ଗୀତିକାର ଦୁର୍ଗାମାଧବ ପଣ୍ଡାଙ୍କୁ ସମ୍ବଲପୁରଠାରେ ନାଗରିକ ସମ୍ବର୍ଦ୍ଧନା

DURGA-PANDA

ବ୍ୟୁରୋ ଓଡିଶା ବାର୍ତ୍ତା

[] କବି ଗୀତିକାର ସତ୍ତା ଏକତ୍ର କ୍ବଚିତ୍ରହିଥାଏ

[] କବି ଗୀତିକାର ଙ୍କ ସରକାରୀ ସ୍ବୀକୃତି ଅଂଚଳର ସଂଗୀତର ସ୍ବୀକୃତି

ସମ୍ବଲପୁର::ଓଡ଼ିଶାର ମୂଖ୍ୟମନ୍ତ୍ରୀ ଙ୍କ ଠାରୁ ୨୦୨୪ ବର୍ଷ ପାଇଁ ରାଜ୍ୟସ୍ତରୀୟ ଶ୍ରେଷ୍ଠ ଗୀତିକାର ସମ୍ମାନ ପାଇଥିବା ସୁନ୍ଦରଗଡ଼ ନିବାସୀ ବିଶିଷ୍ଟ ଗୀତିକାର କବି ଦୁର୍ଗାମାଧବ ପଣ୍ଡା ଙ୍କୁ ସମ୍ବଲପୁରଠାରେ ଉଛ୍ଛ୍ବସିତ ନାଗରିକ ସମ୍ମାନ ଦିଆଯାଇଛି ଅଏଁଠାପାଲି ସ୍ଥିତ ଏକ ହୋଟେଲ୍ରେ ସମ୍ବଲପୁର ସାଂସ୍କୃତିକ ପରିଷଦ,’ ଙ୍ଗ ଫରୁଆନୃତ୍ୟାନୁଷ୍ଠାନ କଳାକାର ସମୂହ ପକ୍ଷରୁ ଆୟୋଜିତ ଏହି ଭବ୍ୟ ସମ୍ବର୍ଦ୍ଧନା ସମାରୋହରେ ଶ୍ରୀଯୁକ୍ତ ପଣ୍ଡାଙ୍କୁ ପୁଷ୍ପଗୁଛ୍ଛ,ଉପଢ଼ୌକନ,ଉପହାର ସହ ବିଭିନ୍ନ ଅନୁଷ୍ଠନ ତଥା ବ୍ୟକ୍ତି ବିଶେଷ ଏହି ସମ୍ମାନ ଜଣାଇଥିଲେ ସମ୍ବଲପୁରରେ ଜନ୍ମିତ ସୁନ୍ଦରଗଡ଼ରେ ବାସ କରୁଥିବା ବିଶିଷ୍ଟ କବି ଗୀତିକାର ଏହି ସମ୍ବର୍ଦ୍ଧନା ଉତ୍ତରରେ କହିଥିଲେଯେ ପଶ୍ଚିମାଂଚଳର ହୋଇ ଓଡ଼ିଶାର ସିନେମା ଜଗତରେ ଶ୍ରେଷ୍ଠ ଗୀତିକାର ଭାବେ ବିବେଚିତ ହେବାର ଯାତ୍ରା ଅତି ପ୍ରତିସ୍ଫର୍ଦ୍ଧାପୂର୍ଣ ରହିଥିଲା ମାତୃଭାଷା ସମ୍ବଲପୁରୀ ହୋଇଥିବା ସତ୍ତ୍ବେ ଓଡ଼ିଆରେ ଗୀତିକବିତା ଲେଖିବା ଅଭ୍ୟାସ କରି ଆକାଶବାଣୀ ସମ୍ବଲପୁରରୁ ଏହି ଯାତ୍ରା ଆରମ୍ଭ ହୋଇଥିବା କଥା ସେ ପ୍ରକାଶ କରିଥିଲେ କବିତା,ଗୀତ,ସଂଗୀତ ସାଧନା ନାନ୍ଦନିକ ଶ୍ରେଣୀଭୁକ୍ତ ଏହା ଏକ ଅତୀବ ସମ୍ବେଦନଶୀଳ ହୃଦୟ ଆବଶ୍ୟକ କରିଥାଏ ଭାବରୁ ଲେଖିବା ସମସ୍ତେ ହୁଏତ କରିପାରନ୍ତି ମାତ୍ର ଧୂନ୍ବା ମିଟର୍ବା ସ୍ବର ଅନୂଯାୟୀ ଲେଖିବା ଏକ ଉଚ୍ଚତର କସରତ୍ନିଶ୍ଚୟ ସାଙ୍ଗୀତିକତା କେବଳ ଅକ୍ଷର ସଂଯୋଜନା ନୁହେଁ ଏଥି ପାଇଁ ଉଭୟ କଣ୍ଠ ଯନ୍ତ୍ର ସଂଗୀତର ସମନ୍ବୟ ଦରକାର ହୋଇଥାଏ

 ସମ୍ବର୍ଦ୍ଧନା ସମାରୋହକୁ ସଂଚାଳନ କରି ସଂସ୍କୃତି ଗବେଷକ . ସପନ ମିଶ୍ର କହିଲେ,ପଶ୍ଚିମାଂଚଳ ସଦା ସର୍ବଦା ଗୀତ,କବିତା,ସଂଗୀତ,ସାହିତ୍ୟ ବୟନ ପାଇଁ ଏକ ଉର୍ବର ଭୂଖଣ୍ଡ ଭୀମ ଭୋଇ,ଗଙ୍ଗାଧର ଙ୍କ ଠାରୁ ଆରମ୍ଭ କରି ଳଧର,ମିତ୍ରଭାନୁ,ଜିତେନ୍ଦ୍ର ହରିପାଲ୍‌,କ୍ରୀଷ୍ଣା ପଟେଲ୍‌,ନରସିଂହ ପ୍ରସାଦ ଗୁରୁଙ୍କ ପର୍ଯ୍ୟନ୍ତ ଏହି ଧାରା ବୋହି ଆସିଛି ଏହି କ୍ରମରେ ଗୀତିକାର ଦୁର୍ଗାମାଧବ ପଣ୍ଡା ଆମ ଅଂଚଳର ଗୌରବ ବଢ଼ାଇଛନ୍ତି ବର୍ଷିୟାନ ସାହିତ୍ୟିକ . ଶ୍ୟାମସୁନ୍ଦର ଧର ଛନ୍ଦାଶ୍ରୟୀ ଦରଦୀ ଅଭିବ୍ୟକ୍ତି ପାଇଁ ଆଜି କବି ଦୁର୍ଗାମାଧବ ନିଜକୁ ଗୀତିକବିଙ୍କ ଗହଣରେ ଆଗ ଧାଡ଼ିରେ ରଖିପାରିଛନ୍ତି ବୋଲି କହିଥିଲେ

ପଦ୍ମଶ୍ରୀ . ଜିତେନ୍ଦ୍ର ହରିପାଲ ଗୀତିକାର ଦୁର୍ଗାମାଧବ ଙ୍କଗାଏବାର୍ଲାଗି ମୁଇଁ ଜନମ୍ହେଇଥିଲି,ଗାଇ ଗାଇ ଯିମି ମରି…” ଗୀତକୁ ଗାଇ ନିଜର ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେରଙ୍ଗ୍ଫରୁଆଅନୁଷ୍ଠାନର ଅଧ୍ୟକ୍ଷ ଗୁରୁ ଦୁର୍ଗା ପ୍ରସାଦ ଦାଶ ଓଡ଼ିଆ ସିନେ ଜଗତର ସର୍ବଶ୍ରେଷ୍ଠ ଗୀତିକର୨୦୨୪ ଭାବରେ ମୂଖ୍ୟମନ୍ତ୍ରୀଙ୍କ ଦ୍ବାରା ଶ୍ରୀ ପଣ୍ଡା ସମ୍ମାନିତ ହୋଇ ଅଂଚଳ ପାଇଁ ନୁଆଁ ଇତିହାସ ସୃଷ୍ଟି କରିଛନ୍ତି ବୋଲି କହିଥିଲେ ସମ୍ବଲପୁର ସାଂସ୍କୃତିକ ପରିଷଦର ଉପଦେଷ୍ଟା ଶ୍ରୀମତି ପାର୍ବତୀ ସେଠ ଏହି ସମ୍ମାନ ଆମ ଅଂଚଳର ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଥିଲେ ବିଶିଷ୍ଟ ସଂଗୀତ ନିର୍ଦ୍ଧେଶକ ପ୍ରଫୁଲ୍ଲ ମିତ୍ର ଲୋକଙ୍କ ସମ୍ମାନ ପରେ ରାଜକୀୟ ସମ୍ମାନ ମିଳେ ବୋଲି ମତ ଦେଇଥିଲେ ବିଶିଷ୍ଟ ଗାୟକ ବିଭୂତିଭୂଷଣ ପଟ୍ଟନାୟକ ଶ୍ରୀ ପଣ୍ଡା ଆକାଶବାଣୀ ସମ୍ବଲପୁରଠାରେ ଗୀତିକାର ଭାବରେ ଆବେଦନ କରିବା ଦିନଠୁ ଦିନେ ଜଣେ ପ୍ରସିଦ୍ଧ ଗୀତିକାର ହେଇ ପାରିବେ ବୋଲି ଜାଣିଥିଲେ ବୋଲି ପ୍ରକାଶ କରିଥିଲେ ଗୀତିକାର ଯତୀନ୍ଦ୍ର ପ୍ରଧାନ ଶ୍ରୀ ପଣ୍ଡାଙ୍କ ଗୀତରେ ବୈଜ୍ଞାନିକତା,ନାନ୍ଦନିକତା ସାଂଗୀତିକତାକୁ ଦୃଷ୍ଟାନ୍ତ ଦେଇ ବ୍ୟାଖ୍ୟା କରିଥିଲେ ଗାୟକ ବିତ୍ତୀୟ ପ୍ରଶାସକ ତୁଲାରାମ କଲେତ୍ସମ୍ବର୍ଦ୍ଧନା ଜଣାଇବା ସହ  ଗୀତିକାରମାନଙ୍କ ସଂଗଠନ ଆଗାମୀ ଦିନରେ ଆହୁରି ମଜବୁତ ହେବ ବୋଲି କହିଥିଲେ ସିନେ ମଂଚ କଳାକାର ସୌମେନ୍ଦ୍ର ପୂଝାରୀ କବି ଦୁର୍ଗାମାଧବଙ୍କ ଗୀତିମୟ ପ୍ରତିଭାକୁ ସିନେ ଜଗତ ଚିହ୍ନି ପାରି ଥିବାରୁ ଆନନ୍ଦ ପ୍ରକାଶ କରିଥିଲେ

ଗୀତିକାର ଶିବଶଙ୍କର ପ୍ରଧାନ ଏହି ସମ୍ମାନ ଆମ ସମସ୍ତ ଗୀତିକାର ଙ୍କର ବୋଲି ମତ ଦେଇଥିଲେ ସମାଜସେବୀ ନିହାଲ୍ସିଂ ଆମ ଅଂଚଳର ଳାକାରମାନ ଙ୍କୁ ଉଚିତ୍ସମୟରେ ପଦ୍ମଶ୍ରୀ ପୁରସ୍କାର ପାଇଁ ଆମେ ଯତ୍ନବାନ ହେବା କଥା ବୋଲି କହିଥିଲେମଂଚ ନାୟକଅନୁଷ୍ଠାନ ତରଫରୁ ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀର ସଦସ୍ୟ ପ୍ରଦୀପ ପଣ୍ଡା ସମ୍ବର୍ଦ୍ଧନା ଜ୍ଞାପନ କରି ଗୀତିକବିତାରେ ଦୁଇତିନି ଘଣ୍ଟାର ବାର୍ତ୍ତାକୁ ଦୁଇ ଧାଡ଼ିରେ ବ୍ୟକ୍ତ କରି ହୁଏ କବି ଦୁର୍ଗାମାଧବ ଜଣେ ହୃଦୟବାନ୍ଗୀତିକାର ବୋଲି ଆଖ୍ୟାୟିତ କରିଥିଲେ ଆକାଶବାଣୀ ସମ୍ବଲପୁରର ପୂର୍ବତନ କାର୍ଯ୍ୟକର୍ତ୍ତା ସଂଗୀତ ସଂଯୋଜକ ବିଜୟ ବେହେରୀ କବିଙ୍କ ସହ ସଂଗୀତ ସଂଯୋଜନାର ଯାତ୍ରା ବିଷୟରେ ସ୍ମୃତି ଚାରଣ କରି ଏହି ସମ୍ମାନ ପାଇଁ ନିଜର ଆନନ୍ଦାଭିବ୍ୟକ୍ତି କରିଥିଲେ ସମାଜସେବୀ ସମ୍ବଲପୁର ସାଂସ୍କୃତିକ ପରିଷଦର ଉପଦେଷ୍ଟା ଭକ୍ତପ୍ରାସାଦ ନନ୍ଦ ପ୍ରଶଂସକ ବିନା ଗୀତିକାର ଗାୟକ ଅଧୁରା ବୋଲି ମତ ଦେଇଥିଲେ ଗୀତିକାର କମଳ ଲୋଚନ ପଣ୍ଡା ସମ୍ବର୍ଦ୍ଧିତ ପ୍ରତିଭାଙ୍କ ଉଦ୍ଧେଶ୍ୟରେ ଗୀତ ଆବୃତ୍ତି କରିଥିଲେ କବି . ସୁଶୀଲ କୁମାର ବେହେରା କବି ଗୀତିକାରମାନଙ୍କ ପାଇଁ ଏହି ସମ୍ମାନ ପ୍ରୋତ୍ସାହିତ କରିବ ବୋଲି ମତ ଦେଇଥିଲେ

 କଳା ସଂଗଠକ ଅଶୋକ ପଟ୍ଟନାୟକ କବି ଦୁର୍ଗାମାଧବଙ୍କ ସହ ସଂପର୍କର ସ୍ମତି ଚାରଣ କରି ଏହି ଅବସରରେ ନିଜର ଖୁସି ଜାହିର କରିଥିଲେ ଗାୟିକା ମଧୂମିତା ନାଏକ ଗୀତିକାର ଙ୍କର ଗୀତ ଗାଇ ସମସ୍ତଙ୍କୁ ମନ୍ତ୍ରମୁଗ୍ କରିଦେଇଥିଲେ ଶେଷରେ ସମ୍ବଲପୁର ସାଂସ୍କୃତିକ ପରିଷଦ ତର ଫରୁ ସାଧକ ଶ୍ରୀ ସଦାନନ୍ଦ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ମଂଚ ଅଭିନେତା ସଂଜୀବ କୁମାର ପାଢ଼ୀ,କାର୍ତ୍ତିକ ନାଏକ,କୁନା ଚୌହାନ,ପ୍ରକାଶ ରାଜ ପେରା,ଚୁଡ଼ାମଣି ଭୀମ,ମଧୁସୂଦନ ଗର୍ଡ଼ିଆ,ପ୍ରମୂଖ ଏହି ଅବସରରେ ଉପସ୍ଥିତ ଥିଲେ