ବ୍ରହ୍ମପୁର ,ବଡ଼ଖେମୁଣ୍ଡିସାହିପାଠାଗାରକୁମିଳିବନୂଆରୂପ …

Pthgara

ଓଡିଶା ବାର୍ତ୍ତା

ବ୍ରହ୍ମପୁର; ୨୨/୧୨ : ମହାନଗର ନିଗମ ୱାର୍ଡ ନମ୍ବର୨୩ ଅନ୍ତର୍ଗତ ବଡ଼ଖେମୁଣ୍ଡି ସାହି ପାଠାଗାର ଦୀର୍ଘକାଳ ଧରି ଏକ ପରିଚିତ ପୁରାତନ ପାଠାଗାର ଭାବେ ପରିଚୟ ରଖିଆସୁଥିଲା ଜ୍ଞାନ, ସାହିତ୍ୟ ସଂସ୍କୃତିର ପ୍ରଚାର ପ୍ରସାରରେ ଏହାର ଅବଦାନ ସ୍ଥାନୀୟବାସୀଙ୍କ ମଧ୍ୟରେ ସଦା ସ୍ମରଣୀୟ ବଡ଼ଖେମୁଣ୍ଡି ଅଞ୍ଚଳରେ ଅବସ୍ଥିତ ଏହି ପାଠାଗାର ପାଠକ, ଛାତ୍ରଛାତ୍ରୀ, ଶିକ୍ଷକ ସାହିତ୍ୟପ୍ରେମୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୌଦ୍ଧିକ କେନ୍ଦ୍ର ଭାବେ ପରିଚିତ ଥିଲା

 ପାଠାଗାରରେ ଓଡ଼ିଆ, ଇଂରାଜୀ ସହ ବିଭିନ୍ନ ଭାଷାର ପୁସ୍ତକ, ସାମୟିକୀ, ପତ୍ରିକା ସମ୍ବାଦପତ୍ର ଉପଲବ୍ଧ ଥିବାରୁ ଏହା ଅନେକ ପିଢ଼ିର ପାଠକଙ୍କୁ ଉପକୃତ କରୁଥିଲା ଇତିହାସ, ସାହିତ୍ୟ, ବିଜ୍ଞାନ, ସାମାଜିକ ବିଷୟ ସହ ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ବନ୍ଧୀୟ ପୁସ୍ତକ ବିଶେଷ କରି ଯୁବପିଢ଼ିଙ୍କ ପାଇଁ ଉପଯୋଗୀ ରହିଥିବା ବେଳେ ବରିଷ୍ଠ ନାଗରିକମାନେ ମଧ୍ୟ ଏହାର ସମ୍ପୂର୍ଣ୍ଣ ସଦୁପଯୋଗ କରୁଥିଲେ

କେବଳ ପୁସ୍ତକ ପାଠରେ ସୀମିତ ରହି, ସମୟ ସମୟରେ ସାହିତ୍ୟ ଆଲୋଚନା, କବିତା ପାଠ, ପାଠଚକ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ମାଧ୍ୟମରେ ପାଠାଗାରଟି ଏକ ସକ୍ରିୟ ବୌଦ୍ଧିକ ମିଳନ କେନ୍ଦ୍ରର ରୂପ ପରିଗଣିତ ହେଉଥିଲା

  ତେବେ ବହୁ ବର୍ଷ ପୁରୁଣା କୋଠା ଥିବାରୁ ସୁରକ୍ଷା ଦୃଷ୍ଟିକୋଣରୁ ଏହା ବିପଦସୂଚକ ହୋଇଯାଇଥିଲା ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗର ନିଗମର ମେୟର ସଂଘମିତ୍ରା ଦଳେଇ, କମିଶନର ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ସ୍ଥାନୀୟ କର୍ପୋରେଟର ଆରତୀ ତନ୍ତୀଙ୍କ ଯୁଗ୍ମ ପ୍ରୟାସରେ ପାଠାଗାରଟିକୁ ୭୦ ଲକ୍ଷ ଟଙ୍କା ବ୍ୟୟରେ ନୂତନ ରୂପରେଖାରେ ପୁନର୍ନିର୍ମାଣ କରିବା ପଦକ୍ଷେପ ଗ୍ରହଣ କରାଯାଇଛି ସ୍ଥାନୀୟ କର୍ପୋରେଟଙ୍କ କହିବା ଅନୁଯାୟୀ, ଭବିଷ୍ୟତରେ ଏହି ପାଠାଗାରକୁ ଆଧୁନିକ ଲାଇବ୍ରେରୀ ସହିତ ଏକ ଗୋଷ୍ଠୀ ସାଧନା କେନ୍ଦ୍ର (କମ୍ୟୁନିଟି ହଲ୍) ଭାବେ ନୂତନ ରୂପ ଦିଆଯିବ, ଯାହା ସ୍ଥାନୀୟ ଜନସାଧାରଣଙ୍କ ପାଇଁ ଅଧିକ ଉପକାରୀ ସାବିତ ହେବ