ରାଜ୍ୟ ପୋଲିସ ମୁଖ୍ୟାଳୟ ଠାରେ ତଟବର୍ତ୍ତୀ ସୁରକ୍ଷାସମ୍ପର୍କିତ ଉଚ୍ଚସ୍ତରୀୟବୈଠକଅନୁଷ୍ଠିତ

COSTGUARD

 ଓଡିଶା ବାର୍ତ୍ତା

ଭୁବନେଶ୍ୱର,(୨୩ଡିସେମ୍ବର୨୦୨୫):ରାଜ୍ୟପୋଲିସମୁଖ୍ୟାଳୟଠାରେଚତୁର୍ଥତଟବର୍ତ୍ତୀସୁରକ୍ଷାସମୟସମିତିସମ୍ପର୍କିତଏକଉଚ୍ଚସ୍ତରୀୟବୈଠକଅନୁଷ୍ଠିତହୋଇଯାଇଛି।ରାଜ୍ୟଆରକ୍ଷୀମହାନିର୍ଦ୍ଦେଶକଶ୍ରୀଯୋଗେଶବାହାଦୁରଖୁରାନିଆଙ୍କନିର୍ଦେଶକ୍ରମେଆରକ୍ଷୀମହାନିର୍ଦ୍ଦେଶକ( କ୍ରାଇମବ୍ରାଞ୍ଚ) ଶ୍ରୀବିନୟତୋଷମିଶ୍ରଏହିବୈଠକରେଅଧ୍ୟକ୍ଷତାକରିଥିଲେ।  ଉକ୍ତ  ବୈଠକରେରାଜ୍ୟରେବହୁପ୍ରତିଷ୍ଠିତ  ତୈଳଓଗ୍ୟାସକମ୍ପାନିରବରିଷ୍ଠପଦାଧିକାରୀଙ୍କ  ସହ  ସୁରକ୍ଷାସମ୍ପର୍କିତବିଭିନ୍ନପ୍ରସଙ୍ଗରେବିସ୍ତୃତଭାବେଆଲୋଚନାହୋଇଥିଲା।ଓଡ଼ିଶାପୋଲିସଏବଂତୈଳକମ୍ପାନୀଗୁଡ଼ିକମଧ୍ୟରେଉପଯୁକ୍ତସହଯୋଗଓ  ସମନ୍ୱୟସମ୍ପର୍କରେବୈଠକରେ  ମତପ୍ରକାଶପାଇଥିଲା।  

ଓଡ଼ିଶାର ପାରାଦୀପ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପେଟ୍ରୋଲିୟମ ସଂରକ୍ଷଣ ଏବଂ ପରିବହନ ଭିତ୍ତିଭୂମି ସହ ବହୁ ଗୁରୁତ୍ଵପୂର୍ଣ୍ଣ ପ୍ରତିଷ୍ଠାନ  ରହିଛି ଏହା ବ୍ୟତୀତ  ବିଭିନ୍ନ କମ୍ପାନୀର ପାଇପଲାଇନଗୁଡ଼ିକ ଓଡ଼ିଶାର ବିଭିନ୍ନ  ଜିଲ୍ଲା ମଧ୍ୟ ଦେଇ ଗତି କରୁଥିବା ବେଳେ  ଅନ୍ୟ ରାଜ୍ୟକୁ ମଧ୍ୟ ପେଟ୍ରୋଲିୟମ ଯୋଗାଣ କରାଯାଉଛି ଏହାକୁ ଦୃଷ୍ଟିରେ ରଖି ତୈଳ କମ୍ପାନି ଗୁଡିକର ସୁରକ୍ଷା ପରିବହନ ବ୍ୟବସ୍ଥା ସଂକ୍ରାନ୍ତରେ  ବୈଠକରେ ଆଲୋଚନା ହୋଇଥିଲା    

ବୈଠକରେ ତୈଳ କମ୍ପାନିଗୁଡିକର ମାର୍ଗଦର୍ଶୀକାକୁ ଅନୁପାଳନ କରିବା, କମ୍ପାନିର ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା, ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ କଡା କର୍ଜୟାନୁଷ୍ଠାନ , ଅସାମାଜିକ ବ୍ୟକ୍ତିଙ୍କ ଦ୍ଵାରା ଡ୍ରୋନର ଅପବ୍ୟବହାର ରୋକିବାକୁ ବିହିତ ପଦକ୍ଷେପ, ତୈଳ ଚୋରି ରୋକିବା, ପାଇପଲାଇନ ଭାଙ୍ଗିବା, ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣ ପରିସ୍ଥିତିପେଟ୍ରୋଲିୟମ ଭିତ୍ତିଭୂମିର ବୈଷୟିକ ଦିଗ, ପାଇପଲାଇନପାସ କରୁଥିବା ଗ୍ରାମଗୁଡ଼ିକରେ ସଚେତନତା କାର୍ଯ୍ୟକ୍ରମ, ପାଇପଲାଇନ ନିକଟରେ ଜବରଦଖଲ ଏବଂ ଅସୁରକ୍ଷିତ କାର୍ଯ୍ୟକଳାପ, ଚୋରି ଏବଂ ଅନ୍ୟାନ୍ୟ ସଙ୍ଗିନ ମାମଲାର ବୃତ୍ତିଗତ ତଦନ୍ତ, ପାଇପଲାଇନ ସମ୍ବନ୍ଧୀୟ ଅପରାଧଗୁଡ଼ିକୁ ପ୍ରାଥମିକତା ଦେବାକୁ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା

ଏହି ଅବସରରେ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ମିଶ୍ର ତୈଳ କମ୍ପାନିଗୁଡିକର ସୁରକ୍ଷା ନିମନ୍ତେ ପୋଲିସ ପକ୍ଷରୁ ଆବଶ୍ୟକୀୟ ସହାୟତା ପ୍ରଦାନ କରାଯିବ ବୋଲି ମତବ୍ୟକ୍ତ କରିଥିଲେ   ଏହା ସହ ଜିଲ୍ଲା ତଥା ସ୍ଥାନୀୟ ପୋଲିସ ସହିତ କମ୍ପାନିର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ରହିବା ଦିଗରେ ଗୁରୁତ୍ବାରୋପ କରିଥିଲେ   ପରସ୍ପର ମଧ୍ୟରେ ସୂଚନା ଆଦାନପ୍ରଦାନ ସହ  ସ୍ଥାନୀୟ ଗୁଇନ୍ଦା ଏବଂ ପାଟ୍ରୋଲିଂ ବ୍ୟବସ୍ଥା ଉପରେ ସେ ପରାମର୍ଶ ଦେଇଥିଲେ ରାଜ୍ୟ, ରେଞ୍ଜ ଏବଂ ଜିଲ୍ଲା ସ୍ତରରେ ତୈଳ କମ୍ପାନୀ ଅଧିକାରୀଙ୍କ ସହିତ ସମୟ ସମୟରେ  ମିଳିତ ସମୀକ୍ଷା ବୈଠକ, ସନ୍ଦିଗ୍ଧ କାର୍ଯ୍ୟକଳାପର ସୂଚନା  ଆଦାନପ୍ରଦାନ, ସମ୍ବେଦନଶୀଳ ସୂଚନା ପାଇଁ ସୁରକ୍ଷିତ ଯୋଗାଯୋଗ ଚ୍ୟାନେଲର ବ୍ୟବହାର ଆଦି ପ୍ରସଙ୍ଗରେ ମତବ୍ୟକ୍ତ  କରିଥିଲେ

ଏହି ବୈଠକରେ ନିର୍ଦ୍ଦେଶକ(ଗୁଇନ୍ଦା) ଶ୍ରୀ ଆରପି. କୋଚେ, ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ( ଆଇନ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର, ଅତିରିକ୍ତ ପୋଲିସ କମିଶନର ଶ୍ରୀ ନରସିଂହ ଭୋଳ, ଡିଆଇଜି(କେନ୍ଦ୍ରାଞ୍ଚଳ) ଶ୍ରୀ ସତ୍ୟଜିତ ନାଏକଙ୍କ  ସମେତ IOCL  (ସିଜିଏମ) କମଲ ଶୀଲ, (ସିଜିଏମ, ସିକ୍ୟୁରିଟି)ତରୁଣ କେ. ବିଶାଇ, (ସିଜିଏମ, ଅପରେସନ) ଶ୍ରୀ ଆର.କେ ସାହୁଙ୍କ ସମେତ BPCL, HPCL  ଏବଂ GAIL ପରି ପ୍ରମୁଖ କମ୍ପାନୀର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ