ପଦ୍ମଶ୍ରୀଭଗବାନସାହୁଙ୍କ୧୧୨ତମଜୟନ୍ତୀଉତ୍ସବପାଳନ, ଗଣମାଧ୍ୟମବ୍ୟକ୍ତିତ୍ୱଏବଂକଳାକାରଗୁରୁସମ୍ବର୍ଦ୍ଧିତ
News Odishabarta
ବ୍ରହ୍ମପୁର– ପଦ୍ମଶ୍ରୀ ଭଗବାନ ସାହୁଙ୍କ ୧୧୨ ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି।
ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ନରେନ୍ଦ୍ରପୁର ଲୋକନୃତ୍ୟର ମିଳିତ ସହଯୋଗରେ ବ୍ରହ୍ମପୁର ସହର ଉପକଣ୍ଠ ରଙ୍ଗେଇଲୁଣ୍ଡା ବ୍ଳକର ବଡକୁଶସ୍ଥଳୀ ଗ୍ରାମରେ ପଦ୍ମଶ୍ରୀ ଭଗବାନ ସାହୁଙ୍କ ୧୧୨ ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଥିବା ବେଳେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ଯୋଗ ଦେଇ ସ୍ବର୍ଗତ ପଦ୍ମଶ୍ରୀ ଭଗବାନ ସାହୁଙ୍କ ଗଞ୍ଜାମର ଲୋକନୣତ୍ୟର ପ୍ରଚାର ଓ ପ୍ରସାର ପାଇଁ କିପରି ଜୀବନବ୍ୟାପି ଉଦ୍ୟମ କରିଥିଲେ ତାହାକୁ ଉପସ୍ଥାପନା କରିବା ସହ ସେହି ସମୟରେ କିପରି ତୁଳସୀ ସମ୍ମାନ ପାଇବା ଠାରୁ ଆରମ୍ଭ କରି ପଦ୍ମଶ୍ରୀ ପାଇବା ପର୍ଯ୍ୟନ୍ତ ସ୍ବର୍ଗତ ଭଗବାନ ସାହୁ ଆମ ଦେଶ ଠାରୁ ଆରମ୍ଭ କରି ବିଦେଶରେ ଆମର କଳା ଓ ସଂସ୍କୣତିର ପ୍ରଚାର ପ୍ରସାର ପାଇଁ କରିଥିବା ଉଦ୍ୟମ କରିଥିଲେ ତାହା ସର୍ବଦା ସ୍ମରଣୀୟ ହୋଈ ରହିବ ବୋଲି କହିଥିଲେ। ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ବ୍ୟକ୍ତିତ୍ବଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ବିଭାଗକୁ ପ୍ରସ୍ତାବ ପ୍ରଦାନ କରାଯାଇଥିବା କହିଛନ୍ତି ଅଧ୍ୟକ୍ଷା ଶ୍ରୀମତୀ ପାତ୍ର।

କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୂଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ଯେଗଦାନ କରି ଗଞ୍ଜାମ ଜିଲ୍ଲାର ଏଭଳି ବ୍ୟକ୍ତିତ୍ବଙ୍କ ବିଷୟରେ ଆଗାମୀ ପିଢୀ ଅଧିକ ଅବଗତ ହେବାର ଆବଶ୍ୟକତା ରହିଥିବା ଏବଂ ବିଶ୍ବବିଦ୍ୟାଳୟରେ ପଦ୍ମଶ୍ରୀ ଭଗବାନ ସାହୁଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯିବାର ଆବଶ୍ୟକତା ରହିଥିବା ନେଇ ମତବ୍ୟକ୍ତ କରିଥିଲେ।ବରିଷ୍ଠ ସାମ୍ବାଦିକ ବିଘ୍ନେଶ୍ୱର ସାହୁଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଅନ୍ୟତମ ଅତିଥି ଭାବରେ ସଂଙ୍ଗୀତ ନାଟକ ଏକାଡେମୀ ର ପୂର୍ବତନ ସମ୍ପାଦକ ପ୍ରତାପ କୁମାର ସାହାଣୀ,କ୍ଷେତ୍ର ମୋହନ ବିଜ୍ଞାନ ମହାବିଦ୍ୟାଳୟ ର ଅଧକ୍ଷ ଡ. ହୣଷିକେଶ ପଣ୍ଡା,ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଭି. ରବିନାରାୟଣ ରାଜୁ, ବରିଷ୍ଠ ଆଇନଜୀବୀ ଭଗବାନ ସାହୁ,ସ୍ଥାନୀୟ ସରପଞ୍ଚ ସୁନୀତା ସେଠୀ ଏବଂ ପଦ୍ମଶ୍ରୀ ଭଗବାନ ସାହୁଙ୍କ ପୁତ୍ର କିଶୋର କୁମାର ସାହୁ ପ୍ରମୁଖ ମଞ୍ଚାସୀନ ରହି ସ୍ବର୍ଗତ ପଦ୍ମଶ୍ରୀଙ୍କ ସ୍ମୁତିଚାରଣ କରିଥିଲେ।
ଏହି ଅବସରରେ ଗଣମାଧ୍ୟମର ବରିଷ୍ଠ ବ୍ୟକ୍ତିତ୍ବ ଭାବରେ କଳିଙ୍ଗ ଟିଭିର ଦକ୍ଷିଣ ଓଡିଶା ମୁଖ୍ୟ ପ୍ରକାଶ ପଟ୍ଟନାୟକ, ଓ ଟିଭିର ଦକ୍ଷିଣ ଓଡିଶା ମୁଖ୍ୟ ଅଶୋକ କୁମାର ବ୍ରହ୍ମା ଏବଂ ଇଟିଭି ଭାରତର ଦକ୍ଷିଣ ଓଡିଶା ମୁଖ୍ୟ ସମୀର କୁମାର ଆଚାର୍ଯ୍ୟ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ସଖିନାଚ ଗୁରୁ କାଳୀଚରଣ ସାହୁ, ପ୍ରହଲ୍ଲାଦ ନାଟକ ଗୁରୁ ରାଧାମୋହନ ପ୍ରଧାନ,ଯୋଡିଶଙ୍ଖ ଗୁରୁ ପୁରୁଷେ।ତ୍ତମ ମୁନି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଶେଷରେ ଚିତାକର୍ଷକ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା
