227ଜଣ 23ହଜାର 459ଟି ଯାନବାହନ ଯୋଗେ 1ଲକ୍ଷ 94ହଜାର 125ଜଣ ଆସିଥିବା ବେଳେ ଜଳପଥରେ ମଧ୍ୟ କିଛି ପ୍ରବାସୀ ଫେରିଥିବା ଜଣାପଡିଛି

ରାଜ୍ୟରେ ସଂକ୍ରମଣକୁ ଆଶଙ୍କା କରି ରାଜ୍ୟ ସରକାରଙ୍କ ପକ୍ଷରୁ ଆଗୁଆ ତଥା ସତର୍କତାମୂଳକ ପଦକ୍ଷେପ ଭାବେ ସମସ୍ତ 30ଜିଲ୍ଲାରେ ମୋଟ 5577 ଶଯ୍ୟା ବିଶିଷ୍ଟ 35ଟି କୋଭିଡ ହସ୍ପିଟାଲ ସ୍ଥାପନ କରିବା ସହିତ ସେଥିରେ 312ଟି ଆଇସିୟୁର ବ୍ୟବସ୍ଥା କରିଛନ୍ତି

ରାଜ୍ୟରେ ମୋଟ ଆକ୍ରାନ୍ତ 44193ଙ୍କ ମଧ୍ୟରୁ ଶତକଡା 70.04ପ୍ରତିଶତ ଅର୍ଥାତ 31130ଜଣ ପୁରୁଷ ଥିବା ବେଳେ ଅବଶିଷ୍ଟ ଶତକଡା 29.06 ପ୍ରତିଶତ ମହିଳା ଥିବା ଜଣାପଡିଛି

ସେହିଭଳି ରାଜ୍ୟରେ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ 25426ଜଣ 15ବର୍ଷରୁ 40ବର୍ଷ ଅର୍ଥାତ ଯୁବ ବର୍ଗର, ତା ପରେ 13008 ଜଣ 41ବର୍ଷରୁ 60ବର୍ଷ ବୟସର ଅଛନ୍ତି ଏହା ବ୍ୟତୀତ 60ବର୍ଷ ଉର୍ଧ୍ୱରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 3284ଜଣ ଥିବା ବେଳେ ଜନ୍ମରୁ 14ବର୍ଷ ବୟସ ମଧ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2475 ରହିଛି

ରାଜ୍ୟରେ ନମୁନା ସଂଗ୍ରହ ପରୀକ୍ଷଣ ଉପରେ ଗୁରୁତ୍ୱ ଦେଇ ଦୈନିକ ଏହି ସଂଖ୍ୟାକୁ 15ହଜାରକୁ ବୃଦ୍ଧି କରାଯାଇଛି ଫଳରେ ସଂକ୍ରମିତଙ୍କ ସଂଖ୍ୟା ବଢିଛି ଯାହା ସ୍ୱାଭାବିକ ମଧ୍ୟ ଅବଶ୍ୟ ସୁସ୍ଥଙ୍କ ସଂଖ୍ୟା ଯଥେଷ୍ଟ ବଢିଥିବା ବେଳେ ମୃତ୍ୟୁହାର ଅନ୍ୟ ରାଜ୍ୟ ଠାରୁ ତୁଳନାତ୍ମକ ଭାବେ ଯଥେଷ୍ଟ କମ ଏହାକୁ ଯେକେହି ସ୍ୱୀକାର କରିବେ ନିଶ୍ଚୟ ସେପଟେ କରୋନାର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବିଶ୍ବସ୍ତରରେ କୌଣସି ଭ୍ୟାକ୍ସିନ ବାହାରିନଥିବା ବେଳେ ପ୍ଲାଜ୍ମା ଥେରାପିକୁ ଗୁରୁତ୍ୱ ଦିଆଯାଇଛି ଏଥିପାଇଁ ରାଜ୍ୟରେ 5ଟି ସ୍ଥାନରେ ପ୍ଲାଜ୍ମା ବ୍ୟାଙ୍କ ସ୍ଥାପନ ସହିତ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କୁ ସେମାନଙ୍କ ପ୍ଲାଜ୍ମା ଦାନ କରି ଅନ୍ୟ ଗୁରୁତରଙ୍କ ସୁସ୍ଥ ହେବାରେ ସହଯୋଗ କରିବାକୁ ଆହ୍ୱାନ ଦିଆଯାଇଛି ଫଳରେ ବହୁ ସଂଖ୍ୟକ ଉତ୍ସାହୀ ପରୋପକାରୀ ବ୍ୟକ୍ତି ବିଶେଷ ଆଗକୁ ଆସି ନିଜ ପ୍ଲାଜ୍ମା ଦାନ କରିବା ଫଳରେ ଅନେକ ଆରୋଗ୍ୟ ଲାଭ କରିସାରିଛନ୍ତି

ଏସବୁ ଥିଲା ତଥ୍ୟଭିତ୍ତିକ ଅନୁଶୀଳନ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ଏବେ ନିଜର କିଛି ଅନୁଭୂତି, ଲୋକଙ୍କ ଧାରଣା, ଡାକ୍ତରଙ୍କ ପରାମର୍ଶ ଲୋକଲୋଚନକୁ ଆସିପାରୁନଥିବା କିଛି ସମସ୍ୟା କୁହନ୍ତୁ ବା ଭୁଲ ଭଟକା ଅଥବା ପରିଚାଳନା ଗତ ତ୍ରୁଟି ଯାହା ଉପରେ ଦୃଷ୍ଟି ଦେଇ ସଚେତନ ହେବା ସମସ୍ୟାର ସମାଧାନ କରିବା ଦିଗରେ ପଦକ୍ଷେପ ନେଵାର ଆବଶ୍ୟକତା ରହିଛି ଆସନ୍ତୁ ଜାଣିବା…..

ରାଜ୍ୟରେ କରୋନା ଚିହ୍ନଟ ହେବାର ପ୍ରଥମ ଦିନରୁ ମୁଁ ନିଜେ ଭୁବନେଶ୍ୱରରେ ସବୁ ସତର୍କତା ଅବଲମ୍ବନ କରି ଗ୍ରାଉଣ୍ଡ ଜିରୋରୁ କାମ କରିଛି ସଂକ୍ରମିତଙ୍କ ସମେତ ସେମାନଙ୍କ ପରିବାର ବର୍ଗ, ଅଞ୍ଚଳବାସୀଙ୍କ ସମେତ ଏହି କାର୍ଯ୍ୟରେ ନିୟୋଜିତ କରୋନା ଯୋଦ୍ଧାଙ୍କ ସଂସ୍ପର୍ଶରେ ଆସିଛି କଣ୍ଟେନମେଣ୍ଟ ଯୋନ ହେଉ ଅଥବା ସିଲ ଅଞ୍ଚଳରେ ଲୋକଙ୍କ ମତାମତ ସଂଗ୍ରହ କରିବା ସହିତ ସେଠାରେ ପ୍ରଶାସନିକ ସ୍ତରରେ କିଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି ତାହାକୁ ମଧ୍ୟ ହୃଦୟଙ୍ଗମ କରିଛି ପରେ ନିଜେ ଆକ୍ରାନ୍ତ ହୋଇ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହୋଇ ଆରୋଗ୍ୟ ଲାଭ କରିଛି ଏଣୁ ବହୁତ କିଛି ମୋର ଅଙ୍ଗେନିଭା ଆଖିଦେଖା ଅନୁଭୂତି ହୋଇଛି

କରୋନା ଯେତେବେଳେ ଚୀନରେ ଆରମ୍ଭ ହୋଇଥିଲା ପରେ ଅନ୍ୟଦେଶକୁ ବ୍ୟାପିଥିଲା ସେହି ସମୟରେ ଆମଦେଶରେ ଏହାକୁ ଅବହେଳା ବା ଅଣଦେଖା କରାଯାଇଥିଲା କାରଣ ଭୁତାଣୁର ଭୟାବହତା ସମ୍ପର୍କରେ କେହି ଅବଗତ ନଥିଲେ ପରେ ଯେତେବେଳେ ଦେଶରେ ରାଜ୍ୟରେ ସଂକ୍ରମଣ ସହିତ ମୃତ୍ୟୁ ହେଲା ଚିନ୍ତା ବଢ଼ିଲା ଦୀର୍ଘ ମାସ ପରେ ମଧ୍ୟ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ବିକଶିତ ଦେଶରେ ମଧ୍ୟ କୌଣସି ଭ୍ୟାକ୍ସିନ ବାହାରି ନଥିବା ବର୍ତ୍ତମାନ ପରିସ୍ଥିତିରେ ସମସ୍ତଙ୍କ ଚିନ୍ତା ବଢାଇଛି କରୋନା ସଂକ୍ରମିତଙ୍କ ଠାରେ ଛିଙ୍କ, କାଶ, ଜ୍ୱର ଆଦିଭଳି ଲକ୍ଷଣ ଦେଖାଯାଉଥିବା କୁହାଯାଉଥିବା ବେଳେ ଆମ ଦେଶରେ ଏପରିକି ଆମ ରାଜ୍ୟରେ ଚିହ୍ନଟ ଅଧିକାଂଶ ରୋଗୀଙ୍କ କ୍ଷେତ୍ରରେ କୌଣସି ଲକ୍ଷଣ ଦେଖାଯାଇନଥିଲା ପରେ ଗବେଷଣାରୁ ଜଣା ପଡିଥିଲା ଓଡ଼ିଶାରେ 5ଟି ଭିନ୍ନ ଭିନ୍ନ ପ୍ରକାରର ଭୁତାଣୁ ଚିହ୍ନଟ କରାଗଲା ସଂକ୍ରମଣର ଦିଗ ବଦଳି ସହରାଂଚଳରୁ ଗ୍ରାମାଞ୍ଚଳ ବସ୍ତି ଅଞ୍ଚଳକୁ ଅଗ୍ରସର ହେଲା ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଲା ଫଳରେ ସଂକ୍ରମଣକୁ ରୋକିବା ଲାଗି ହେଉଥିବା ପରିଚାଳନାରେ ପରିବର୍ତ୍ତନ ଆଣିବାକୁ ବାଧ୍ୟହେଲେ କର୍ତ୍ତୃପକ୍ଷ ଟେଷ୍ଟିଂ ଉପରେ ଗୁରୁତ୍ୱ ଦେବା ପରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ ସୁସ୍ଥଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ପାଇଲା ତେବେ ପ୍ରାରମ୍ଭରେ କଣ୍ଟେନମେଣ୍ଟ ଅଂଚଳରେ ଲୋକଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇବାରେ ପ୍ରଶାସନ ବିଫଳ ହେବା ସହିତ ନମୁନା ସଂଗ୍ରହ ରିପୋର୍ଟକୁ ନେଇ ମଧ୍ୟ ଅଭିଯୋଗ ହୋଇଥିଲା ପରବର୍ତ୍ତି ସମୟରେ ସେଗୁଡିକର ସମାଧାନ କରାଯାଇଥିଲା ଦିନ ଗଡ଼ିବା ସହିତ ରୋଗୀ ଚିହ୍ନଟ ମୃତକଙ୍କ ସଂଖ୍ୟା ବଢିବା ଫଳରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହେଲା ଯେହେତୁ ମାସ୍କ ପିନ୍ଧିବା ସଂଗରୋଧରେ ରହିବା ବ୍ୟତୀତ ଏହାର କୌଣସି ନିର୍ଦ୍ଧିଷ୍ଟ ଚିକିତ୍ସା ବା ଔଷଧ ନାହିଁ ତେବେ କରୋନା ସଂକ୍ରମିତଙ୍କୁ ଭିଟାମିନ ସି, ଡି, ବି କଂପ୍ଲେକ୍ସ, କଫ ସିରପ, ଆଜିଥ୍ରୋମାଇସିନ ପରସିଟାମଲ ଭଳି ଆଣ୍ଟିବାୟୋଟିକ ସେବନ କରିବାକୁ ଦିଆଯାଇ ଚିକିତ୍ସା କରାଯାଉଛି ଏହା ବ୍ୟତୀତ କେତେକ ରୋଗୀଙ୍କ କ୍ଷେତ୍ରରେ ଷ୍ଟେରାଇଡ଼ ଇଂଜେକସନ ମଧ୍ୟ ଦିଆଯାଉଛି ଯାହା ମୁଁ ନେଇଛି ଏପରିକି 8ଦିନର ହସ୍ପିଟାଲରେ ରହଣି ମଧ୍ୟରେ ଅନ୍ୟୁନ 40ଟି ବିଭିନ୍ନ ପ୍ରକାର ଇଂଜେକସନ ନେଇଛି ହଁ ରୋଗୀଙ୍କ ଠାରୁ ରୋଗୀଙ୍କ ମଧ୍ୟରେ ଏଭଳି ଚିକିତ୍ସାରେ ପାର୍ଥକ୍ୟ ଥିବା ମୁଁ ଅନୁଭବ କରିଛି, କାରଣ ମୋ ପରିବାରର ଅନ୍ୟ ସଦସ୍ୟଙ୍କ ଚିକିତ୍ସାରେ ଏହି ପାର୍ଥକ୍ୟ ଦେଖିବାକୁ ମିଳିଛି ରୋଗୀଙ୍କୁ ଚିହ୍ନଟ ଠାରୁ ଡକ୍ଟରଖାନାରୁ ସୁସ୍ଥ ହୋଇ ଘରକୁ ଫେରିବା ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଥିବାରୁ ରୋଗୀଙ୍କୁ ଚିକିତ୍ସା ପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡେନାହିଁ ଯାହା ସମଗ୍ର ଦେଶରେ ଅନ୍ୟ କୌଣସି ରାଜ୍ୟରେ ଦେଖିବାକୁ ମିଳେନାହିଁ ଡକ୍ଟରଖାନାରେ ଦୁଇ ଓଳା ଟିଫିନ ସହିତ ଲଞ୍ଚ ଡିନର ସାଙ୍ଗକୁ ସପ୍ତାହରେ 3ଦିନ ଆମିଷ ତରକାରୀର ବ୍ୟବସ୍ଥା ରହିଛି ପ୍ରାୟତଃ ରୋଗୀଙ୍କର ଲକ୍ଷଣକୁ ଆଧାର କରି ଛାତିର ଏକ୍ସରେ ବାହାର କରାଯାଉଛି ସବୁଠାରୁ ଉପାଦେୟ ପରାମର୍ଶ ହେବ, ଅକ୍ସିମିଟର ସାଙ୍ଗରେ ରଖି ରକ୍ତର ଅକ୍ସିଜେନର ମାତ୍ରା ମାପନ୍ତୁ ଆଉ 93ରୁ କମିବାକୁ ଦିଅନ୍ତୁ ନାହିଁ, ଯଦି କମେ ଡାକ୍ତରଙ୍କୁ ଯୋଗାଯୋଗ କରନ୍ତୁ ସେହିଭଳି ସଂକ୍ରମିତ ବ୍ୟକ୍ତି ଚିତ ବା ଛାତି ଉପରକୁ କରି ନଶୋଇ ବରଂ ଯେକୌଣସି କଡ଼ ଲେଉଟାଇ ବା ମୁହଁ ମାଡିଶୋଇଲେ ଭଲ ନଚେତ ନିଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହୋଇପାରେ ହଁ କିଛି କୋଭିଡ ହସ୍ପିଟାଲରେ ଖାଦ୍ୟର ମାନ ପରିମାଣ ସହିତ ସମାୟାନୁବର୍ତିତାକୁ ନେଇ ଉଠିଥିବା ଅଭିଯୋଗର ମଧ୍ୟ କିଛିକାଂଶରେ ସତ୍ୟତା ରହିଛି କାରଣ ସମ୍ପୃକ୍ତ ହସ୍ପିଟାଲରେ ଖାଦ୍ୟ ଯୋଗାଣ ବାହାରର ଠିକା ସଂସ୍ଥାକୁ ଦିଆଯାଇଥିବା ବେଳେ ନିୟମିତ ବ୍ୟବଧାନରେ ତଦାରଖ ହେଉନଥିବା ମୁଖ୍ୟ କାରଣ ବୋଲି ଜଣାପଡିଛି ଡାକ୍ତରଖାନାରେ ଆବଶ୍ୟକ ଯନ୍ତ୍ରପାତି ଅର୍ଥାତ ଭେଣ୍ଟିଲେଟର ଆଇସିୟୁର ବ୍ୟବସ୍ଥା ଥିଲେ ହେଁ ଲୋକବଳର ଅଭାବ ନିଶ୍ଚୟ ରହିଛି ଯାହାର ତୁରନ୍ତ ସମାଧାନ ଜରୁରୀ ଅପରପକ୍ଷେ ଲୋକଙ୍କ ମାନସିକତାରେ ମଧ୍ୟ କିଛି ଅଭାବ ରହିଛି ଯାହାର ପରିବର୍ତ୍ତନ ଦରକାର ଯେମିତି ଅକ୍ସିଜେନର ଅଭାବ କଥା କୁହାଯାଉଛି ସେମିତି କିଛି ନାହିଁ କାରଣ ସମସ୍ତ ରୋଗୀଙ୍କୁ ଅକସିଜେନର ବା ଭେଣ୍ଟିଲେଟର ଆବଶ୍ୟକତା ନାହିଁ ଯେଉଁ ରୋଗୀ ଆଇସିୟୁରେ ଭର୍ତ୍ତି ହୁଅନ୍ତି ବା  ଯାହାର ଅକସିଜେନ ସ୍ତର ହ୍ରାସ ହୁଏ ସେମାନଙ୍କୁ ହିଁ ଦରକାର ସେହିଭଳି କରୋନାକୁ ନେଇ ଯେଭଳି ଭାବେ ପ୍ରଚାର ପ୍ରସାର ହୋଇଛି ଲୋକଙ୍କ ମନରେ ଏହାଏକ ବଡ଼ ବା ଭୟଙ୍କର ରୋଗ ବୋଲି ଭାବିନେଇଛନ୍ତି ଏବଂ ଏତେବଡ଼ ରୋଗର ସେମିତି କିଛି ବଡଧରଣର ବା ଆଶାନୁରୂପ ଚିକିତ୍ସା ହେଉନଥିବାରୁ ଏହାକୁ ନେଇ ଭିନ୍ନ ଭିନ୍ନ ଅଭିଯୋଗ ମଧ୍ୟ ହେଉଛି ଯାହା ସ୍ୱାଭାବିକ ମଧ୍ୟ  ଅନେକ ଲୋକ ଘରେ ରହି ଆରୋଗ୍ୟ ଲାଭ କରୁଥିବା ବେଳେ ଲୋକଙ୍କ ମନରେ ଚିକିତ୍ସାକୁ ନେଇ ଉଠୁଥିବା ପ୍ରଶ୍ନ ସନ୍ଦେହରେ ଇନ୍ଧନ ଯୋଗାଇବାରେ ପରୋକ୍ଷରେ ସହାୟକ ହେଉଥିବା ଦେଖିବାକୁ ମିଳୁଛି ତେବେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଯଦିଓ ନମୁନା ସଂଗ୍ରହ କରାଯାଉଛି ଉଭୟ (ସ୍ୱାବ ରକ୍ତ) ସେଠାରେ ରୋଗୀଙ୍କୁ କୌଣସି ପ୍ରକାରର ଅର୍ଥାତ ପଜିଟିଭି ବା ନେଗେଟିଭ ରିପୋର୍ଟ ଦିଆଯାଉନଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ସହିତ ସନ୍ଦେହ ସୃଷ୍ଟି ହୋଇଛି ସେପଟେ ବଡ଼ବଡ଼ିଆଙ୍କୁ ବା ସେଲିବ୍ରିଟିଙ୍କୁ ଡକ୍ଟରଖାନାରୁ ଡିସଚାର୍ଜ ସମୟରେ ନେଗେଟିଭ ରିପୋର୍ଟ ମିଳୁଥିବା କୁହାଯାଉଥିବା ବେଳେ ସାଧାରଣ ଲୋକଙ୍କ କ୍ଷେତ୍ରରେ ଏଥିରେ ବ୍ୟତିକ୍ରମ ଘଟୁଥିବାରୁ ଚିକିତ୍ସାକୁ ନେଇ ଲୋକେ ପ୍ରଶ୍ନ ଉଠାଉଛନ୍ତି ଅନେକ ଡାକ୍ତରଖାନାରେ ଡାକ୍ତର ରୋଗୀଙ୍କ ନିକଟକୁ ଅସୁନଥିବା ବେଳେ ଅନେକ ସ୍ଥାନରେ ଯଦିଓ ରୋଗୀଙ୍କ ପାଖକୁ ଆସୁଛନ୍ତି ହେଲେ ରୋଗୀଙ୍କ ଛାତିରେ ଷ୍ଟେଥୋ ଦେଇ ସାମାନ୍ୟତମ ପରୀକ୍ଷା କରୁନଥିବା ଦେଖିବାକୁ ମିଳିଛି ଏଥିରୁ କରୋନାକୁ ନେଇ ଲୋକଙ୍କ ଭିତରେ କାହିଁକି ଡାକ୍ତରଙ୍କ ମଧ୍ୟରେ ମଧ୍ୟ କୋଉଠି ନା କୋଉଠି ଭୟ ଥିବା ପରିଲକ୍ଷିତ ହେଉଛି ଅବଶ୍ୟ ରୋଗୀଙ୍କ ସଂସ୍ପର୍ଶରେ ଆସି ଅନେକ ଡାକ୍ତର ସ୍ୱାସ୍ଥ୍ୟକର୍ମୀ ଆକ୍ରାନ୍ତ ହେବା ସହ ମୃତ୍ୟୁ ବରଣ ମଧ୍ୟ କରିଛନ୍ତି  ସେହିଭଳି ଟେଷ୍ଟ ରିପୋର୍ଟରେ ଭୁଲଭଟକା, ଗୋଟିଏ ରୋଗୀର ରିପୋର୍ଟ ଅନ୍ୟରୋଗୀକୁ ଦେବା ବିନା ଟେଷ୍ଟରେ ଲୋକଙ୍କୁ କୋଭିଡ ହସ୍ପିଟାଲକୁ ପଠାଯିବା ଭଳି ଅଭିଯୋଗର ମଧ୍ୟ ଅନେକ ନଜିର ରହିଛି ଏହି ପରିପ୍ରେକ୍ଷୀରେ କାହା ବିରୁଦ୍ଧରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ମଧ୍ୟ ଲୋକଙ୍କ ଅସନ୍ତୋଷକୁ ବୃଦ୍ଧି କରିବାରେ ସହାୟକ ହୋଇଛି ରାଜ୍ୟର ବିଭିନ୍ନ ସ୍ଥାନରେ ସଂକ୍ରମିତ ଚିହ୍ନଟ ହେବା ପରେ ସଂପୃକ୍ତ ବ୍ୟକ୍ତି ଆଉ କାହାକାହା ସଂସ୍ପର୍ଶରେ ଆସିଛନ୍ତି ବା କାହା ଦ୍ୱାରା ସଂକ୍ରମିତ ହେଲେ ଜାଣିବା ପାଇଁ contact stressing କରାଯାଉନଥିବା ଯୋଗୁଁ ସଂକ୍ରମଣ ବଢୁଥିବା ଅନୁମାନ କରାଯାଉଛି ଏଭଳି କିଛି ସମସ୍ୟାର ତୁରନ୍ତ ସମାଧାନ ସହିତ ଯେଭଳି ପୁନରାବୃତ୍ତି ନହୁଏ ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଜରୁରୀ

ଏହି ଭୁତାଣୁର ହାର୍ଡନେସ ଯେମିତି ଅନୁମାନ କରାଯାଉଥିଲା ତାହାଠାରୁ ଯଥେଷ୍ଟ ଗୌଣ ଏଣୁ ଭୟ କରିବାର କିଛି ନାହିଁ ଦେଶରେ ରାଜ୍ୟରେ ସୁସ୍ଥହାର ବୃଦ୍ଧି ପାଉଥିବା ଏକ ଶୁଭ ସଂକେତ ହୋଇଥିବା ବେଳେ ମୃତ୍ୟୁହାର ଖୁବକମ ତେବେ ଆମକୁ ଆଗକୁ ଦୀର୍ଘଦିନ ପର୍ଯ୍ୟନ୍ତ ମାସ୍କ ପିନ୍ଧିବା ସାଙ୍ଗକୁ ସଂଗରୋଧରେ ରହିବାକୁ ହେବ ପୂର୍ବରୁ ମାର୍ଷ ନାମକ ଆଉ ଏକ ଭୁତାଣୁ ମିଡିଲ ଇଷ୍ଟ ଦେଶରେ ସୀମିତ ଥିଲା ପରେ ଲୋପ ପାଇଯାଇଥିଲା କରୋନା ଭୁତାଣୁ ଦ୍ୱାରା ସଂକ୍ରମଣ ବ୍ୟକ୍ତି ସୁସ୍ଥ ହେବା ପରେ ପୁଣି ସଂକ୍ରମଣର ସମ୍ଭାବନା ଥିବା ନେଇ ଡାକ୍ତରମାନେ ମତ ରଖୁଛନ୍ତି କାରଣ ଓଡ଼ିଶାରେ ଚିହ୍ନଟ 5ପ୍ରକାରର ଭୁତଣୁଙ୍କ ମଧ୍ୟରୁ ଯଦି ଜଣେ ବ୍ୟକ୍ତି ଗୋଟିଏ ଭୁତାଣୁ ଦ୍ୱାରା ସଂକ୍ରମିତ ତେବେ ଅବଶିଷ୍ଟ 4ଟି ଭୁତାଣୁ ଦ୍ୱାରା ଏହା ସମ୍ଭବ ବୋଲି କହିଛନ୍ତି ସେହିଭଳି ଆରୋଗ୍ୟ ଲାଭ କରୁଥିବା ବ୍ୟକ୍ତିଙ୍କ ଶରୀରରେ ସୃଷ୍ଟି ହେଉଥିବା ଅଣ୍ଟିବଡିର କ୍ଷମତା ବା ଅବଧି ମାତ୍ର 3ରୁ4 ମାସ ବୋଲି କୁହାଯାଉଛି ଏଣୁ ଏସବୁକୁ ଦୃଷ୍ଟିରେ ରଖି ନିଜେ ସଚେତନ ରହିବା ସହିତ ଅନ୍ୟକୁ ସଚେତନ କରିବା କୋଭିଡ19 କଟକଣାକୁ ଅନୁପାଳନ କରିବା ଦ୍ଵାରା ହିଁ ଆମେ କରୋନାକୁ ହରାଇପାରିବା ଆମେ ଜିତିବା ତେବେ ସବୁଠାରୁ ବଡ ପରାମର୍ଶ ହେବ ଯେକୌଣସି ବ୍ୟକ୍ତି ନିଜ ମନୋବଳ ଦୃଢ କରିବାକୁ ହେବ ତାହାହେଲେ କରୋନା କିଛି ବି କରିପାରିବ ନାହିଁ