ପୀତବାସ ପଣ୍ଡା ହତ୍ୟା ଘଟଣା ; ବିକ୍ରମଙ୍କୁରିଲିଜ୍କରିବାକୁ ପିଟିସନ
ଓଡିଶା ବାର୍ତା
ବ୍ରହ୍ମପୁର,(07/11/2025:ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କୁ ରିଲିଜ୍ କରିବାକୁ କୋର୍ଟରେ ପିଟିସନ କରିଛନ୍ତି ତାଙ୍କ ଓକିଲ କେକେ ବେହେରା, ଦୀପକ ପଟ୍ଟନାୟକ ଓ ସହଯୋଗୀ। ଭାରତୀୟ ସମ୍ବିଧାନର ଅନୁଛେଦ ୨୧ ଓ ୨୨କୁ ଉଲଂଘନ କରି ପୁଲିସ ତାଙ୍କୁ ଗିରଫ କରିଥିବାରୁ ରିଲିଜ୍ କରିବା ପାଇଁ କୋର୍ଟରେ ପିଟିସନ ଦାଖଲ ହୋଇଛି। ସେପଟେ ଏହି ପିଟିସନକୁ ଦୃଢ଼ ବିରୋଧ କରିଛନ୍ତି ସରକାରୀ ଓକିଲ। ପିଟିସନକୁ ରଦ୍ଦ କରିବା ପାଇଁ ସେ କୋର୍ଟକୁ ନିବେଦନ କରିଛନ୍ତି। କୋର୍ଟ ଏହାର ଶୁଣାଣି କରିଥିବା ବେଳେ ଆସନ୍ତା ୧୩ତାରିଖରେ ରାୟ ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି।
ସୌଜନ୍ୟ ସାମାଜିକ ଗଣ ମାଧ୍ୟମ
