ଗଞ୍ଜାମ ଜିଲ୍ଲା କେ. ବରିଡା ରେ ୱାର୍ଡ ସଭ୍ୟ ପାଇଁ ଉପନିର୍ବାଚନ ଅନୁଷ୍ଠିତ
ସିପ୍ରା ପଟନାୟକ,ଓଡିଶାବର୍ତ୍ତା
ଗଞ୍ଜାମ ,02/05/23:ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ପଂଚାୟତ ନିର୍ବାଚନ ରେ କୌଣସି କାରଣ ବଶତଃ କେ. ବରିଡା ପଂଚାୟତ ର 2 ନମ୍ବର ୱାର୍ଡ ରେ ୱାର୍ଡ ସଭ୍ୟ ନିର୍ବାଚନ ହୋଈ ପାରି ନ ଥିଲା ! ନିର୍ବାଚନ କମିଶନ ଙ୍କ ନିର୍ଦେଶ ପ୍ରକାରେ ଏହି ୱାର୍ଡ ରେ ଚାରିଜଣ ପ୍ରାଥୀ ପତ୍ର ଦାଖଲ କରିଥିଲେ ! ଦୁଇ ଜଣ ପ୍ରାଥୀ ପତ୍ର ପ୍ରତ୍ୟାହାର କରିବା ପରେ ଦୁଇ ଜଣ ନିର୍ବାଚନ ମୈଦାନ ରେ ରହିଲେ ! ସେମାନେ ହେଲେ ରଶ୍ମିତା ପ୍ରଧାନ ଓ ଲିଲି ପ୍ରଧାନ ! ମଙ୍ଗଳ ବାର ଦିନ ନିର୍ବାଚନ ଅନୁଷ୍ଠିତ ହୋଇଛି ! ଏହି ନିର୍ବାଚନ ପାଇଁ କେ. ବରିଡା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ମତଦାନ କେନ୍ଦ୍ର ଅନୁଷ୍ଠିତ ହୋଇଛି ! 5 ଜଣ ପୋଲିଙ୍ଗ କର୍ମଚାରୀ ନିଯୁକ୍ତି ପାଇଥିଲେ ! ଆଇନ ଶୃଙ୍ଖଳା କୁ ଦୃଷ୍ଟି ରେ ରଖି ପୋଲିସ ବ୍ୟବସ୍ଥା କଡାକଡି କରାଯାଇଥିଲା ! ସକାଳ 7 ଘଣ୍ଟ ରୁ ମତ ଦାନ ଆରମ୍ଭ ହୋଈ ଗୋଟାଏ ରେ ଶେଷ ହୋଇଥିଲା ! ଏହି ୱାର୍ଡ ରେ 264 ଜଣ ଭୋଟର ଥିବା ବେଳେ 195 ଜଣ ମତଦାନ କରିଛନ୍ତି ! ଆସନ୍ତା 4 ତାରିଖ ରେ ଭୋଟ ଗଣତି ହେବ ! ଏହାପରେ ଭୋଟ ବାକ୍ସକୁ ଅଣା ଜାଇ ବିଲ ବ୍ଲକ ଷ୍ଟ୍ରଙ୍ଗ ରୁମରେ ବିଡ଼ିଓ ପ୍ରଜ୍ଞା ପ୍ରିୟ ଦର୍ଶିନୀ ଜି ପି ଇ ଓ ଅଶୋକ କୁମାର ଜେନା, ପୋଲିସ କର୍ମଚାରୀ ଓ ପ୍ରାଥୀ ଙ୍କ ଏଜେଣ୍ଟ ରହି ସିଲ କରାଯାଇ ଥିଲା ! ଏଥିସହ ସି ସି କ୍ୟାମେରା ର ମଧ୍ୟ ବ୍ୟବସ୍ଥା କରାଯାଇଛି !