ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ…, ରାଜ୍ୟ ସରକାରଙ୍କ ପ୍ରୟାସ..”, ପଞ୍ଚାୟତ ସ୍ତରୀୟ ସଚେତନତା ଶିବିରରେ ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡା

bikram_panda_gpr

ମନୋଜ ଦାସ, ଓଡିଶା ବାର୍ତ୍ତା

ବ୍ରହ୍ମପୁର,18/01/24:ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ବ୍ଲକ୍ ହଳଦିଆପଦର ଗ୍ରାମ ପଞ୍ଚାୟତରେ “ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ…, ରାଜ୍ୟ ସରକାରଙ୍କ ପ୍ରୟାସ..” କାର୍ଯ୍ୟକ୍ରମ ନିମନ୍ତେ ଏକ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିରରେ ମାନ୍ୟବର ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡା ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିବା ସହିତ ଉପସ୍ଥିତ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ସଦସ୍ୟ, ସଦସ୍ୟା, ବ୍ଲକ୍ ଅଧ୍ୟକ୍ଷା, ସରପଞ୍ଚ, ସମିତି ସଭ୍ୟ, ସଭ୍ୟା, ସ୍ଥାନୀୟ ଜନପ୍ରତିନିଧି, ବିଭାଗୀୟ ପଦାଧିକାରୀ, ବିଜେଡି ନେତୃବୃନ୍ଦ, କର୍ମୀ ତଥା ଗ୍ରାମବାସୀଙ୍କ ଗହଣରେ ରହି ସଭାକୁ ସମ୍ଭୋଦିତ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ “ନବୀନ ଓଡ଼ିଶା ଟି” ମାଧ୍ୟମରେ ଗ୍ରାମାଞ୍ଚଳ ତଥା ଗ୍ରାମବାସୀ ମାନଙ୍କ ବିକାଶ ପାଇଁ ସର୍ବ କ୍ଷେତ୍ର ଯଥା ନାରୀ ସଶକ୍ତିକରଣ, ସ୍ବାସ୍ଥ୍ୟ, ଶିକ୍ଷା, କୃଷି, ଜଳସେଚନ, ପିଇବା ପାଣି, ଜନ୍ମ ଠାରୁ ଆରମ୍ଭ କରି ମୃତ୍ୟୁ ଶଯ୍ୟା ତଥା ଶ୍ମଶାନ ଘାଟରେ ଅନ୍ତ୍ୟେଷ୍ଟି କ୍ରିୟା ପର୍ଯ୍ୟନ୍ତ ବହୁ ଯୋଜନା ଗୁଡିକ ଲାଗୁ କରିବା ସହିତ ସେଗୁଡିକର ଯେମିତି ସୁଦୂପଯୋଗ ହୋଇ ପାରିବ ସର୍ବଦା ପ୍ରାଥମିକତା ଦେଇ ଆସିଥିବାରୁ ମାନ୍ୟବର ବିଧାୟକ ଗ୍ରାମବାସୀ ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜଣାଇବା ସହିତ ହାର୍ଦ୍ଧିକ କୃତଜ୍ଞତା ଜ୍ଞାପନ କରିଛନ୍ତି….