ଅବକାରୀ ବିଭାଗର ଚଢ଼ାଉ, ଚାରି ଗିରଫ

ସିପ୍ରା ପଟନାୟକ ଓଡିଶାବାର୍ତ୍ତା

ଖଲ୍ଲିକୋଟ :ଅବକାରୀ ଅଧିକ୍ଷକ ଦେବି ପ୍ରସାଦ ଦାସ ଙ୍କ ନିର୍ଦେଶ କ୍ରମେ ରେଞ୍ଜ ଅଧିକାରୀ ବାଳକ ବିଶି ଖଲ୍ଲିକୋଟ ଭାରପ୍ରାପ୍ତ ଅବକାରୀ ଅଧିକାରୀ ଜି. କାମେଶ୍ୱର ଙ୍କ ନେତୃତ୍ୱ ରେ ବେଗୁନିଆପଡା ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚଢ଼ାଉ କରି  6 କ୍ୱିଣ୍ଟାଲ ମହୁଲ ଫୁଲ  98 ଲିଟର ଚୋରା ମଦ ସହ ଗୋଟିଏ ଅଟୋ କୁ ଜବତ କରିବା ସହ ଚାରି ଜଣଙ୍କୁ ଗିରଫ କରିଛନ୍ତି ! ଖଲ୍ଲିକୋଟ ଅବକାରୀ ଙ୍କ ସୂଚନା ପ୍ରକାରେ ଅଙ୍ଗାରଗାଁ ରୁ 6 କ୍ୱିଣ୍ଟାଲ ମହୁଲ ଫୁଲ ଏକ ଅଟୋ ରେ ଚଲାଣ ହେଉଥିବା ବେଳେ ଚଡାଉ କରି ମହୁଲ ଫୁଲ ଅଟୋ କୁ ଜବତ କରିବା ସହ ଅଟୋ ଡ୍ରାଇଭର ସୁଶାନ୍ତ ମଣ୍ଡଳ କୁ ଗିରଫ କରିଛି ! ତେବେ ଏହାର ମାଲିକ କିଏ ତଦନ୍ତ ଜାରିରହିଛି ! ଏଥିସହ ଅଙ୍ଗାରଗାଁ ରଂଜିତ ଜାନି, ମର୍ଦ କୋଟ ଗ୍ରାମର ରାଜୁ ସ୍ୱାଇଁ ଭାଟପଡା ଟୁଟୁ କୁ ଗିରଫ କରିବା ସହ ଏମାନଙ୍କ ଠାରୁ ମୋଟ 98 ଲିଟର ଚୋରା ମଦ ଜବତ କରିଛି ଅବକାରୀ ବିଭାଗ ! ଏହି ଚାରି ଆସାମୀଙ୍କୁ ଆଜି କୋର୍ଟ ଚଲାଣ କରାଯାଇଛି !

ଏହି ଚଡାଉ ରେ ଏସ ଆଇ କୁମୁଦ ନାୟକ, ସନ୍ତୋଷ ପାଢ଼ୀ,କନେଷ୍ଟବଳ ଏସ. ପର୍ଶୁରାମ ରେଡି, ଟୁଟୁ ସାମଲ, କାନ୍ହୁ ଚରଣ ନାୟକ, ମନୋଜ ଲେଙ୍କା, ମଧୁସୂଦନ ଜାନି, ଅଞ୍ଜନ କୁମାର ଦାସ  ଓ ହରିହର ବେହେରା ସାମିଲ ଥିଲେ !