ଗଞ୍ଜାମ ଜିଲ୍ଳା ପ୍ରଶାସନ ତରଫରୁ “ଇକୋ ରି ଟ୍ରିଟ” ର  ଶୁଭାରମ୍ଭ

eco_retwwe

ଓଡିଶା ବାର୍ତ୍ତା

ବ୍ରହ୍ମପୁର :ଗଞ୍ଜାମ ଜିଲ୍ଳା ପ୍ରଶାସନ ତରଫରୁ ଆୟୋଜିତ ତଥା ବହୁ ଅପେକ୍ଷାରତ ସୁନାପୁର ବେଳାଭୂମିରେ ପର୍ଯ୍ୟଟକ ମାନଙ୍କ ପାଇଁ “ଇକୋ ରି ଟ୍ରିଟ” ର  ଶୁଭାରମ୍ଭ ତଥା ଉଦ୍ଘାଟନ ଭିର୍ତୁଆଲ୍ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କରକମଳରେ ହୋଇ ଲୋକାର୍ପିତ ହୋଇଯାଇଛି, ଏହି ଉଦଘାଟନୀ ସମାରୋହରେ ମାନ୍ୟବର ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ, ମାନ୍ୟବର ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡା, ସମ୍ମାନନୀୟ ଜିଲ୍ଲାପାଳ ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ପରିଡ଼ା, ସମ୍ମାନନୀୟ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଭି.କୀର୍ତ୍ତିଭାସନ, ସମ୍ମାନନୀୟ ବ୍ରହ୍ମପୁର ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣୀ, ବହୁ ପ୍ରଶାସନିକ ତଥା ବିଭାଗୀୟ ପଦାଧିକାରୀ, ସ୍ଥାନୀୟ ଜନପ୍ରତିନିଧି ନେତୃବୃନ୍ଦ, ବହୁ ଗଣ୍ୟମାନ୍ୟ ବ୍ୟକ୍ତି ତଥା ପର୍ଯ୍ୟଟକ ମାନେ ଉପସ୍ଥିତ ରହି ସୁନ୍ଦର, ସୁସଜ୍ଜିତ ତଥା ଆକର୍ଷଣୀୟ ବେଳାଭୂମିର ସୋନ୍ଧର୍ଯ୍ୟ ଉପଭୋଗ କରିଥିଲେ..