ପରକୀୟା ପ୍ରୀତି ର କରୁଣ ଚିତ୍ର

ସିପ୍ରା ପଟ୍ଟନାୟକ ,ଓଡିଶା ବାର୍ତ୍ତା

ଖଲ୍ଲିକୋଟ , ତା 25/04/23:ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବଦ୍ଧିନୁଆପଲ୍ଲି ପଞ୍ଚାୟତର ମର୍ଦ୍ଧରାଜପୁର ଗ୍ରାମରେ ଆଜି ପୂର୍ବାହ୍ନରେ ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଥିଲା l ବି. ସତ୍ୟ ନାରାୟଣ ପାତ୍ର ତାଙ୍କ ଭଉଣୀ  ଏନ୍. ଅର୍ଚ୍ଚନା ପାତ୍ର ଙ୍କୁ ଦିଗତ ଦିନରେ ଏନ୍. ଘନ ପାତ୍ର ଙ୍କ ସହିତ ବାହା ଦେଇଥିଲେ l

ସୂଚନା ଅନୁଯାୟୀ ଏନ୍ ଘନ ପାତ୍ର ଅର୍ଚ୍ଚନା ଙ୍କୁ ବାହା ହୋଇଥିଲେ ସତ କିନ୍ତୁ ଦୀର୍ଘଦିନ ଧରି ଘନ ପାତ୍ର ଙ୍କର ସେହି ଗ୍ରାମର ଜୈନିକ ମହିଳା ଙ୍କ ସହିତ ପ୍ରେମ ଶାରିରୀକ ସମ୍ପର୍କ ସ୍ତ୍ରୀ ଅର୍ଚ୍ଚନା ଦେଖିବାକୁ  ପାଇଥିଲେl ଏହି ବିଷୟ ନେଇ ଅର୍ଚ୍ଚନା  ସ୍ବାମୀ ଙ୍କୁ ଆକଟ କରିବାରୁ ଘନ ତାର ସ୍ତ୍ରୀ କୁ ମାରପିଟ୍ ଗାଳିଗୁଲଜ କରିଆସୁଥିଲା ଏହି ଘଟଣା ଅର୍ଚ୍ଚନା ତାର ଭାଈ ଭାଇ ସତ୍ୟ ନାରାୟଣ ପାତ୍ର ଙ୍କୁ ଜଣେଇବା ପରେ ସତ୍ୟ ନାରାୟଣ ପାତ୍ର ତାଙ୍କ ପତ୍ନୀ କୁମାରୀ ପାତ୍ର  ଅର୍ଚ୍ଚନା କୁ ଆଣି ତାଙ୍କ ପାଖରେ ରଖିଥିଲେଜୁଆଁଇ ଘନ ପାତ୍ର ଙ୍କୁ ବିଶୃଙ୍ଖଳିତ  ଅସାମାଜିକ  ଚଳଣି ନେଇ ଆକଟ କରିଥିଲେ l ଯାହାଦ୍ୱାରା ଏହି କଥାରେ ଉତେଜିତ ହୋଇ ଘନ ପାତ୍ର ବାରମ୍ବାରତାର ସ୍ତ୍ରୀ ଅର୍ଚ୍ଚନା ଙ୍କୁ ଛାଡି ଦେବାକୁ ଶଳା ଶଳା ଭାଉଜ ଙ୍କୁ କହିଥିଲେ କିନ୍ତୁ କୌଣସି ସୁଫଳ ମିଳିନଥିଲା

ଏହି ପରିସ୍ଥିତି ଘନ କୁ ଅଧିକ ରୁ ଅଧିକ ଉତ୍ତେଜିତ କରିଥିଲା ସୁଯୋଗ ପାଇ କାଜୁ ତୋଳି ଫେରୁଥିବା ଉଭୟ କୁମାରୀ ସତ୍ୟ ନାରାୟଣଙ୍କୁ କୁରାଢି ସାହାର୍ଯ୍ୟ ରେ  ଅତର୍କିତ ଭାବରେ ଆକ୍ରମଣ କରି ସେଠାରୁ ଫେରାର ହୋଇଥିଲା ଘନ l ଉଭୟ ଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗି ରକ୍ତ ଯୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖି ଗ୍ରାମ ବାସୀ ୧୦୮ ଯୋଗେ ସ୍ଥାନୀୟ ଖଲ୍ଲିକୋଟ ମେଡିକାଲ ରେ  ଉଭୟଙ୍କୁ ଭର୍ତ୍ତି କରିଥଲେ l କୁମାରୀ ଅବସ୍ଥା ଗୁରୁତର ହେବାରୁ ଡ଼ାକ୍ତର ବ୍ରହ୍ମପୁର ମେଡିକାଲ ସସ୍ଥାନାନ୍ତର କରିଥିଲେ l

ସତ୍ୟ ନାରାୟଣ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ତିର ରହିଛି l ପ୍ରକାଶ ଥାଉ କି ଘଟଣା ସ୍ଥଳରୁ ଚଂପଟ ମାରିଥିବା ଏନ. ଘନ ପାତ୍ର ଖଲ୍ଲିକୋଟ ରେ ତାର ଏକ ବନ୍ଧୁ ଙ୍କ ଘରେ ଲୁଚି ରହିଥିବା ବେଳେ ସ୍ଥାନୀୟ ପୋଲିସ ଖବର ପାଇ ଗିରଫ କରିଛି l