ତାଳଚେର ୱାର୍କିଂ ଜର୍ଣାଲିଷ୍ଟସ ଆସୋସିଏସନ୍ ପକ୍ଷରୁ ଫୋର୍ଥ ପିଲାର ଆୱାଡ ସେରିମନି ଅନୁଷ୍ଠିତ
Bureau,Odishabarta

ତାଳଚେର ,17/11/25:ଜାତୀୟ ପ୍ରେସ ଦିବସ ଅବସରରେ ତାଳଚେର ୱାର୍କି ଜର୍ଣାଲିଷ୍ଟସ ଆସୋସିଏସନ୍ ପକ୍ଷରୁ ଫୋର୍ଥ ପିଲାର ଆୱାଡ ସେରିମନି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସୁନ୍ଦର ଏବଂ ବର୍ଣାଢ୍ୟ କରିବା ଉଦ୍ଦେଶ୍ୟରେ କୃତିମ ବୁଦ୍ଧିମତ୍ତା ର ଯୁଗରେ ଗଣମାଧ୍ୟମର ଭୂମିକା ସମ୍ପର୍କିତ ଆଲୋଚନା ଚକ୍ରରେ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଓଡ଼ିଶାର ବିଶିଷ୍ଟ କଥାକାର,ଶିଶୁ ସାହିତ୍ୟିକ ଏବଂ ସ୍ଥମ୍ବକାର ଶ୍ରୀଯୁକ୍ତ ଦାଶ ବେନହୁର ଯୋଗଦେବା ଅବସରରେ କୃତିମ ବୁଦ୍ଧିମତ୍ତାକୁ (ଏଆଇ)କୁ ନେଇ ସମଗ୍ର ଭାରତ ବର୍ଷରେ ଯେଉଁ ଆଶଙ୍କା ଉପୁଜିଛି ତାହା ସକରାତ୍ମକ ଏବଂ ନକରାତ୍ମକ ଏ ଦୁଇଟି ଦିଗକୁ ବୁଝାଏ। ଆମେ ସମସ୍ତେ ନକରାତ୍ମକ କଥାକୁ ସହଜରେ ଗ୍ରହଣ କରିଥାଉ ଏଥିପାଇଁ ଆମ ମନରେ ଶଙ୍କା ଉପୁଜିଥାଏ । ଯେପରି କଟକ ସହରରେ ଅଟୋ ରିକ୍ସା ପ୍ରଚଳନ ଫଳରେ ରିକ୍ସା ବାଲାର ଜିବନ ଜୀବିକା ଉପରେ ଆଶଙ୍କା ଥିଲା ଏବଂ ବୁଡ଼ା ଜାହାଜ ପରିବର୍ତ୍ତେ ଉଡାଜାହାଜର ଆବିର…
ସେହିଭଳି ଜାତୀୟ ପ୍ରେସ ଦିବସ ପାଳନ ଉପଲକ୍ଷେ ତାଳଚେର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ରେ ସଂସ୍କୃତି ପରମ୍ପରାକୁ ବଜାୟ ରଖିବା ଉଦ୍ଧେଶ୍ୟରେ ସ୍ଥାନୀୟ ଅଞ୍ଚଳର ଛାତ୍ରୀ ଓ ମହିଳା ମାନଙ୍କୁ ନେଇ ରଙ୍ଗୋଲି, ହୁଳହୁଳି ଓ ଶଙ୍ଖ ବଜାଇ ପ୍ରତିଯୋଗିତାର ଅୟୋଜନ ସଂଘ ପକ୍ଷରୁ କରାଯାଇଥିଲା। ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଡେପୁଟି କଲେକ୍ଟର ମାନସ୍ ସେଠ୍ ଓ ସମ୍ମାନିତ ଅଥିତି ଭାବେ ସାଗରିକା ମହିଳା ସଙ୍ଘର ସମ୍ପାଦିକା ଶ୍ରୀମତୀ ଶର୍ମିଷ୍ଠା ସାହୁ, ଶୁଭଲକ୍ଷ୍ମୀ ବେହେରା, ଏନ୍ ଟି ପି ସି ତାଳଚେର ଥର୍ମାଲ ପ୍ରକଳ୍ପର ଜନସମ୍ପର୍କ ଅଧିକାରିଣୀ ଆସ୍ତା ମୋଙ୍ଗା, ସି ଏସ୍ ଆର୍ ଅଧିକାରିଣୀ ସୁଶ୍ରୀ ସାଲିନି ଓ ଆସିଷ୍ଟାଣ୍ଟ ମ୍ୟାନେଜର ଶ୍ରୀମତୀ ସରସ୍ଵତୀ ବେହେରା ଯୋଗଦେଇ ପ୍ରତିଭା ମାନଙ୍କୁ ଉତ୍ସାହିତ କରିଥଲେ । ସର୍ବମୋଟ ୪୭ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ତାଳଚେର ୱାକିଂ ଜର୍ଣାଲିଷ୍ଟ୍ ଆସୋସିଏସନ୍ ପକ୍ଷରୁ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ସହ ସମସ୍ତ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ଓତରୀୟ ପ୍ରଦାନ କରାଯାଇଥିଲା । ସଂଘ ସମସ୍ତ ସଦସ୍ୟ ଉପସ୍ଥିତ ରହିଥିବା ବେଳେ ବ୍ୟଙ୍ଗକବି କରୁଣା କର ବାଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ
